ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂମିକମ୍ପ ବିପଦ ମଧ୍ୟରେମିଆଁମାରର ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ କଥାହୋଇଛନ୍ତି । ଏହି ଆହ୍ୱାନ ସମୟରେ ମିଆଁମାର ସହିତ ଏକତାର ସହଠିଆ ହେବା ପାଇଁ ଏକ ଘନିଷ୍ଠ ବନ୍ଧୁ ଏବଂ ପଡୋଶୀ ଭାବରେଭାରତର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ଏହି ବିପର୍ଯ୍ୟୟସମୟରେ ପ୍ରଭାବିତ ଅଞ୍ଚଳଗୁଡିକୁ ତୁରନ୍ତ ରିଲିଫ ଏବଂ ସହାୟତାପ୍ରଦାନ କରିବା ପାଇଁ ଭାରତ ସରକାର ଏକ ପଦକ୍ଷେପ ଭାବରେଅପରେସନ୍ ବହ୍ମା ଆରମ୍ଭ କରିଛି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି, “ମିଆଁମାରର ବରିଷ୍ଠ ଜେନେରାଲ ମହାଶୟ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହକଥା ହୋଇଛି । ବିନାଶକାରୀ ଭୂମିକମ୍ପରେ ହୋଇଥିବା ପ୍ର୍ରାଣହାନିପାଇଁ ଆମର ଗଭୀର ସମବେଦନା ଜଣାଇଛି । ଏକ ଘନିଷ୍ଠ ବନ୍ଧୁ ଏବଂପଡୋଶୀ ଭାବରେ, ଭାରତ ଏହି ଦୁଃଖ ସମୟରେ ମିଆଁମାର ଲୋକଙ୍କସହିତ ରହିଛି । ଅପରେସନ୍ ବ୍ରହ୍ମାର ଅଂଶ ଭାବରେ ପ୍ରଭାବିତଅଞ୍ଚଳଗୁଡିକୁ ବିପର୍ଯ୍ୟୟ ରିଲିଫ୍ ସାମଗ୍ରୀ, ମାନବୀୟ ସହାୟତା, ସନ୍ଧାନ ଏବଂ ଉଦ୍ଧାରକାରୀ ଦଳଗୁଡିକୁ ଦ୍ରୁତ ଗତିରେ ପଠାଯାଉଛି ।”