ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଲଜିୟମର ରାଜା ଫିଲିପଙ୍କ ସହ ଆଲୋଚନା କରିଛନ୍ତି । ନିକଟରେ ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡଙ୍କ ନେତୃତ୍ୱରେ ଭାରତ ଆସିଥିବା ବେଲଜିୟମ ଇକୋନୋମିକ୍ ମିସନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା, ବାଣିଜ୍ୟ ଓ ନିବେଶକୁ ପ୍ରୋତ୍ସାହିତ କରିବା,ନବାଚାର ଓ ସ୍ଥିରତା ଦିଗରେ ସହଭାଗିତାକୁ ଅଗେଇନେବା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି, “ବେଲଜିୟମର ରାଜା ଫିଲିପଙ୍କ ସହ ଆଲୋଚନା ସନ୍ତୋଷଜନକ । ନିକଟରେ ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡଙ୍କ ନେତୃତ୍ୱରେ ଭାରତ ଆସିଥିବା ବେଲଜିୟମ ଇକୋନୋମିକ୍ ମିସନକୁ ପ୍ରଶଂସା କରୁଛି । ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା, ବାଣିଜ୍ୟ ଓ ନିବେଶକୁ ପ୍ରୋତ୍ସାହିତ କରିବା,ନବାଚାର ଓ ସ୍ଥିରତା ଦିଗରେ ସହଭାଗିତାକୁ ଅଗେଇନେବା ପ୍ରସଙ୍ଗରେ ଆମ ମଧ୍ୟରେ ଆଲୋଚନା ହୋଇଛି ।