Wednesday, June 4, 2025
No Result
View All Result
Odisha 365

Latest News

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ରାମସେତୁ ଉପରେ ପମ୍ବନ ରେଳ ପୋଲ ଉଦଘାଟନ କରିବେ

Ramesh Parida by Ramesh Parida
Apr 4, 2025, 10:01 pm GMT+0530
FacebookTwitterWhatsAppTelegram

ଯେଉଁଠି ଥିଲା ରାମସେତୁ ଏବେ ତା ଉପରେ ପମ୍ବନ ରେଳ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୬ ତାରିଖରେ ରାମନବମୀ ଅବସରରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ନୂତନ ପମ୍ବନ ରେଳ ପୋଲକୁ ଉଦଘାଟନ କରିବେ ।

ଏହା ଦେଶର ପ୍ରଥମ ଭର୍ଟିକଲ ଲିଫ୍ଟ ସମୁଦ୍ର ପୋଲ । ପୋଲ ପାଖରୁ ପ୍ରଧାନମନ୍ତ୍ରୀ ଏକ ଟ୍ରେନ ଓ ଜାହାଜ ଚଳାଚଳର ଶୁଭାରମ୍ଭ କରିବା ସହ ପୋଲ ପରିଚାଳନାର ପ୍ରତ୍ୟକ୍ଷ ଅନୁଭୂତି ନେବେ । ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ରାମେଶ୍ୱରମ୍ ଠାରେ ରାମନାଥସ୍ୱାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ରାମେଶ୍ୱରମ୍ ଠାରେ ଅପରାହ୍ଣ ପ୍ରାୟ ୧ଟା ୩୦ରେ ସେ ତାମିଲନାଡ଼ୁରେ ୮,୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପିତ କିମ୍ବା ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ଉଦବୋଧନ କରିବେ ।

ପ୍ରଧାନମନ୍ତ୍ରୀ ନୂତନ ପମ୍ବନ ରେଳ ପୋଲକୁ ଉଦଘାଟନ କରିବା ସହ ରାମେଶ୍ୱରମ୍-ତମ୍ବାରାମ ନୂତନ ରେଳ ସେବାର ଶୁଭାରମ୍ଭ କରିବେ । ଏହି ପୋଲ ଗଭୀର ସାଂସ୍କୃତିକ ଗୁରୁତ୍ୱତା ବହନ କରେ । ରାମାୟଣର ତଥ୍ୟ ଅନୁସାରେ ରାମେଶ୍ୱରମ୍ ନିକଟ ଧନୁଷ୍କୋଡ଼ିଠାରେ ରାମସେତୁ ନିର୍ମାଣ ଆରମ୍ଭ ହୋଇଥିଲା ।

ରାମେଶ୍ୱରମକୁ ମୂଳ ଭୂଖଣ୍ଡ ସହ ସଂଯୋଗ କରୁଥିବା ଏହି ପୋଲ ବୈଶ୍ୱିକ ସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଗୁରୁତ୍ୱପୂର୍ଣ୍ଣ ଛାପ ବହନ କରୁଛି । ୫୫୦ କୋଟି ଟଙ୍କା ଖର୍ଚ୍ଚରେ ଏହା ନିର୍ମିତ ହୋଇଛି । ଏହାର ଦୈର୍ଘ୍ୟ ୨.୦୮ କିଲୋମିଟର ଏବଂ ଏଥିରେ ୯୯ଟି ସ୍ପାନ (ଖୁମ୍ବ) ରହିଛି । ଏଥିରେ ୭୨.୫ ମିଟର ଭର୍ଟିକଲ ଲିଫ୍ଟ ସ୍ପାନ ରହିଛି ଯାହାକି ୧୭ ମିଟର ପର୍ଯ୍ୟନ୍ତ ଉଚ୍ଚକୁ ଉଠିପାରେ । ଫଳରେ ବିନା ବାଧାରେ ରେଳ ଚଳାଚଳ ସମୟରେ ମଧ୍ୟ ଜାହାଜ ଚଳାଚଳ ଜାରି ରହିପାରିବ । ଷ୍ଟେନଲେସ୍ ଷ୍ଟିଲ, ଉଚ୍ଚ ମାନର ସୁରକ୍ଷିତ ରଙ୍ଗ, ସମ୍ପୂର୍ଣ୍ଣ ୱେଲ୍ଡିଙ୍ଗ ସଂଯୋଗ ଦ୍ୱାରା ନିର୍ମିତ ହୋଇଥିବାରୁ ଏହି ପୋଲର ସ୍ଥାୟିତ୍ୱ ବୃଦ୍ଧି ପାଇବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ସ୍ୱଳ୍ପ ରହିବ । ଏଥିରେ ସ୍ୱତନ୍ତ୍ର ପଲିସିଲୋକ୍ସାନ କୋଟିଂ ଦିଆଯାଇଥିବାରୁ ଏଥିରେ କଳଙ୍କି ଲାଗିବ ନାହିଁ ଏବଂ ସାମୁଦ୍ରିକ ଲୁଣି ପରିବେଶ ସତ୍ତ୍ୱେ ଏହାର ସ୍ଥାୟିତ୍ୱ ଜାୟ ରହିବ ।

ପ୍ରଧାନମନ୍ତ୍ରୀ ତାମିଲନାଡ଼ୁରେ ୮,୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପିତ କିମ୍ବା ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି, ଏନଏଚ-୪୦ର ୨୮ କି.ମି ବିଶିଷ୍ଟ ୱାଲାଜାପେଟ-ରାଣୀପେଟ ସେକ୍ସନକୁ ଚାରି ଲେନ୍ ପାଇଁ ଶିଳାନ୍ୟାସ, ଏନଏଚ-୩୩୨ର ୨୯ କିଲୋମିଟର ଲମ୍ବର ଭିଲୁପ୍ପୁରମ-ପୁଡୁଚେରୀ ସେକ୍ସନ ୪ ଲେନ୍ ସଡ଼କ, ଏନଏଚ-୩୨ରେ ୫୭ କିମି ଦୈର୍ଘ୍ୟର ପୁଣ୍ଡିୟାଙ୍କୁପ୍ପାମ-ସଟ୍ଟନାଥପୁରମ୍ ସେକ୍ସନର ୪ ଲେନ୍ ସଡ଼କ, ଏନଏଚ-୩୬ରେ ୪୮ କିମି ଦୈର୍ଘ୍ୟ ଚୋଲାପୁରମ-ତାଞ୍ଜାଭୁର ଚାରି ଲେନ୍ ସଡ଼କର ଲୋକାର୍ପଣ । ଏହି ରାଜପଥ ଗୁଡ଼ିକ ଅନେକ ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରିବା ସହ ସହର ଗୁଡ଼ିକ ମଧ୍ୟରେ ଦୂରତା ହ୍ରାସ କରିବ । ଏହା ମେଡିକାଲ କଲେଜ ଆଣ୍ଡ ହସପିଟାଲ ଏବଂ ବନ୍ଦର ସହ ସଂଯୋଗକୁ ସହଜ କରିବା ସହ ସ୍ଥାନୀୟ ଚାଷୀମାନଙ୍କୁ ସେମାନଙ୍କ କୃଷିଜାତ ଉତ୍ପାଦକୁ ଆଖପାଖ ବଜାରରେ ପହଞ୍ଚାଇବା ଦିଗରେ ସଶକ୍ତ କରିବ ।

Tags: INDIAModiodisha365TOP NEWS
ShareTweetSendShare

RelatedNews

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା
Latest News

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ
Latest News

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା
Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ
Latest News

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

Latest News

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.