ଇଦ୍ ପାଇଁ ସାରାଦେଶର ମୁସଲିମ ସମାଜ ଉତ୍ସବମୁଖର । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ସଂପ୍ରଦାୟର ଲୋକେ । ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ । ଦିନ ସାରା ଉପବାସ ରହି ରାତିରେ ରୋଜା ପାଳୁଥିଲେ। ଏହା ରମଜାନ ମାସକୁ ଇସଲାମରେ ସବୁଠୁ ପବିତ୍ର ମାସ କୁହାଯାଏ ।
ସମୁହ ନମାଜ ପାଠ ପାଇଁ ସମସ୍ତ ମସଜିଦରେ ସକାଳୁ ସକାଳୁ ଭିଡ ଲାଗିଛି। କଟକରେ ସୁରକ୍ଷା ଦୃଷ୍ଟି କୋଣରୁ କମିଶନରେଟ ପୋଲିସ ପକ୍ଷରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ଇଦ ପାଳନ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ କରିଛି କମିଶନରେଟ ପୋଲିସ।