ଆମେ ଅନେକସମୟରେ ଅନେକ ଜିନିଷକୁ ଖାଦ୍ୟ ଲିଷ୍ଟରେ ଆଡ କରିଥାଉ । ଦହି ସାଧାରଣତଃ ଆମ ପେଟକୁ ଥଣ୍ଡା ରଖିଥାଏ । ଠିକ୍ ସେହିପରି ଆମେ ଅନେକ ସମୟରେ ଦହି ଓ ଗୁଡକୁ ନିତିଦିନିଆ ରୋଷେଇରେ ଆମେ ବ୍ୟବହାର କରିଥାଉ । ଅନେକାଂଶ ଲୋକ ଡାଏଟ ପାଇଁ ସାଲାଡରେ ଦହି ବ୍ୟବହାର କରିଥାନ୍ତି । ଦହି ଏବଂ ଗୁଡର ମିଶ୍ରଣରେ କିଛି ଖାଦ୍ୟ ଖାଇଛନ୍ତି କି? ପାଟିକୁ ସ୍ବାଦ ଲାଗିବା ସହ ଦେହ ପାଇଁ ଖୁବ୍ ଉପଯୋଗୀ ।
ଦହିରେ ପ୍ରୋବାୟୋଟିକ୍ସ ଥିବାରୁ ଭଲ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ । ଏଥିରେ ଫାଇବର ଗୁଣ ଥିବା ହେତୁ ପାଚନ ଶକ୍ତି ପାଇଁ ଭଲ ମାଧ୍ୟମ ହୋଇଥାଏ । ଦହି ଓ ଗୁଡର ମିଶ୍ରଣ ଖାଇବା ଦ୍ବାରା ମେଟାବାଲିଜିୟମରେ ବୃଦ୍ଧି ଘଟିଥାଏ । ମାଂସପେଶୀକୁ ଗଠନ କରିବାରେ ସହାୟକ ହୋଇଥାଏ । ଶୀଘ୍ର ଓଜନ ହ୍ରାସ କରିଥାଏ ।