ସମ୍ବଲପୁରରେ ଚାଲିଛି ରାମ ନବମୀ ଏବଂ ହନୁମାନ ଜୟନ୍ତି ଶୋଭାଯାତ୍ରା ପାଇଁ ପ୍ରସ୍ତୁତି । ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବ୍ୟପକ ପୋଲିସ ଫର୍ସ ମୁତୟନ କରିଛି ପ୍ରଶାସନ । ଏଥିସହ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ । ରାମନବମୀ ଓ ହନୁମାନ ଜୟନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି । ସମ୍ବଲପୁରରେ ମୁତୟନ ହେବେ ୨ କଂପାନୀ ବିଏସ୍ଏଫ୍ ଫୋର୍ସ ଏବଂ ୧ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହେବେ । ଏଥିସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ବି ମୁତୟନ ହେବେ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍ପି ମୁକେଶ ଭାମୁ ।