ଆମ୍ବରେ ପ୍ରଚୁର ପରିମାଣରେ ଫାଇବର ଓ ଭିଟାମିନ ଥାଏ । ଗରମ ଆରମ୍ଭରୁ ହିଁ ବଜାରକୁ ବିଭିନ୍ନ ଭେରାଇଟର ଆମ୍ବ ପହଁଚିସାରିଲାଣି । କିଏ ଏହାକୁ ସେକ୍ କରୁଛନ୍ତି ତ ଆଉ କିଏ ସାଲାଡରେ ବ୍ଯବହାର କରୁଛନ୍ତି । ଏହାଛଡା ଆମ୍ବର ବ୍ଯବହାର କେଶ ଏବଂ ତ୍ବଚା ପାଇଁ ମଧ୍ୟ କରାଯାଇଥାଏ । କେଶର କଣ୍ଡିସନିଂ ହେଉ କିମ୍ବା ତ୍ବଚାର କୁଞ୍ଚନ ହଟେଇବା ପାଇଁ ହେଉ ଆମ୍ବ ଏହି ସବୁ ଚିନ୍ତାରୁ ଦୂର କରିଥାଏ ।
ଆମ୍ବରେ ପ୍ରସ୍ତୁତ ଫେସପ୍ଯାକ ଦ୍ବାରା ଆପଣଙ୍କ ଚେହେରାରେ ଆସୁଥିବା ରିଙ୍କଲ୍ସ କିମ୍ବା କୁଞ୍ଚନ ଦୂର ହୋଇଥାଏ । ଆମ୍ବ ରସ ଏବଂ ଅଣ୍ଡାର ଧଳାଅଂଶକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପ୍ଯାକକୁ ଚେହେରାରେ ଲଗାଇ ୩୦ ମିନିଟ ଛାଡିଦିଅନ୍ତୁ । ଏହି ପ୍ଯାକରେ ମହଜୁଦ ଥିବା ଆଣ୍ଟିଅକ୍ସଡେଣ୍ଟ ଏବଂ କୋଲାଜନ ଆପଣଙ୍କ ତ୍ବଚାର ଚମକ ଆଣିଥାଏ । ସପ୍ତାହରେ ଥରେ ଏହି ପ୍ଯାକକୁ ଲଗାଇଲେ ଆପଣଙ୍କ ତ୍ବଚା ସୁସ୍ଥ ଏବଂ ସୁନ୍ଦର ଦେଖାଯାଇଥାଏ ।