Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ସ୍ୱାଧୀନତାର ୭୫ ବର୍ଷ ପରେ ଆଜି ଦେଶକୁ ମିଳିଛି ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ

ପ୍ରତିବର୍ଷ ସମବାୟ ବିଶ୍ୱବିଦ୍ୟାଳୟରୁ ୮ ଲକ୍ଷ ଲୋକ ପ୍ରଶିକ୍ଷିତ ହେବେ

Ramesh Parida by Ramesh Parida
Mar 26, 2025, 10:38 pm GMT+0530
FacebookTwitterWhatsAppTelegram

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଲୋକସଭାରେ ତ୍ରିଭୁବନ ସହକାରୀ ୟୁନିଭର୍ସିଟି (ସମବାୟ ବିଶ୍ୱବିଦ୍ୟାଳୟ) ବିଲ୍, ୨୦୨୫ ଉପରେ ହୋଇଥିବା ବିତର୍କର ଉତ୍ତର ଦେଇଛନ୍ତି। ଆଲୋଚନା ପରେ ସଦନ ଏହି ବିଲକୁ ଗୃହୀତ କରିଥିଲା।

ଏହି ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ସମବାୟ ହେଉଛି ଏପରି ଏକ ବିଷୟ ଯାହା ଦେଶର ପ୍ରତ୍ୟେକ ପରିବାରକୁ ସ୍ପର୍ଶ କରିଥାଏ। ପ୍ରତ୍ୟେକ ଗାଁର କିଛି ନା କିଛି ୟୁନିଟ୍ ସମବାୟ ମାଧ୍ୟମରେ କୃଷି ବିକାଶ, ଗ୍ରାମୀଣ ବିକାଶ ଏବଂ ଆତ୍ମନିଯୁକ୍ତି କାର୍ଯ୍ୟରେ ନିୟୋଜିତ ହୋଇ ଦେଶର ବିକାଶରେ ଯୋଗଦାନ କରିଥାଏ।

ଶ୍ରୀ ଶାହ କହିଥିଲେ ଯେ ସ୍ୱାଧୀନତାର ୭୫ ବର୍ଷ ପରେ ଆଜି ଦେଶକୁ ଏହାର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ ମିଳୁଛି। ସେ କହିଥିଲେ ଯେ ଏହି ବିଲ୍ ପାରିତ ହେବା ପରେ ଗ୍ରାମୀଣ ଅର୍ଥବ୍ୟବସ୍ଥା ସୁଦୃଢ଼ ହେବ, ଆତ୍ମନିଯୁକ୍ତି ଓ କ୍ଷୁଦ୍ର ଉଦ୍ୟୋଗୀତାର ବିକାଶ ହେବ, ସାମାଜିକ ଅନ୍ତର୍ଭୂକ୍ତିକରଣ ବୃଦ୍ଧି ପାଇବ ଏବଂ ନବସୃଜନ ଓ ଗବେଷଣାରେ ଅନେକ ନୂତନ ମାନଦଣ୍ଡ ସ୍ଥାପନ କରିବାର ସୁଯୋଗ ମଧ୍ୟ ମିଳିବ। ଶ୍ରୀ ଶାହ କହିଥିଲେ ଯେ ସମଗ୍ର ଦେଶକୁ ସମବାୟ ଭାବନା ଏବଂ ଆଧୁନିକ ଶିକ୍ଷାରେ ସଜ୍ଜିତ ଏକ ନୂତନ ସମବାୟ ନେତୃତ୍ୱ ମିଳିବ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଏହି ସମବାୟ ବିଶ୍ୱବିଦ୍ୟାଳୟର ନାମ ତ୍ରିଭୁବନ ସହକାରୀ ୟୁନିଭର୍ସିଟୀ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତ୍ରିଭୁବନ ଦାସ ପଟେଲ ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଯିଏ ସର୍ଦ୍ଦାର ପଟେଲଙ୍କ ଭଳି ଜଣେ ମହାନ ନେତାଙ୍କ ସହ ମିଶି ଭାରତରେ ସମବାୟ ସମିତିର ମୂଳଦୁଆ ପକାଇଥିଲେ। ସେ କହିଥିଲେ ଯେ ଆଜି ଗୁଜରାଟ ରାଜ୍ୟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ), ଯାହାକୁ ଆମେ ସମସ୍ତେ ଅମୁଲ ଭାବେ ଜାଣୁ ତାହା ତ୍ରିଭୁବନ ଜୀଙ୍କ ଚିନ୍ତାଧାରାରୁ ଉତ୍ପତ୍ତି ହୋଇଛି ।

