Tuesday, May 13, 2025
No Result
View All Result
Odisha 365

Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ହାତରେ ସମ୍ବିଧାନ ମୁହଁରେ ଗଦ୍ଦାର ମନ୍ତବ୍ୟ, ଅଭିବ୍ୟକ୍ତିର ଆଜାଦି ନାମରେ ଉପହାସ, ବିବାଦରେ ହାସ୍ୟ ଅଭିନେତା କୁନାଲ

ମୋଦି ସରକାରଙ୍କୁ ଉପହାସ, ହିନ୍ଦୁ ଧର୍ମ ଏବଂ ସୁପ୍ରିମ କୋର୍ଟଙ୍କୁ ଉପହାସ କରୁଥିବା ଅଭିଯୋଗ

Ramesh Parida by Ramesh Parida
Mar 24, 2025, 05:23 pm GMT+0530
FacebookTwitterWhatsAppTelegram

କାମ ହେଉଛି କମେଡି ସୋ କରିବା । କିନ୍ତୁ ଏହି କମେଡିରେ ସେ ମୋଦି ସରକାରଙ୍କୁ ଏବଂ ହିନ୍ଦୁ ଧର୍ମକୁ ଉପହାସ କରୁଥିବାରୁ ସୋସିଆଲ ମିଡିଆ ୟୁଜରମାନେ ଅନେକ ସମୟରେ କମେଡିଆନ କୁନାଲ କାମରାଙ୍କୁ ସମାଲୋଚନା କରିଥାନ୍ତି । ଏପରିକି ତାଙ୍କ ଫଟୋରେ ସେ ଗୋଟିଏ ହାତରେ ସମ୍ବିଧାନ ଧରିଥିଲେ ମଧ୍ୟ ଅନେକ ସମୟରେ ସୁପ୍ରିମ କୋର୍ଟଙ୍କ ରାୟକୁ ଉପହାସ କରିଥାନ୍ତି । ସେ ଏପରି କଂଗ୍ରେସ ଏବଂ ବାମପନ୍ଥୀଙ୍କ ଇସାରାରେ କରୁଥିବା ହିନ୍ଦୁ ସଙ୍ଗଠନମାନେ ଅଭିଯୋଗ କରନ୍ତି । ତେବେ ଗତ ସପ୍ତାହରେ ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ଗଦ୍ଦାର ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ବଡ଼ ବିବାଦ ଚାଲିଛି । ଅଭିନେତା କୁନାଲ କାମରାଙ୍କ ଉପରେ ମହାରାଷ୍ଟ୍ର ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏହ ଷ୍ଟାଣ୍ଡ ଅପ୍ କମେଡିଆନ ଅନେକ ସମୟରେ ଜାଣି ଶୁଣି ମୋଦି ସରକାରଙ୍କୁ ଅପମାନ କରିଥାନ୍ତି, ପରିହାସ କରିଥାନ୍ତି ବୋଲି ଅଭିଯୋଗ ହୁଏ । ସିନ୍ଦେଙ୍କୁ ଗଦ୍ଦାର କହିଥିବାରୁ  ଚାରିଆଡ଼ୁ ସମାଲୋଚନା ହେବା ପରେ କ୍ଷମା ମାଗିବାକୁ କହିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।  ତେବେ ସେ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି କୁନାଲ ।

ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ସେ ଜାଣି ଶୁଣି ମୋଦି ସରକାର ଏବଂ ତାଙ୍କ ସହଯୋଗୀ ଦଳଙ୍କୁ ଉପହାସ କରିଥାନ୍ତି ବୋଲି ୟୁଜର କହିଛନ୍ତି । ଏପରିକି ସୁପ୍ରିମକୋର୍ଟଙ୍କ ଅନେକ ରାୟକୁ ସେ ଉପହାସ କରିଥିବା ତାଙ୍କ ପୂର୍ବ ଟୁଇଟକୁ ଏବେ ସେୟାର କରୁଛନ୍ତି ଅନେକ ୟୁଜର

