ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳରେ ଗାଡି ଚୋରୀ ଧିରେ ଧିରେ ବଢିବାରେ ଲାଗିଛି। ପୁରୀ ଜିଲ୍ଲା ଡେଲାଗଂ ,ଓ ଗଡିଶାଗୋଦା ଥାନା ଅଂଚଳର କିଛି ଉଚ୍ଚ ଶିକ୍ଷିତ ଯୁବକ ଟଙ୍କା ରୋଜଗାର ଆଶାରେ ନିରାକାରପୁର ରେ ଘରଭଡା ନେଇ ରହି ଚୋରି କରୁଛନ୍ତି।ଯୁବକ ମାନେ ସୁଯୋଗ ଉଣ୍ଡି ଅତି ଚତୁରତାର ସହିତ ବିଳମ୍ବିତ ରାତିରେ ଗାଡି ଚୋରି ନେଇ ଆନ୍ଧ୍ରପ୍ରଦେଶର ଦଲାଲଙ୍କ ସହାୟତାରେ ଆନ୍ଧ୍ରପ୍ରଦେଶ ରେ କମମୂଲ୍ୟରେ ବିକ୍ରୀ କରି ବିନା ପରିଶ୍ରମରେ ଭଲ ରୋଜଗାର କରିଥାନ୍ତି।ଚୋରି ଗାଡି ବିକ୍ରୀ ଟଙ୍କାରେ ଯୁବକ ମାନେ ମଉଜ ମଜଲିସ କରିଥାନ୍ତି।ନିରାକାରପୁର ରାହୁଳହଜ ଅଂଚଳର ହିଟୁ ପ୍ରଧାନ ଭଡାଘର ଗ୍ରୀଲ ଭାଗିଂ ବୁଲେଟ ମୋଟର ସାଇକେଲ ଚୋରା ହୋଇଥିଲା।ଅନୁରୂପ ଭାବରେ ନିରାକାରପୁର ଅଂଚଳରୁ ଆଉ କେତୋଟି ଗାଡିଚୋରି ହୋଇଥିବା ନେଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଏନେଇ ଚୋର ମାନଙ୍କ ଟେର ପାଇ ପାରିନଥିଲା ନିରାକାରପୁର ପୋଲିସ।ଗତ ୧୦ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶ ସୋମପେଟା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ୩ଟି ଚୋରାଗାଡି ଜବତ କରି ଜଣେ ଅଭିଯୁକ୍ତ କୁ ଗିରଫ କରି ତଦନ୍ତ ଜାରି ରଖିଥିଲା।ଆନ୍ଧ୍ରପ୍ରଦେଶ ପୋଲିସ ନିରାକାରପୁର ରାହୁଳହଜ ଏକ ଭଡା ଘରେ ଚଢ଼ାଉ କରି ଅଭିଯୁକ୍ତ ଜଣଙ୍କୁ ଗିରଫ କରିଥିବା ବେଳେ ମାଷ୍ଟରମାଇଣ୍ଡ ଗଡିଶାଗୋଦା ବିଣ୍ଡିପୁର ଗ୍ରାମର ପ୍ରମୋଦ ପାଇକରାୟ ପୁଅ ପ୍ରଦିପ ପାଇକରାୟ (ପଦି)ଘଟଣା ସ୍ଥଳରୁ ଫେରାର ମାରିଛି।ଖବର ପାଇ ନିରାକାରପୁର ପୋଲିସ ସୋମପେଟା ଥାନାରେ ପହଞ୍ଚି ତିନୋଟି ମୋଟର ସାଇକେଲ ଜବତ କରି ଆଣିଥିବା ଜଣାପଡିଛି।ଉପଯୁକ୍ତ କାଗଜପତ୍ର ଦେଖାଇଲେ ଗାଡିଗୁଡିକୁ ଚୋରୀ ହୋଇଥିବା ବ୍ୟକ୍ତି ମାନଙ୍କୁ ଦିଆଯିବ ବୋଲି ଜଣାପଡିଛି।