Saturday, June 28, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣ ବୃଦ୍ଧି କରିବ

Ramesh Parida by Ramesh Parida
Mar 26, 2025, 10:45 pm GMT+0530
FacebookTwitterWhatsAppTelegram

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସୌସେନା ଆଜି ମିଳିତ ଭାବେ ସ୍ୱଦେଶୀ ଭାବେ ବିକଶିତ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି । ସ୍ୱଦେଶୀ ଭାବେ ବିକଶିତ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭୂଲମ୍ବ ଭାବେ ନିକ୍ଷେପ କରାଯାଇପାରିବ।

ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି (ଆଇଟିଆରରୁ) ଆଜି (୨୬ ମାର୍ଚ୍ଚ ୨୦୨୫) ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କ୍ଷେପଣାସ୍ତ୍ର ସଫଳ ଫ୍ଲାଇଟ୍‌ ଟେଷ୍ଟ ବା ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଅତି ସମୀପ ଏବଂ କମ୍‌ ଉଚ୍ଚତାରେ ଦ୍ରୁତ ଗତିରେ ଯାଉଥିବା ଆକାଶମାର୍ଗର ଗୋଟିଏ ଲକ୍ଷ୍ୟକୁ ଭେଦ କରିବା ପାଇଁ ଏହି କ୍ଷେପଣାସ୍ତ୍ରକୁ ଭୂଲମ୍ବ ଭାବେ ମାଟି ଉପରେ ରଖାଯାଇଥିବା ଏକ ଲଞ୍ଚର୍‌ ବା ନିକ୍ଷେପ ଉପକରଣରୁ ଛଡ଼ା ଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ସୀମା ସମୀପବର୍ତ୍ତୀ ନିମ୍ନ ଉଚ୍ଚତା ସାମର୍ଥ୍ୟକୁ ପ୍ରମାଣିତ କରିଥିଲା।

ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ସମ୍ପୂର୍ଣ୍ଣ ଭାବେ ଲକ୍ଷ୍ୟକୁ ଧ୍ୱଂସ କରି ଦେଇଥିଲା। କ୍ଷେପଣାସ୍ତ୍ରଟି ଲକ୍ଷ୍ୟ ଭେଦ କରିବାରେ ଆବଶ୍ୟକ ଉଚ୍ଚ ଟର୍ଣ୍ଣ ରେଟ୍‌ କାର୍ଯ୍ୟକାରୀ କରିବା ସହିତ ଚପଳତା, ବିଶ୍ୱସନୀୟତା ଏବଂ ଅତି ପାଖରୁ ଲକ୍ଷ୍ୟ ଭେଦ କରିବାରେ ସଠିକତା ପ୍ରଦର୍ଶନ କରିଥିଲା। ଯୁଦ୍ଧ ବିନ୍ୟାସରେ ନିୟୋଜିତ ସମସ୍ତ ଅସ୍ତ୍ର ପ୍ରଣାଳୀ ଉପାଦାନ ସହିତ ଏହି ପରୀକ୍ଷା କରାଯାଇଥିଲା। ସ୍ୱଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍, ମଲ୍ଟି-ଫଙ୍କସନ୍ ରାଡାର ଏବଂ ଅସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା ସମେତ କ୍ଷେପଣାସ୍ତ୍ରର ସବୁ ଉପାଦାନ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା। ଆଇଟିଆର ଚାନ୍ଦିପୁର ଦ୍ୱାରା ବିକଶିତ ବିଭିନ୍ନ ରେଞ୍ଜ ଉପକରଣ ଦ୍ୱାରା ଉତ୍ତୋଳିତ ଉଡ଼ାଣ ତଥ୍ୟ ଦ୍ୱାରା ଏହି ବ୍ୟବସ୍ଥାର ପ୍ରଦର୍ଶନକୁ ପ୍ରମାଣିତ କରାଯାଇଥିଲା।

ଡିଆରଡିଓ, ଭାରତୀୟ ନୌସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତର ଦୃଢ଼ ପରିକଳ୍ପନା ଏବଂ ବିକାଶ କ୍ଷମତାର ପ୍ରମାଣ ବୋଲି ଅଭିହିତ କରିଛନ୍ତି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି. କାମତ ମଧ୍ୟ ଏହି ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ନୌସେନା ଓ ସହଯୋଗୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ସଶସ୍ତ୍ର ବାହିନୀକୁ ଆହୁରି ବୈଷୟିକ ପ୍ରୋତ୍ସାହନ ଦେବ।

Tags: INDIAIndian Navymissile systemnewsTOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.