Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ନବୀନଙ୍କ ସମାନ ଦୂରତା ରଣନୀତି ବିଜେଡିକୁ କେତେ ଫାଇଦା ଦେବ ?

Ramesh Parida by Ramesh Parida
Apr 4, 2025, 04:38 pm GMT+0530
FacebookTwitterWhatsAppTelegram

ସଂସଦରେ ୱାକଫ୍ ସଂଶୋଧନ ବିଲ୍ ୨୦୨୫କୁ ବିଜେଡି ଅଧା ସମର୍ଥନ କରିଛି ଅଧା ବିରୋଧ କରିଛି । ନବୀନ କିଛି ନକହିଲେ ମଧ୍ୟ ପୁଣି ତାଙ୍କ ସମଦୂରତା ସେ ବଜାୟ ରଖିଛନ୍ତି । ଏହି ବିଲକୁ ନବୀନ ସମର୍ଥନ କରିବାକୁ ଘୋଷଣା କରିଥିଲେ ମୁସଲମାନ ଭୋଟରଙ୍କ ବିରୋଧୀ ହୋଇଥାନ୍ତେ ଯାହାର ଫାଇଦା କଂଗ୍ରେସକୁ ଯାଇଥାନ୍ତା । କିନ୍ତୁ ସେ ସେପରି କିଛି ନକରି ନିରବ ରହିବାରୁ ଅଦୃଶ୍ୟ ଲାଭ ପାଇପାରିବେ । ସେପଟେ  ବିଲକୁ ଅଧା ସମର୍ଥନ ଦେଇଥିବାରୁ ତାଙ୍କୁ ହିନ୍ଦୁ ବିରୋଧୀ ମଧ୍ୟ କୁହାଯାଇ ସମାଲୋଚନା କରାଯାଇପାରିବ ନାହିଁ । ଏଭଳି ଏକ ଐତିହାସିକ ବିଲକୁ ନେଇ ନବୀନ ଅନେକ ଭାବିଚିନ୍ତି ନିଷ୍ପତ୍ତି ନେଇଥିବା ମନେହେଉଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି ।

ତେବେ ନବୀନଙ୍କ ରଣନୀତି ବିଜେଡିକୁ ଲାଭ ଦେବ ନା କ୍ଷତି ପହଁଚାଇବ ତାହା ଉପରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । କିଛି ରାଜନୀତି ସମୀକ୍ଷକଙ୍କ କହିବା କଥା ଏହା ବିଜେଡିର ଏଭଳି ଗେମ ପ୍ଲାନ ଯାହା ବିଜେଡି କୁ ପରୋକ୍ଷରେ ସମାଲୋଚନାରୁ ରକ୍ଷା କରି ଲାଭ ଦେବ । କାରଣ ନବୀନ ପଟ୍ଟନାୟକଙ୍କ ରଣନୀତି ଅନେକ ସମୟରେ ଭୋଟରଙ୍କୁ ପସନ୍ଦ ଆସିଥାଏ । ଏହି ବିଲକୁ ବିରୋଧ କରି ନବୀନ ହିନ୍ଦୁମାନଙ୍କ ଆଗରେ ସମାଲୋଚିତ ହେବାକୁ ଚାହାଁନ୍ତି ନାହିଁ ଏହା ସୂଚାଉଛି ।

ଓଡ଼ିଶା ରାଜନୀତିରେ ଜାତି ରାଜନୀତି ନଥିଲେ ମଧ୍ୟ ସଂଖ୍ୟାଗରିଷ୍ଠ ଭୋଟରମାନେ ହିନ୍ଦୁ ସପକ୍ଷବାଦୀ । ପୂର୍ବରୁ ମଧ୍ୟ ବିଜେଡି ଏହି କାରଣରୁ ମୋଦି ସରକାରଙ୍କ ଅନେକ ବିଲକୁ ସମର୍ଥନ କରି ଅଦୃଶ୍ୟ ଲାଭପାଇଛି । ଏବେ ସରକାରରେ ନଥିଲେ ମଧ୍ୟ ଭୋଟରଙ୍କ ଅସନ୍ତୋଷ ଶିକାର ହେବାକୁ ଚାହୁଁନାହାଁନ୍ତି ନବୀନ । ଏବେ ମୋଦିଙ୍କ ଲୋକପ୍ରିୟତା ଅଧିକ ଅଛି ସତ ତଥାପି ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା କମିନାହିଁ । ଓଡ଼ିଶାରେ ଅଧିକାଂଶ ହିନ୍ଦୁ ଭୋଟର ବିଲକୁ ସମର୍ଥନ କରୁଛନ୍ତି ତେଣୁ ତାଙ୍କ ଆଗରେ ଭିଲିଆନ ହେବାକୁ ଚାହୁଁନାହାଁନ୍ତି ନବୀନ ।

