Tuesday, May 13, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Videos Business

ନୂଆଦିଲ୍ଲୀରେ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ସମ୍ପନ୍ନ

ଆଗାମୀ ସପ୍ତାହରେ ବିଟିଏ ଅଧୀନରେ ଭର୍ଚୁଆଲ ମାଧ୍ୟମରେ କ୍ଷେତ୍ରୀୟ ବିଶେଷଜ୍ଞ ସ୍ତରୀୟ ହେବ କାର୍ଯ୍ୟକ୍ରମ

Ramesh Parida by Ramesh Parida
Mar 30, 2025, 08:23 am GMT+0530
FacebookTwitterWhatsAppTelegram

ଭାରତର ବାଣିଜ୍ୟ ବିଭାଗ ଏବଂ ଆମେରିକୀୟ ବାଣିଜ୍ୟ କାର୍ଯ୍ୟାଳୟର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ସମ୍ପନ୍ନ ହୋଇଯାଇଛି। ଏହି ବୈଠକ ଗତ ୨୬ ତାରିଖରୁ ଆରମ୍ଭ ହୋଇ ଶନିବାର ଅର୍ଥାତ୍‌ ମାର୍ଚ୍ଚ ୨୯ ତାରିଖରେ ସମ୍ପନ୍ନ ହୋଇଛି । ଏକ ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମାର ସମ୍ପାଦନ ଜରିଆରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ୨୦୩୦ ସୁଦ୍ଧା ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ପାଇଁ ୧୩ ଫେବୃଆରୀ ୨୦୨୫ରେ ଜାରି ଭାରତ-ଆମେରିକା ମିଳିତ ବିବୃତ୍ତିରେ ଉଭୟ ପକ୍ଷ ସହମତ ହୋଇଥିଲେ। ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ବାଣିଜ୍ୟ ପ୍ରତିନିଧିମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ନିରପେକ୍ଷତା, ଜାତୀୟ ସୁରକ୍ଷା ଏବଂ ନିଯୁକ୍ତି ସୃଷ୍ଟି ସୁନିଶ୍ଚିତ କରୁଥିବା ବିକାଶକୁ ପ୍ରୋତ୍ସାହିତ କରିବାର ସହଭାଗୀ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଉଭୟ ପକ୍ଷ ନୂଆଦିଲ୍ଲୀରେ ଚାରି ଦିନିଆ ଆଲୋଚନା ମାଧ୍ୟମରେ ଏକ ପାରସ୍ପରିକ ଲାଭଦାୟକ ବହୁ-କ୍ଷେତ୍ର ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା (ବିଟିଏ) ଦିଗରେ ପରବର୍ତ୍ତୀ ପଦକ୍ଷେପ ଉପରେ ବ୍ୟାପକ ବୁଝାମଣା କରିଛନ୍ତି । ଏହାର ଲକ୍ଷ୍ୟ ହେଉଛି ୨୦୨୫ ମସିହା ସୁଦ୍ଧା ଏହାର ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ କରିବା।

ବିଟିଏ ଅଧୀନରେ କ୍ଷେତ୍ରୀୟ ବିଶେଷଜ୍ଞ ସ୍ତରୀୟ କାର୍ଯ୍ୟ ଆଗାମୀ ସପ୍ତାହରେ ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହେବ ଏବଂ ବ୍ୟକ୍ତିଗତ ଭାବେ ଶୀଘ୍ର ଆଲୋଚନା ପାଇଁ ପଥ ପରିଷ୍କାର କରିବ। ଏହି ଆଲୋଚନା ସମୟରେ ଉଭୟ ପକ୍ଷ ବଜାର ପ୍ରବେଶ ବୃଦ୍ଧି, ଶୁଳ୍କ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକ ହ୍ରାସ ଏବଂ ପାରସ୍ପରିକ ଲାଭପ୍ରଦ ଢଙ୍ଗରେ ଯୋଗାଣ ଶୃଙ୍ଖଳା ଏକୀକରଣକୁ ଗଭୀର କରିବା ସମେତ ପ୍ରାଥମିକତା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଗଭୀର କରିବା ଉପରେ ଫଳପ୍ରଦ ମତ ବିନିମୟ କରିଥିଲେ।

ଗତ ମାର୍ଚ୍ଚ ୪ରୁ ୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ୱାଶିଂଟନ୍ ଡିସି ଗସ୍ତ ପରେ ନୂଆଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବାଣିଜ୍ୟ ମନ୍ତ୍ରୀ ଶ୍ରୀ ଗୋୟଲ ତାଙ୍କର ୱାଶିଂଟନ ଗସ୍ତ ଅବସରରେ ନିଜର ଆମେରିକୀୟ ପ୍ରତିପକ୍ଷ-ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ୍ ଗ୍ରୀର୍ ଏବଂ ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକଙ୍କୁ ଭେଟିଥିଲେ। ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଥିଲା।

ଆଲୋଚନାର ସଫଳ ସମାପନ ଉଭୟ ଦେଶରେ ସମୃଦ୍ଧି, ସୁରକ୍ଷା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ବିସ୍ତାର କରିବାର ପ୍ରୟାସରେ ହୋଇଥିବା ଅଗ୍ରଗତିକୁ ପ୍ରତିଫଳିତ କରେ। ଏହି ପଦକ୍ଷେପଗୁଡ଼ିକ ବ୍ୟବସାୟ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା, ଦ୍ୱିପାକ୍ଷିକ ଆର୍ଥିକ ଏକୀକରଣକୁ ତ୍ୱରାନ୍ୱିତ କରିବା ଏବଂ ଭାରତ ଓ ଆମେରିକା ମଧ୍ୟରେ ଆର୍ଥିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ପରିକଳ୍ପନା କରାଯାଇଛି।

ଭାରତ ଓ ଆମେରିକା ଏହି ବୈଠକର ଫଳାଫଳକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଜାରି ରହିଥିବା ସହଯୋଗ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଉଭୟ ପକ୍ଷ ଆଗାମୀ ମାସଗୁଡ଼ିକରେ ବିଟିଏକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଏହି ମାଇଲଖୁଣ୍ଟକୁ ଆଗକୁ ବଢ଼ାଇବାକୁ ଅପେକ୍ଷା କରିଛନ୍ତି । ଏହା ସମୃଦ୍ଧି, ଦୀର୍ଘସ୍ଥାୟିତ୍ୱ ଏବଂ ପାରସ୍ପରିକ ଲାଭ ସୁନିଶ୍ଚିତ କରିବା ପାଇଁ ଉଭୟ ଦେଶର ସହଭାଗୀ ଲକ୍ଷ୍ୟ ସହିତ ମେଳ ଖାଉଛି।

Tags: INDIAnewsodisha365
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.