ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଅପ୍ରେଲ ୨୧ ତାରିଖ-ସୋମବାରରେ ସମ୍ବଲପୁରରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଦୁର୍ଗାପାଲି ଠାରେ ଏହି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତାକାଲି ଅପ୍ରେଲ ୧୭ତାରିଖ ଦିବା ୧୧ ଘଟିକା ଠାରୁ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେପଞ୍ଜୀକରଣ ଆରମ୍ଭ ହେବ ।ଏଥିପାଇଁ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ ।