ଆଫଗାନିସ୍ତାନରେ ଆଜି ସକାଳୁ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ଏବଂ ୪.୩ ରହିଛି। ସ୍ଥାନୀୟ ସମୟ ସକାଳ ୪:୫୧ ଏବଂ ୫:୧୬ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁ ଲୋକମାନେ ଘର ଛାଡିବାକୁ ବାଧ୍ୟ ହୋଇଥିଲେ। କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ। ଗତକାଲି ମିଆଁମାର ଏବଂ ଥାଇଲାଣ୍ଡରେ ମଧ୍ୟ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା।