ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତର ତୃତୀୟ ଦିନରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ବୈଠକରେ ଯୋଗ ଦେବେ ସିଏମ୍ । ରାଜ୍ୟରେ ୩ ନୂଆ ଆଇନ କ୍ରିୟାନ୍ଵୟନ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଗୃହମନ୍ତ୍ରୀ ଅମିତ୍ ଶାହା । ଓଡ଼ିଶାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩, ଭାରତୀୟ ନ୍ୟାୟ ସଂହିତା-୨୦୨୩ ଓ ଭାରତୀୟ ଶିକ୍ଷା ଅଧିନିୟମ-୨୦୨୩ କ୍ରିୟାନ୍ଵୟନ ନେଇ ଆଲୋଚନା କରିବେ ଗୃହମନ୍ତ୍ରୀ ।