ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀଙ୍କୁ ହତ୍ୟା କରି ତା ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପୁଣେ ପଳାଇ ଯାଇଥିବା ସ୍ଵାମୀ ରକେଶ । ତାଙ୍କୁ କଲ୍ ଡିଟେଲ୍ ରେକର୍ଡ (ସିଡିଆର୍) ବ୍ୟବହାର କରି ଟ୍ରାକ୍ କରାଯାଇଥିଲା ଏବଂ ସତାରା ପୁଲିସ ତାଙ୍କୁ ହେପାଜତକୁ ନେଇଥିଲା।
ପୁଲିସ ସୁଚନାନୁଯାଇ, ରାକେଶଙ୍କୁ ସତାରାର ପାରଗାଁଓ ଖଣ୍ଡାଲାରେ ସ୍ଥାନୀୟ ଲୋକମାନେ ଏକ କାର ଭିତରେ ଅଚେତ ଅବସ୍ଥାରେ ପାଇଥିଲେ। ପୁଲିସ କହିଛି ଯେ ରାକେଶ ପତ୍ନୀଙ୍କୁ ହତ୍ୟା ପରେ ବିଷ ଖାଇଦେଇଥିଲେ ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ରାକେଶ ତାଙ୍କ ସ୍ତ୍ରୀଙ୍କ ପିତାମାତାଙ୍କୁ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିବା ପରେ ଅପରାଧଟି ସାମ୍ନାକୁ ଆସିଥିଲା।