INS ଚିଲିକାରେ କାର୍ଯ୍ୟରତ ନୌସେନାର ପେଟି ଅଫିସରଙ୍କ ଅକାଳ ବିୟୋଗ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷ କୃତ୍ୟ ସଂମ୍ପନ୍ନ।ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ହାଡପଦା ଗ୍ରାମର ଅଜିତ କୁମାର ଜେନାଙ୍କ ଅଗ୍ନାଶୟ ଜନିତ ରୋଗରେ ଅକାଳ ବିୟୋଗ। ମୃତ୍ଯୁ ବେଳକୁ ତାଙ୍କୁ 34 ବର୍ଷ ହୋଇଥିଲା। ତାଙ୍କର 5 ବର୍ଷର ପୁତ୍ର ସନ୍ତାନ ଅଛି। ଗତ କାଲି ସକାଳେ ନୌସେନାର ବିଶାଖାପଟନମ କଲ୍ୟାଣୀ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ତାଙ୍କର ମର ଶରୀର ନିଜ ଜନ୍ମମାଟି ହାଡପଦା ଗ୍ରାମ ପରିକ୍ରମା କରିବା ସହ ରାଷ୍ଟ୍ରୀୟ ସମ୍ମାନ ସହ ନିଜ ଗ୍ରାମ ଶ୍ମଶାନ ରେ ଶେଷ କୃତ୍ୟ ସମାପନ ହୋଇଛି। ଅମିତଙ୍କ ମୃତ୍ୟୁ କୁ ନେଇ ହାଡପଦା ଗ୍ରାମ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଯାଇଛି।