ରାଗିଗଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କହିଲେ ବୋମା ପକାଇ ଉଡାଇ ଦେବୁ। ହେଲେ ଏମିତି ଧମକ କାହାକୁ ଦେଲେ ଟ୍ରମ୍ପ। କାହିଁକି ଏପରି କହିଲେ ଟ୍ରମ୍ପ ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରକୃତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି କହିଛନ୍ତି ଇରାନର ରାଷ୍ଟ୍ରପତିଙ୍କୁ। ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିଠିର ଉତ୍ତରରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ୍ ଆମେରିକା ସହ ସିଧାସଳଖ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ, ଯଦି ଆଣବିକ କାର୍ଯ୍ୟକ୍ରମ ଉପରେ ତେହେରାନ ୱାଶିଂଟନ ସହ ଚୁକ୍ତି କରିବାକୁ ରାଜି ନହୁଏ ତେବେ ଏହା ଉପରେ ବୋମା ପକାଯିବ ଏବଂ ଶୁଳ୍କ ଲାଗୁ କରାଯିବ। ଟ୍ରମ୍ପ କହିଛନ୍ତି ଯଦି ସେମାନେ ଡିଲ୍ ନକରନ୍ତି ତେବେ ସେଠାରେ ବୋମା ବିସ୍ଫୋରଣ ହେବ, କିନ୍ତୁ ଏକ ସମ୍ଭାବନା ମଧ୍ୟ ଅଛି ଯେ ଯଦି ସେମାନେ ଚୁକ୍ତି ନକରନ୍ତି ତେବେ ମୁଁ ସେମାନଙ୍କ ଉପରେ ଶୁଳ୍କ ଦୁଇଗୁଣ ଲଗାଇବି ।