ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡରିକ୍ସନ ଆଜି ଟେଲିଫୋନରେ କଥା ହୋଇଛନ୍ତି । ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ସମେତ ବିଶ୍ୱସ୍ତରୀୟ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଉଭୟ ନେତା ୨୦୨୦ ମସିହାରେ ସବୁଜ ରଣନୈତିକ ସହଭାଗୀତା ଆରମ୍ଭ ହେବା ପରଠାରୁ ଉଭୟ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଦାନପ୍ରଦାନକୁ ମନେ ପକାଇଥିଲେ । ଏହି ଅବସରରେ ଦୁଇ ନେତା ବିଭିନ୍ନ କ୍ଷେତ୍ରରେ ସବୁଜ ରଣନୈତିକ ସହଭାଗୀତାର ସମ୍ପ୍ରସାରଣ କରିବାକୁ ସହମତ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେ ଚଳିତ ବର୍ଷ ଶେଷରେ ନରୱେରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଭାରତ-ନାର୍ଡିକ ସମ୍ମିଳନୀ ଏବଂ ସେହି ସମୟରେ ପ୍ରଧାନମନ୍ତ୍ରୀ ଫ୍ରେଡରିକ୍ସନଙ୍କ ସହ ସାକ୍ଷାତ ପାଇଁ ଅପେକ୍ଷା କରିଛନ୍ତି ।