ଶ୍ରୀ ଶାହ କହିଥିଲେ ଯେ ୧୯୪୬ ମସିହାରେ ଗୁଜରାଟର ଏକ ସହରରେ ୨୫୦ ଲିଟର କ୍ଷୀରରୁ ଆରମ୍ଭ ହୋଇଥିବା ଅମୁଲର ଯାତ୍ରା ଆଜି ଭାରତର ସର୍ବବୃହତ୍ ଦୁଗ୍ଧ ବ୍ରାଣ୍ଡ ହୋଇ ବିଶ୍ୱ ସମ୍ମୁଖରେ ଛିଡ଼ା ହୋଇଛି। ସେ କହିଥିଲେ ଯେ ୨୦୦୩ ମସିହାରେ ଅମୁଲର କାରବାର ୨୮୮୨ କୋଟି ଟଙ୍କା ଥିଲା, ଯାହା ଆଜି ୬୦ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ସେ କହିଛନ୍ତି ଯେ ବିରୋଧୀମାନେ ବିରୋଧ କରୁଛନ୍ତି କାରଣ ଏକ ନିର୍ଦ୍ଦିଷ୍ଟ ପରିବାର ନାମରେ କୌଣସି ବିଶ୍ୱବିଦ୍ୟାଳୟ ନାହିଁ, ସେମାନେ ଜାଣନ୍ତି ନାହିଁ ଯେ ତ୍ରିଭୁବନ ଦାସ ପଟେଲ ଜୀ ମଧ୍ୟ ସେମାନଙ୍କର ନେତା ଥିଲେ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଦେଶର ଗରିବଙ୍କ ପାଇଁ ୧୦ ବର୍ଷର ଅବଧି ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ। ଏହି ୧୦ ବର୍ଷ ମଧ୍ୟରେ ଘର, ଶୌଚାଳୟ, ପାନୀୟ ଜଳ, ୫ କିଲୋ ମାଗଣା ଖାଦ୍ୟଶସ୍ୟ, ଗ୍ୟାସ୍ ସଂଯୋଗ, ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ ଦେଶର ଗରିବ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇବା କାର୍ଯ୍ୟ କରାଯାଇଛି। ସେ କହିଥିଲେ ଯେ ଏହି ୧୦ ବର୍ଷ ମଧ୍ୟରେ ଦେଶର ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ପୂର୍ବରୁ ଦେଶର କୋଟି କୋଟି ଗରିବ ଲୋକଙ୍କ ଜୀବନ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାରେ ଅତିବାହିତ ହେଉଥିଲା, ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ସେହି ସମସ୍ତ ଜିନିଷ ଯୋଗାଇ ଦେଇଛନ୍ତି। ସେ କହିଥିଲେ ଯେ ଏଭଳି କୋଟି କୋଟି ଲୋକ ଆଗକୁ ବଢ଼ିବାକୁ, ଉଦ୍ୟମ କରିବାକୁ ଏବଂ ଦେଶର ବିକାଶରେ ଯୋଗଦାନ କରିବାକୁ ଚାହୁଁଛନ୍ତି, କିନ୍ତୁ ସେମାନଙ୍କ ପାଖରେ ପୁଞ୍ଜି ନାହିଁ।

ଶ୍ରୀ ଶାହ କହିଥିଲେ ଯେ ସମବାୟ ସମିତିଗୁଡ଼ିକ ହିଁ ଏକମାତ୍ର ଉପାୟ ଯାହା ଦ୍ୱାରା ପୁଞ୍ଜିହୀନମାନଙ୍କୁ ଉଦ୍ୟୋଗ ବିକାଶ ସହିତ ଯୋଡ଼ାଯାଇପାରିବ। ସମବାୟ ମାଧ୍ୟମରେ, କ୍ଷୁଦ୍ର ପୁଞ୍ଜି ଥିବା କୋଟି କୋଟି ଲୋକ ଏକାଠି ହୋଇ ଉଦ୍ୟମ କରୁଛନ୍ତି, ମର୍ଯ୍ୟାଦାର ସହ ବଞ୍ଚୁଛନ୍ତି, ଏବଂ ଆତ୍ମନିଯୁକ୍ତ ହେଉଛନ୍ତି।

ଶ୍ରୀ ଅମିତ ଶାହ କହିଥିଲେ ଯେ ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଜି.ଡି.ପି. ସହିତ ନିଯୁକ୍ତି ଦେଶର ଅର୍ଥବ୍ୟବସ୍ଥା ସ୍ୱାସ୍ଥ୍ୟର ଏକ ବଡ଼ ମାନଦଣ୍ଡ। ସେ କହିଥିଲେ ଯେ ସମବାୟ ହେଉଛି ଏକମାତ୍ର କ୍ଷେତ୍ର ଯାହା ୧୩୦ କୋଟି ଲୋକଙ୍କୁ ଆତ୍ମନିଯୁକ୍ତି ଜରିଆରେ ଦେଶର ବିକାଶ ସହିତ ଯୋଡ଼ିଥାଏ ଏବଂ ସେମାନଙ୍କ ମର୍ଯ୍ୟାଦାକୁ ମଧ୍ୟ ସୁରକ୍ଷା ଦେଇଥାଏ। ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ସାଢ଼େ ତିନି ବର୍ଷ ପୂର୍ବେ କୃଷକ, ଗ୍ରାମବାସୀ, ସମବାୟ ନେତାମାନଙ୍କର ଦଶନ୍ଧି ଦଶନ୍ଧି ଧରି ରହିଥିବା ଦାବି ପୂରଣ କରି ସମବାୟ ମନ୍ତ୍ରଣାଳୟ ଗଠନ କରିଥିଲେ। ସେ କହିଥିଲେ ଯେ ସମବାୟ ମନ୍ତ୍ରଣାଳୟ ଗଠନ ହେବା ପରେ ସମବାୟ ସମିତିର ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି।

Tags: TOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.