ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୩ ନାମଲେଖା ପାଇଁ ଆବେଦନ। ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ପାଇଁ ୧୬ ତାରିଖରୁ କମନ ଆପ୍ଲିକେସନ ଫର୍ମ ସିଏଏଫ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଛାତ୍ରଛାତ୍ରୀମାନେ ସାମ୍ସ ସିଏଏଫ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ମୁଖ୍ୟ ବିଷୟ ସହିତ ଦୁଇଟି ଉପବିଷୟ କିମ୍ବା ଦୁଇଟି ମୁଖ୍ୟ ବିଷୟ କିମ୍ବା ତିନିଟି ଉପବିଷୟ ଚୟନ କରିପାରିବେ। ସ୍ନାତକ ପାଠ ପଢା ଜୁଲାଇ ୧୦ତାରିଖ ସୁଦ୍ଧା ଆରମ୍ଭ କରିବାକୁ ଲକ୍ଷ୍ୟ କରାଯାଇଛି।