ଆଜି ସକାଳୁ ଆଫଗାନିସ୍ତାନର ହିନ୍ଦୁକୋଶ ଅଞ୍ଚଳରେ ତୀବ୍ର ଭୂମିକମ୍ପ ଅନୁଭୂତ । ଦିଲ୍ଲୀ-ଏନସିଆର ସମେତ ଭାରତର ଅନ୍ୟାନ୍ୟ ସ୍ଥାନରେ କମ୍ପନ ଅନୁଭୂତ । ରିକ୍ଟର ସେଲରେ ତୀବ୍ରତା ୫.୯ ରେକର୍ଡ । ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାଇ ଭୂମିକମ୍ପର ଗଭୀରତା ୧୨୧ କିଲୋମିଟର ରହିଥିଲା । ଦିଲ୍ଲୀ-ଏନସିଆରରେ କମ୍ପନ ଅନୁଭୁତ । ତେବେ ଏହି ଭୂମିକମ୍ପ ଯୋଗୁ କ’ଣ ସବୁ କ୍ଷୟକ୍ଷତି ଘଟିଛି, କେତେ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଭୂକମ୍ପ କେନ୍ଦ୍ର ବାଗଲାନଠାରୁ 164 କିଲୋମିଟର ପୂର୍ବରେ ଅବସ୍ଥିତ, ଯାହା ପ୍ରାୟ 108,000 ଜନସଂଖ୍ୟା ବିଶିଷ୍ଟ। ଏହି ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା ବୋଲି ସୋସିଆଲ ମିଡିଆ X ରେ ବ୍ୟବହାରକାରୀ ଦାବି କରିଛନ୍ତି।