ଆସନ୍ତା ଏପ୍ରିଲ ୧୪ ତାରିଖରେ ଛୁଟି ରହିବ ସମସ୍ତ ସରକାରୀ ଅଫିସ୍ । ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ତେବେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।ଯଦି କୌଣସି ସରକାରୀ ଅଫିସରେ କାମ ଅଛି ଏବଂ କୌଣସି ବ୍ୟକ୍ତି ଏପ୍ରିଲ ୧୪ ତାରିଖରେ କାମ କରିବାକୁ ଯୋଜନା କରିଛନ୍ତି ତେବେ ଜାଣି ରଖନ୍ତୁ ଏପ୍ରିଲ ୧୪ ତାରିଖରେ ସରକାରୀ ଅଫିସ ଓ ଶିଳ୍ପାନୁଷ୍ଠାନ ବନ୍ଦ ରହିବ ।