ମହାକାଶ ଭ୍ରମଣରେ ଯାଇଥିଲେ ୬ ମହିଳା । ୧୦୦କିଲୋମିଟର ଉପରକୁ ଯାଇ ପୃଥିବୀର ଦୃଶ୍ୟକୁ ଉପଭୋଗ କରି ମାତ୍ର ୧୦ ମିନିଟ ଭିତରେ ପୁଣି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମହାକାଶରୁ ଫେରିବା ପରେ ସେମାନେ ଅଭିଭୂତ ହୋଇ ପଡିଥିଲେ । ପପ୍ ଷ୍ଟାର କେଟି ପେରି ଭୂମିକୁ ଚୁମ୍ବନ କରିଥିଲେ । ବ୍ଲୁ ଅରିଜିନ୍ ପକ୍ଷରୁ ସେମାନଙ୍କୁ ମହାକାଶକୁ ନିଆଯାଇଥିଲା । ଆମାଜନ୍ ମୁଖ୍ୟ ଜେଫ୍ ବେଜୋସଙ୍କ ବାନ୍ଧବୀ ତଥା ଲେଖକ ସାଞ୍ଜେ ଲୌରେନ୍ ଏହି ୬ ଜଣିଆ ଟିମରେ ସାମିଲ ହୋଇଥିଲେ । ଏଥିସହ ପପ୍ ଷ୍ଟାର କେଟି ପେରି, ସାମ୍ବାଦିକ ଗେଲ କିଙ୍ଗ, ସାମାଜିକ କର୍ମୀ ଅମନ୍ଦା ନୁୟେନ, ଫିଲ୍ମ ନିର୍ମାତା କେ. ଫ୍ଲିନ୍, ପୂର୍ବତନ ନାସା ବୈଜ୍ଞାନିକ ଐସା ବୋଓ୍ବେ ମହାକାଶକୁ ଯାଇଥିଲେ । ବ୍ଲୁ ଅରିଜିନର ନ୍ୟୁ ସେଫର୍ଡ ରକେଟରେ ସେମାନେ ମହାକାଶ ଅଭିମୁଖେ ଯାତ୍ରା କରିଥିଲେ । କାରମାନ୍ ଲାଇନ୍ ଅତିକ୍ରମ କରିବା ପରେ ସେମାନେ ୪ମିନିଟ୍ ପାଇଁ ଓଜନଶୂନ୍ୟ ଅନୁଭବ କରିଥିଲେ । ।୬୦ ବର୍ଷ ପରେ କେବଳ ମହିଳା ଟିମଙ୍କୁ ନେଇ ମହାକାଶ ଯାତ୍ରାର ଆୟୋଜନ କରାଯାଇଥିଲା ।