ଏବଂ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମୁମ୍ବାଇରେ ଦୁଇଟି ନୂତନ ଘର କିଣିଛନ୍ତି । ସୂର୍ଯ୍ୟକୁମାର ଯାଦବ ଦେଓନାରର ଗୋଦରେଜ ସ୍କାଏ ଟେରାସ୍ରେ ଦୁଇଟି ନୂତନ ଆପାର୍ଟମେଣ୍ଟ କିଣିଛନ୍ତି। ଏହାର ମୋଟ କାର୍ପେଟ କ୍ଷେତ୍ରଫଳ ପ୍ରାୟ ୪୨୨୨.୭୬ ବର୍ଗଫୁଟ। ସୂର୍ଯ୍ୟଙ୍କ ନୂତନ ଫ୍ଲାଟର ମୂଲ୍ୟ ପ୍ରାୟ ୨୧.୧୧ କୋଟି ଟଙ୍କା। ଫ୍ଲାଟ କିଣିବା ଉପରେ ୧.୨୬ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ ପୈଠ କରାଯାଇଛି।
ସୂର୍ଯ୍ୟ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ସେ ସିଜିନର ପ୍ରଥମ ମ୍ୟାଚ୍ରେ ମୁମ୍ବାଇର ଅଧିନାୟକତ୍ୱ ମଧ୍ୟ କରିଥିଲେ। ତେଣୁ ସୂର୍ଯ୍ୟକୁମାରଙ୍କ ନୂତନ ଫ୍ଲାଟର ଭିତର ଫଟୋ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ।