ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ୍ । ୭୩ ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପକୁ ଉଦଘାଟିତ କଲେ ପୋଲିସ ଡିଜି ୱାଇବି ଖୁରାନିଆ । ଏପ୍ରିଲ ୧୫ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଦେଶର ବିଭିନ୍ନ ରାଜ୍ୟରୁ ପୋଲିସ ହକି ଟିମ୍ ମ୍ୟାଚ ଖେଳିବେ। ଉଭୟ ପୁରୁଷ ଓ ମହିଳା ପୋଲିସ ଅଧିକାରୀମାନେ ଅଂଶଗ୍ରହଣ କରିବେ । ଭାଗ ନେଉଛନ୍ତି ୨୬ ପୁରୁଷ ଟିମ୍ ଓ ୯ ମହିଳା ଟିମ୍ । ଏହା ସହ ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଆଇଟିବିପିର ଟିମ ମଧ୍ୟ ଯୋଗ ଦେବେ ।