ରାଜ୍ୟସଭାରେ ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ରଙ୍କ ଭୋଟ୍ ପରେ ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ କିଛି ଅସନ୍ତୋଷ ନାହିଁ । ଯେଉଁମାନେ କିଛି କହୁଛନ୍ତି ସେ ସବୁ କେବଳ ଭୋଟ ରାଜନୀତି ।  ବିଜେଡିର ଆଭିମୁଖ୍ୟକୁ ନେଇ କଂଗ୍ରେସ ଦଳ ତୀବ୍ର ସମାଲୋଚନା କରିବା ସ୍ବାଭାବିକ କିନ୍ତୁ ଏହାଦ୍ବାରା ଓଡ଼ିଶା ଭୋଟର ଙ୍କ ମୁଡ ଖରାପ ହୋଇନାହିଁ ।

ଏହି ବିଲ୍ ଉପରେ ବିଜେଡିର ଆଭିମୁଖ୍ୟ ଠିକ୍ କି ଭୁଲ ତାହା ସମୟ କହିବ । ସାଂସଦ ପ୍ରଥମେ ସାଂସଦ ମୁନ୍ନା ଖାଁ ଏହି ବିଲ୍‍କୁ ଖୋଲାଖୋଲି ବିରୋଧ କରିଥିଲେ। ତାଙ୍କ ବିରୋଧ କରିବା ଠିକ୍ । କାରଣ ଭୋଟ ରାଜନୀତିରେ ତାଙ୍କ ମତ ଦଳ ପାଇଁ ଗୁରୁତ୍ବ ରଖୁଛି । ସେପଟେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ ସାଂସଦମାନେ ନିଜ ବିବେକ ଅନୁଯାୟୀ ଭୋଟ୍ ଦେବେ । ଏହା କହିବା ପଛରେ ନିଶ୍ଚୟ କେନ୍ଦ୍ର ବିଜେପି ନେତାଙ୍କ ସହ ନବୀନଙ୍କ କିଛି ଆଲୋଚନା ହୋଇପାରେ । ବିଜେପିର ହାଇକମାଣ୍ଡ ନିଶ୍ଚୟ ନବୀନଙ୍କଠାରୁ ସମର୍ଥନ ମାଗିଥାଇପାରନ୍ତି । ଏଭଳି କିଛି ପୂର୍ବରୁ ହୋଇଥିବାରୁ ଏବଂ ନବୀନଙ୍କ ସହ ବିଜେପିର କେନ୍ଦ୍ର ନେତ୍ବତ୍ବଙ୍କ ସଂପର୍କ ଭଲ ଥିବାରୁ ଏହା ହୋଇଥାଇପାରେ ବୋଲି ଚର୍ଚା ହେଉଛି । ଏଭଳି ନହୋଇଥିଲେ ସସ୍ମିତ ପାତ୍ର ସମର୍ଥନ ପାଇଁ ଖୋଲାଖୋଲି କହିନଥାନ୍ତେ ।

ଓଡ଼ିଶା କଂଗ୍ରେସ ବିଜେଡିକୁ ଟାର୍ଗେଟ କରି ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବୁଝାମଣା ଜାରି ରହିଥିବା କହିଛି । ଏଭଳି କହିବାରେ କିଛି ନୂତନତା ନାହିଁ । ଏଭଳି ଏକ ଦଶନ୍ଧି ହେଲା କଂଗ୍ରେସ କହୁଛି । କିନ୍ତୁ ଯେତେବେଳେ ଆବଶ୍ୟକ ପଡ଼ିଛି ଦିଲ୍ଲୀରେ ମୋଦିଙ୍କୁ ନବୀନ ଯଥା ସମ୍ଭବ ସାହାଯ୍ୟ କରିଛନ୍ତି ।

ଜାତୀୟ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ କଣ ରହିବ ତାହା କଂଗ୍ରେସ ସ୍ଥିର କରିପାରିବ ନାହିଁ । କାରଣ ବର୍ଷ ବର୍ଷ ଧରି ବିଜେଡି ମୋଦି ସରକାରଙ୍କୁ ପରୋକ୍ଷରେ ସହଯୋଗ କରିଆସୁଛନ୍ତି । ଏବେ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ନବୀନ ବିରୋଧୀ ଦଳର ନେତା ବନିଛନ୍ତି ସତ କିନ୍ତୁ ତାଙ୍କର ବିଜେପି ହାଇକମାଣ୍ଡଙ୍କ ସହ ସେପରି ମତଭେଦ ବା ମନଭେଦ ହୋଇନାହିଁ ।

ଶାସକ ବିଜେପି ବିରୋଧରେ କଂଗ୍ରେସ ନିଜକୁ ପ୍ରାଥମିକ ବିରୋଧୀ ଶକ୍ତି ଭାବରେ ଉପସ୍ଥାପନ କରିବାକୁ ଚାହୁଁଛି । କିନ୍ତୁ ଓଡ଼ିଶାବାସୀ ଦୁଇ ନମ୍ବରରେ ଏବେ ବିଜେଡିକୁ ରଖିଛନ୍ତି । ନବୀନ ପଟ୍ଟନାୟକଙ୍କର ଶକ୍ତି ଅନେକ ରହିଛି । ତାଙ୍କୁ କାଟି ଦୁଇ ନମ୍ବର ହେବା କଂଗ୍ରେସ ପାଇଁ ବଡ଼ କଷ୍ଟକର ବ୍ୟାପାର ।

