ସୁନା ଦର କାହିଁକି ବଢ଼ୁଛି ? କେବେ କମିବ ସୁନା ଦର । ଆପଣ ଯଦି ସୁନା କିଣିବାକୁ ଚାହୁଁଛନ୍ତି କଣ ଏବେ କିଣିବେ କି ପରେ କିଣିବେ । ଏବେ ୧୦ ଗ୍ରାମ୍ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚିଛି ।
ବିଦେଶୀ ବଜାରରେ ସୁନା ଦର ବଢ଼ିଥିବାରୁ ଘରୋଇ ବଜାରରେ ମହଙ୍ଗା ହୋଇଥିବା ଅଲ୍ ଇଣ୍ଡିଆ ସରାଫା ଆସୋସିଏଶନ କହିଛି। ଗୁରୁବାର ୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦାମ୍ ୧୦ ଗ୍ରାମ ପ୍ରତି ଦର ୯୧,୦୫୦ ଟଙ୍କା ରହିଥିବା ବେଳେ ଶୁକ୍ରବାର ୯୨,୧୫୦ ଟଙ୍କା ହୋଇଛି। ଗତବର୍ଷ ଏପ୍ରିଲ ୧ରେ ୧୦ ଗ୍ରାମ ସୁନା ଦର ୬୮,୪୨୦ ଟଙ୍କା ଥିବାବେଳେ ବର୍ଷକ ମଧ୍ୟରେ ତାହା ୨୩,୭୩୦ ଟଙ୍କା ବା ୩୫ ପ୍ରତିଶତ ବୃଦ୍ଧି ପାଇଛି।