ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ୱର ନିକଟସ୍ଥ ବୋତଣ୍ଡା ଜଂଗଲରୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର।ମୃତଦେହ ନିକଟରୁ ଏକ ବାଇକ ଜବତ।ଯୁବକ ଜଣଙ୍କ ର ତିନିଦିନ ପୁର୍ବରୁ ମୃତ୍ୟୁ ଘଟିଥିବା ସନ୍ଦେହ।ସୂଚନାରୁ ଜଣାପଡିଛି ମୃତକ ଜଣଙ୍କ ପୁରୀ ଜିଲ୍ଲା ଚନ୍ଦନପୁର ଆଳିଶାସନ ଗ୍ରାମର ବାଦଲ ପ୍ରଧାନ।ବାଦଲ ଗତ ୪ଦିନ ତଳୁ ଘରୁ କେଉଁ ଆଡେ ପଳାଇଥିଲେ।ମୃତକର ପରିବାର ଲୋକେ ଏନେଇ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଆଜି ମୃତକର ଶରୀର ଏକ ଗଛରେ ଝୁଲୁଥିବା ଛେଳି ଚରାଳି ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ।ଗାଁଲୋକେ ପୋଲିସ କୁ ଖବର ଦେବାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଓ ମୃତକର ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।ମୃତକର ଶବ ବ୍ୟବଛେଦ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ।