କେନ୍ଦ୍ର ସରକାର ୱାକଫ୍ ବୋର୍ଡର କାର୍ଯ୍ୟକୁ ବ୍ୟବସ୍ଥିତ କରିବାକୁ ଚାହୁଁଛନ୍ତି
ଜମି ବିବାଦ ନେଇ ବହୁଦିନ ଧରି କୋର୍ଟରେ ମାମଲା ପଡ଼ିରହିଛି
ବୋର୍ଡ ମନ ଇଚ୍ଛା କାମ କରୁଛି
କ୍ଷତିଗ୍ରସ୍ତ ସଂଗଠନ, ମୁସଲିମ ପକ୍ଷଙ୍କୁ ମଧ୍ୟ ନ୍ୟାୟ ମିଳୁନାହିଁ
120ଟି ବଡ଼ ମାମଲା ବିଭିନ୍ନ କୋର୍ଟରେ ସମାଧାନ ହୋଇପାରୁନାହିଁ
ସରକାରୀ ଜମିକୁ ବୋର୍ଡ ନିଜ ଜମି କହୁଛି
ଇଡେନ ଗାର୍ଡେନ ଭଳି କ୍ରିକେଟ୍ ଷ୍ଟାଡିୟମକୁ ବୋର୍ଡ ନିଜ ଜମି କହୁଛି
କୋଣସି ନିୟମ ମାନିବାକୁ ରାଜି ନୁହେଁ ଓ୍ବାକ ଅଫ ବୋର୍ଡ
ୱାକଫ୍ ସମ୍ପତ୍ତିର ଦକ୍ଷ ସୁପାରିଚାଳନା ପାଇଁ ୱାକଫ୍ ସଂଶୋଧନ ବିଲ୍ ୨୦୨୪ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିଛନ୍ତି । ଏହି ବିଲ୍ ୮ ଅଗଷ୍ଟ ୨୦୨୪ରେ ଲୋକସଭାରେ ଆଗତ କରାଯାଇଥିଲା। ବିରୋଧୀ ଦଳମାନେ ବିରୋଧ କରିବାକୁ ଏହାକୁ ପରେ ବିଲ୍ ଉପରେ ଅଧିକ ଆଲୋଚନା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା।
ୱାକଫ (ସଂଶୋଧନ) ବିଲ୍, ୨୦୨୪ର ଉଦ୍ଦେଶ୍ୟ ହେଉଛି ୱାକଫ୍ ସମ୍ପତ୍ତି ନିୟନ୍ତ୍ରଣ ଏବଂ ପରିଚାଳନା ସମ୍ବନ୍ଧୀୟ ସମସ୍ୟା ସମାଧାନ ପାଇଁ ୱକଫ ଅଧିନିୟମ, ୧୯୯୫ ରେ ସଂଶୋଧନ କରିବା। ଏହି ସଂଶୋଧନ ବିଲ୍ ଭାରତରେ ୱାକଫ୍ ସମ୍ପତ୍ତିର ପ୍ରଶାସନ ଏବଂ ପରିଚାଳନାରେ ଉନ୍ନତି ଆଣିବାକୁ ଚାହୁଁଥିବା କେନ୍ଦ୍ର ସରକାର କହିଛନ୍ତି ।
ବିଲ୍ ର ଲକ୍ଷ୍ୟ ହେଉଛି, ପୂର୍ବ ଆଇନର ତ୍ରୁଟିଗୁଡ଼ିକୁ ଦୂର କରିବା ଏବଂ ୱାକଫ୍ ବୋର୍ଡଗୁଡ଼ିକର ଦକ୍ଷତା ବୃଦ୍ଧି କରିବା। ୱାକଫର ପରିଭାଷାରେ ସଂଶୋଧନ କରିବା। ପଞ୍ଜୀକରଣ ପ୍ରକ୍ରିୟାରେ ଉନ୍ନତି ଆଣିବା। ୱାକଫ୍ ରେକର୍ଡ ପରିଚାଳନା କରିବାରେ ପ୍ରଯୁକ୍ତିର ଭୂମିକା ବୃଦ୍ଧି କରିବା।
ବିଲ୍ର ପରିଚୟ:
କେନ୍ଦ୍ର ସରକାର ୱାକଫ୍ ବୋର୍ଡର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଓ ୱାକଫ୍ ସମ୍ପତ୍ତିର ଦକ୍ଷ ପରିଚାଳନା ପାଇଁ ୱାକଫ୍ (ସଂଶୋଧନ) ବିଲ୍ ୨୦୨୪ ଓ ମୁସଲମାନ ୱାକଫ୍ (ପ୍ରତ୍ୟାହାର) ବିଲ୍ ୨୦୨୪ ସଂସଦରେ ଆଗତ କରିଛନ୍ତି।
୮ ଅଗଷ୍ଟ ୨୦୨୪ରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା ଏହି ବିଲ୍ । ବିରୋଧ ପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ଆଲୋଚନା ପାଇଁ ପଠାଯାଇଥିଲା। ଜେପିସିରେ ଆଲୋଚନା ହେବା ପରେ ପୁଣି ଥରେ ସଂସଦରେ ଆଗତ ହୋଇ ଚର୍ଚା ହେଉଛି ।
ବିଲ୍ର ଉଦ୍ଦେଶ୍ୟ:
ୱାକଫ୍ ଅଧିନିୟମ, ୧୯୯୫ରେ ସଂଶୋଧନ କରି ସମ୍ପତ୍ତି ପରିଚାଳନା ଓ ନିୟନ୍ତ୍ରଣରେ ସମସ୍ୟା ସମାଧାନ କରିବା
ୱାକଫ୍ ବୋର୍ଡର ଦକ୍ଷତା ବୃଦ୍ଧି, ପଞ୍ଜୀକରଣ ପ୍ରକ୍ରିୟାରେ ଉନ୍ନତି, ଓ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି କରି ବିବାଦୀୟ ଜମି ସମସ୍ୟାର ସମାଧାନ କରିବା
ଦାନ ସୂତ୍ରରେ ମିଳିଥିବା ଅର୍ଥର ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ଓ ସାମାଜିକ-ଆର୍ଥିକ ବିକାଶ ପ୍ରୋତ୍ସାହନ କରିବା
ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥା:
ୱାକଫ୍ ଅଧିନିୟମ, ୧୯୯୫ ଅନୁଯାୟୀ ପରିଚାଳିତ
କେନ୍ଦ୍ରୀୟ ୱାକଫ୍ ପରିଷଦ (CWC): ନୀତି ପରାମର୍ଶ ଦେଇଥାଏ
ରାଜ୍ୟ ୱାକଫ୍ ବୋର୍ଡ (SWB): ସମ୍ପତ୍ତି ପରିଚାଳନା ଓ ସୁରକ୍ଷା କରିଥାଏ
ୱାକଫ୍ ଟ୍ରିବ୍ୟୁନାଲ: ବିବାଦ ସମାଧାନ କରିଥାଏ
କଣ ଅଛି ଏବେ ସମସ୍ୟା:
“ଥରେ ୱାକଫ୍, ଅଧିନକୁ ସଂପତ୍ତି ଗଲେ ସର୍ବଦା ୱାକଫ୍” ନୀତି ଯୋଗୁଁ ବିବାଦ ବଢ଼ିଥାଏ ତାହା ଓ୍ବାକଫ୍ ସଂପତ୍ତି ହୋଇଯାଇଥାଏ
ବେଆଇନ ଦଖଲ, ପରିଚାଳନଗତ ଅବ୍ୟବସ୍ଥା, ମାଲିକାନା ବିବାଦ ରହିଥାଏ
ସମ୍ପତ୍ତି ପଞ୍ଜୀକରଣ ଓ ସର୍ଭେରେ ବିଳମ୍ବ ହୋଇଥାଏ
ୱାକଫ୍ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ଉଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିବାରେ ଅସୁବିଧା ରହିଥାଏ
