ସ୍ୱାସ୍ଥ୍ୟ ହିଁ ସମ୍ପଦ । ନିଜର ସ୍ୱାସ୍ଥ୍ୟ ଭଲ ଥିଲେ ଦୁନିଆରେ ସବୁ ଭଲ ଲାଗେ । ସେ କ୍ୟାରିଅର ହେଉ କି ଫ୍ୟୁଚର୍ ପ୍ଲାନ୍ । ଦେହ ପା ଠିକ୍ ରହିଲେ ହିଁ ଜଣେ ଆଗକୁ ଚିନ୍ତା କରେ..ଭବିଷ୍ୟତ ପାଇଁ ପଦକ୍ଷପେ ନିଏ । ହେଲେ ଏ ସବୁ ପାଇଁ ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ହିଁ ଆବଶ୍ୟକ । ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷର ଥିମ୍ ରହିଛି health care is for everyone(ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ) । ଏହି ଅବସରରେ ଗାଁ ହେଉ କି ସହର, ଧନୀ ହେଉ କି ଦୁର୍ବଳ, ପ୍ରତ୍ୟେକ ନାଗରିକ ପାଖରେ ଆଧୁନିକ ଓ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।