ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନ୍କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୬ ମାଓବାଦୀ ନିହତ । ଛତିଶଗଡ ସୁକମା ଜିଲ୍ଲାର ଅପମ୍ପଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ମଧ୍ୟ ଆଶଙ୍କା ରହିଛି । ଏବେବି ଗୁଳି ବିନିମୟ ଜାରି ରହିଛି ।
ସୂଚନାନୁଯାୟୀ, ଛତିଶଗଡ଼ ସୁକୁମା ଜିଲ୍ଲାର ଉପାମପାଲି ଗାଁ ନିକଟସ୍ଥ ଗୋଗୁଣ୍ଡା ପାହାଡ଼ ଉପରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । DRG ଏବଂ CRPF କୋବ୍ରା ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ସୁକମା-ଦାନ୍ତେୱାଡ଼ା ସୀମାରେ ଗୁଳି ବିନିମୟ ଜାରି ରହିଛି ।