କୋଲକାତାର ପାର୍କ ସର୍କସ ସେଭେନ୍ ପଏଣ୍ଟ ଅଞ୍ଚଳରେ ରବିବାର ରାମନବମୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ଅନେକ ଶ୍ରଦ୍ଧାଳୁ ଆହତ ହେବା ସହ କେତେକ ଗାଡ଼ି ଭାଙ୍ଗିରୁଜି ଯାଇଛି। ଭାଜପା ପଶ୍ଚିମବଙ୍ଗ ଶାଖା ପକ୍ଷରୁ ଆକ୍ରମଣ ସମୟର ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରାଯିବା ସହ ଏଥିପାଇଁ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାରକୁ ଦାୟୀ କରାଯାଇଛି। ରାଜ୍ୟରେ ହିନ୍ଦୁଙ୍କ ପ୍ରତି ହେଉଥିବା ଟାର୍ଗେଟେଡ୍ ହିଂସା ରୋକିବାରେ ମମତା ବାନାର୍ଜୀ ସରକାର ବିଫଳ ହୋଇଥିବା ଅଭିଯୋଗ ହୋଇଛି। ରାମନବମୀ ଶୋଭାଯାତ୍ରା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ସେମାନେ ଅପରାଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।