ଧାରା ୪୦ର ଅପବ୍ୟବହାର ଯୋଗୁଁ ଘରୋଇ ସମ୍ପତ୍ତିକୁ ୱାକଫ୍ ଘୋଷଣା କରାଯାଉଥିବା ଅଭିଯୋଗ
ପ୍ରସ୍ତାବିତ ସଂଶୋଧନ:
ସରକାରୀ ସମ୍ପତ୍ତି ଉପରେ ଦାବି ହୋଇପାରିବ ନାହିଁ
ସରକାରୀ ଜମିକୁ ୱାକଫ୍ ଘୋଷଣା ନିଷିଦ୍ଧ ହେବ କଲେକ୍ଟର ତଦନ୍ତ କରିବେ।
ସର୍ଭେ ପ୍ରକ୍ରିୟାରେ ପରିବର୍ତ୍ତନ: ଜିଲ୍ଲା କଲେକ୍ଟରଙ୍କୁ ଦାୟିତ୍ୱ, ଦ୍ରୁତ ଓ ସ୍ୱଚ୍ଛ ସର୍ଭେ କରାଯିବ
CWCର ଗଠନ: ମୁସଲିମ ସଦସ୍ୟ ଅନ୍ତର୍ଭୁକ୍ତ ରହିବେ
SWBର ଗଠନ: ମୁସଲିମ ଓ ବିଭିନ୍ନ ମୁସଲିମ ଉପଜାତିର ପ୍ରତିନିଧି ରହିବେ
ଟ୍ରିବ୍ୟୁନାଲ ସଂସ୍କାର: ଇସ୍ଲାମିକ୍ ବିଦ୍ୱାନ ଯୋଗ, ଉଚ୍ଚ ନ୍ୟାୟାଳୟରେ ଅପିଲ ସହଜ ହେବ
୫ ବର୍ଷ ଇସ୍ଲାମ ପାଳନ: ୱାକଫ୍ ଦାନ ପାଇଁ ୫ ବର୍ଷ ଧର୍ମ ପାଳନ ବାଧ୍ୟତାମୂଳକ ହେବ
ପ୍ରଯୁକ୍ତି ବ୍ୟବହାର: କେନ୍ଦ୍ରୀୟ ପୋର୍ଟାଲ ଓ ଡିଜିଟାଲ ତାଲିକା ରହିବ
ଜେପିସିର ଭୂମିକା
୩୬ ବୈଠକ ହୋଇଚି , ୧୦ ସହର ପରିଦର୍ଶନ, ୯୭ ଲକ୍ଷରୁ ଅଧିକ ସ୍ମାରକପତ୍ର ଗ୍ରହଣ କରିଛି ଜେପିସି
୩୧ ଜାନୁଆରୀ ମଧ୍ୟରେ ୨୪ ରାଜ୍ୟ ୱାକଫ୍ ବୋର୍ଡର ସହ ଆଲୋଚନା
ରିପୋର୍ଟ ୧୩ ଫେବୃଆରୀ ୨୦୨୫ରେ ସଂସଦରେ ଦାଖଲ କରିଛି
ବିବାଦ ଓ ଚ୍ୟାଲେଞ୍ଜ:
ଅଣ-ମୁସଲିମ ସମ୍ପତ୍ତି ଉପରେ ୱାକଫ୍ ଦାବି କରିଆସୁଛି (ଯଥା: ତାମିଲନାଡୁ, ବିହାର, କେରଳ, କର୍ଣ୍ଣାଟକ)
ସାମ୍ବିଧାନିକତା ନେଇ ଦିଲ୍ଲୀ ହାଇକୋର୍ଟରେ PIL ଦାଖଲ ହୋଇଛି
୫,୯୭୩ ସରକାରୀ ସମ୍ପତ୍ତି ୱାକଫ୍ ଘୋଷିତ ହୋଇଛି ଯେଉଁଥିରେ ଅଧିକ ମୁସଲିମ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି ।
ଧାର୍ମିକ, ଦାତବ୍ୟ, ଓ ସାମାଜିକ କଲ୍ୟାଣରେ ୱାକଫ୍ର ଭୂମିକା ସନ୍ଦେହଜନକ ରହିଛି
ପରିଚାଳନାଗତ ଅବ୍ୟବସ୍ଥା ଓ ସ୍ୱଚ୍ଛତାର ଅଭାବ ହ୍ରାସ ପାଇବ
ସଂଶୋଧନ ବିଲ୍ ୱାକଫ୍ ପ୍ରଶାସନକୁ ଆଧୁନିକ, ସ୍ୱଚ୍ଛ, ଓ ଦକ୍ଷ କରିବାକୁ ଲକ୍ଷ୍ୟ ରଖିଛି
ବିବାଦ ଓ ଆଇନଗତ ଚ୍ୟାଲେଞ୍ଜ ସତ୍ତ୍ୱେ, ଏହା ସାମାଜିକ ବିକାଶରେ ସହାୟକ ହୋଇପାରିବ ବୋଲି ସରକାର କହୁଛନ୍ତି