ବିଲ୍‍କୁ ବିରୋଧ କରିବାକୁ ନିର୍ଦ୍ଦେଶ ଦେଇ ନବୀନ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ଏକରେ ସେ ହିନ୍ଦୁ ଭୋଟରଙ୍କୁ ଅସନ୍ତୋଷ କରିନାହାଁନ୍ତି । କି ମୁସଲିମ ଭୋଟରଙ୍କୁ ସେତେଟା ଅସନ୍ତୋଷ କରିନାହାଁନ୍ତି ।

ଦଳ ପକ୍ଷରୁ ସେଥିପାଇଁ କୌଣସି ହ୍ୱିପ୍ ଜାରି କରାଗଲା ନାହିଁ କାରଣ ଏହାଦ୍ବାରା ଓଡ଼ିଶାବାସୀଙ୍କ ନିକଟକୁ ଏକ ମେସେଜ ଯାଇଥାନ୍ତା । ସେ ମେସେଜ କେତେ ଭଲ କେତେ ଖରାପ ହୋଇଥାନ୍ତା ତାହା ବିଜେଡି ଭଲ ଭାବେ ହୃଦୟଙ୍ଗମ କରିଥିବା ମନେହୁଏ । କାରଣ ଏହି ନିଷ୍ପତ୍ତିରେ ଓଡ଼ିଶା ଭୋଟରମାନେ ବିଭାଜିତ ହେବାର ସଂଭାବନା ରହିଥିଲା  । ତେଣୁ ଆଗକୁ ପଂଚାୟତ ନିର୍ବାଚନ, ପୈାର ନିର୍ବାଚନ ଥିବାରୁ ନବୀନ ଏଦିଗରେ ଏକ ସୁଚିନ୍ତିତ ରଣନୀତି କରି ନିଷ୍ପତ୍ତି ନେଇଥିବା ମନେହୁଏ । ବରିଷ୍ଠ ବିଜେଡି ନେତା କହିଛନ୍ତି, କିଛି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ହେବା ବି ସ୍ବାଭାବିକ । କାରଣ ଏଭଳି ଗୋଳିଆ ପରିସ୍ଥିତିରୁ କଂଗ୍ରେସ ଫାଇଦା ନେବାକୁ ଚାହୁଁଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଦାସ  କହିଛନ୍ତି। “ଏକ ଚୁକ୍ତି ହୋଇଛି। ବିଜେଡି ହଠାତ୍ କାହିଁକି ନିଜର ଆଭିମୁଖ୍ୟ ବଦଳାଇଲେ? ଏହି ଦ୍ୱନ୍ଦ୍ୱକୁ କେବଳ ନବୀନ ପଟ୍ଟନାୟକ ହିଁ ଦୂର କରିପାରିବେ। ପିସିସି ସଭାପତି ପରୋକ୍ଷରେ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ୱାକଫ୍ ବିଲ୍ ଉପରେ ବିଜେଡିର ଆଭିମୁଖ୍ୟ ପାଣ୍ଡିଆନଙ୍କୁ କେନ୍ଦ୍ରୀୟ ଏଜେନ୍ସିଠାରୁ ବଞ୍ଚାଇବାର ଏକ ପଦକ୍ଷେପଭାବେ ଦେଖାଯାଉଛି। ଯଦି ନବୀନ ପଟ୍ଟନାୟକ ବିଜେପିକୁ ଯାଆନ୍ତି ତେବେ ସେ ଓ ଭିକେ ପାଣ୍ଡିଆନ ସୁରକ୍ଷିତ ରହିବେ। ଏସବୁ ଅଭିଯୋଗ କିଛି ମାନେ ରଖେନି । ରାଜନୀତିରେ ସଂଖ୍ୟାର ଖେଳ ମାନେ ରଖେ । ଆଉ ଯାହା ପାଖେ ସଂଖ୍ୟା ଅଛି ତାହାର ଆବଶ୍ୟକତା ସମସ୍ତଙ୍କୁ ଆବଶ୍ୟକ । ସେଥିରେ ଅଳ୍ପ, ଅଧିକ କିଛି ନାହିଁ । ଯେହେତୁ ହୁଇପ ହୋଇନାହିଁ ତେଣୁ ଦଳ ବିରୋଧୀ କାମ କେହି କରିନାହାଁନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାବି ଚିନ୍ତି ନିଷ୍ପତ୍ତି ନେଇଛନ୍ତି ଯାହା ଫଳରେ ତାଙ୍କ ଧଳା କୁର୍ତ୍ତାରେ କିଛି ପୁଣି ଦାଗ ଲାଗିନାହିଁ । ତାଙ୍କୁ କୈାଣସି ଜାତି ଧର୍ମରେ ସମାଲୋଚନା କରିବାକୁ ସେ ସୁଯୋଗ ଦେଇନାହାଁନ୍ତି ଏହା ହିଁ କହିହେବ ।

ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.