ଜଷ୍ଟିସ୍ ବି.ଆର ଗବାଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି, ମେ ୧୪ ତାରିଖରେ ଗ୍ରହଣ କରିପାରନ୍ତି କାର୍ଯ୍ୟଭାର । ଗଭାଇଙ୍କ ନାମକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଇନ ମନ୍ତ୍ରଣାଳୟକୁ ସୁପାରିସ ପଠାଯାଇଛି।
ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତି ଥିବା ସଞ୍ଜୀବ ଖାନ୍ନା ଆଗାମୀ ମେ ୧୩ ତାରିଖରେ ଅବସର ନେବାକୁ ଯାଉଛନ୍ତି। ପରମ୍ପରା ଅନୁଯାୟୀ, ବର୍ତ୍ତମାନର ମୁଖ୍ୟ ବିଚାରପତି ତାଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୋଗ୍ୟ ବିଚାରପତିଙ୍କ ନାମକୁ ସୁପାରିସ କରିଥାନ୍ତି।