ଗତ କିଛି ଦିନ ହେଲା ପୁଣି ବିବାଦରେ ଅଛନ୍ତି ହାସ୍ୟ ଅଭିନେତା କୁନାଲ କାମରା। ତାଙ୍କ ସୋ’ରେ କୁନାଲ ବଲିଉଡ୍ ଫିଲ୍ମ ‘ଦିଲ୍ ତୋ ପାଗଲ୍ ହେ’ ଗୀତର ଏକ ନକଲ କରିଥିଲେ, ଯେଉଁଥିରେ ସେ ସିନ୍ଦେଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ଜୋର ଧରିଛି । ନିଜ ହାତରେ ସମ୍ବିଧାନର ଫଟୋ ଧରି ଏହି ହାସ୍ୟ ଅଭିନେତାଙ୍କ ଏଭଳି ବୟାନବାଜିକୁ ଲୋକେ ସମାଲୋଚନା କରିବା ଆରମ୍ଭ କରିଛନ୍ତି । କଂଗ୍ରେସକୁ ସମର୍ଥନ କରୁଥିବା ଏହି ଅଭିନେତା ନିଜ ବକ୍ତବ୍ୟକୁ ସ୍ବାଧୀନତାର ଅଭିବ୍ୟକ୍ତି କହୁଥିବା ବେଳେ ସମ୍ବିଧାନରେ ମଧ୍ୟ କତେ ପର୍ଯ୍ୟନ୍ତ ଆପଣଙ୍କୁ ସ୍ବାଧୀନତା ଦିଆଯାଇଛି ନିଜ କଥା କହିବା ପାଇଁ ତାହା ଲେଖା ଯାଇଛି । ସମ୍ବିଧାନର ସେହି ସବୁ ଧାରାକୁ କୁନାଲ ପଢ଼ିନଥିବା ୟୁଜରମାନେ କହୁଛନ୍ତି । ଏପରିକି କିଛି ଶିବସେନା ସମର୍ଥକ କୁନାଲଙ୍କ ଇଣ୍ଟରଭ୍ୟୁରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ କମେଡି ସୋ ଷ୍ଯୁଡିଓ ଭଂଗାରୁଜା କରି ଗିରଫ ହୋଇଛନ୍ତି ।

କୁନାଲ  ପ୍ରଥମ ଥର ଏପରି ବିବାଦୀୟ କଥା କହିନାହାଁନ୍ତି । ଅନେକ ସମୟରେ ସେ ହିନ୍ଦୁ ଧର୍ମ, ସୁପ୍ରିମ କୋର୍ଟ, ମୋଦିଙ୍କୁ ଅନେକ ସମୟରେ କମେଡି କରିଥାନ୍ତି କୁନାଲ । ସମ୍ବିଧାନ ଧରିଥିବା ଫଟୋ ଥିବା ଏକ୍ସ ଆକାଉଣ୍ଟରୁ ସେ ବାରମ୍ବାର ବିବାଦୀୟ ପୋଷ୍ଟ କରିଥାନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଉଛି ।

ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ମନ୍ତବ୍ୟ ଦେବା ପାଇଁ ହାସ୍ୟ ଅଭିନେତା କୁନାଲ କାମରାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯ।ଇଛି । କାମରା ତାଙ୍କ ଅପମ‌ାନ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ମନା କରିଥିବାରୁ ଏହି ମାମଲା ଏବେ କୋର୍ଟରେ ବିଚାର ହେବ । ଏକନାଥ ସିନ୍ଦେଜୀଙ୍କୁ ଅପମାନିତ କରାଯାଇଛି କି ନାହିଁ କୋର୍ଟ ନିଷ୍ପତ୍ତି ନେବେ । ବିରୋଧୀଦଳ ନେତାମାନେ କାମରାଙ୍କୁ ସମର୍ଥନ କରୁଥିବା ବେଳେ ସରକାରୀ ଦଳର ନେତାମାନେ ଏହା ସେ ଜାଣିଶୁଣି କରୁଥିବା ଅଭିଯୋଗ କରିଛନ୍ତି ।

କୌଣସି ଷ୍ଟାଣ୍ଡ-ଅପ୍ କମେଡିଆନଙ୍କୁ ଏତେ ବଡ଼ ନେତାଙ୍କୁ ଦେଶଦ୍ରୋହୀ କହିବାର ଅଧିକାର ରହିବା ଉଚିତ୍ ନୁହେଁ। ଯଦିଓ ସେମାନଙ୍କର ଥଟ୍ଟା କରିବାର ଅଧିକାର ଅଛି, ଯଦି କେହି ଜାଣିଶୁଣି ଏହି ଉପାୟରେ ବଡ଼ ନେତାମାନଙ୍କୁ ଅପମାନିତ କରନ୍ତି କିମ୍ବା ବଦନାମ କରନ୍ତି, ତେବେ ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ମନେକରାଯାଏ । ଏହା ଦ୍ବାରା ଯେଉଁ ଅଭିନେତାମାନେ ଟଙ୍କା  ନେଇ ଦଳ ପାଇଁ କାମ କରୁଛନ୍ତି ଏବଂ ନେତାଙ୍କୁ ଅପମାନିତ କରୁଛନ୍ତି ତାହା ଏକ ଉଦାହରଣ ହୋଇ ରହିବ । ଏହି ପ୍ରସଙ୍ଗ ଅଭିବ୍ୟକ୍ତିର ଆଜାଦି ନାମରେ ସବୁ ସୀମା ଟପିଯିବା ଅଭିନେତାଙ୍କ ପାଇଁ ଏକ ଶିକ୍ଷା ହୋଇପାରେ ।

Tags: arbitrary freedom of expressionComedianConstitutiondeputycmEknath ShindefreedomofspeechkunalkamramaharashtraprovisionsTOP NEWS
ShareTweetSendShare

RelatedNews

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ
Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ
Latest News

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.