ମହାକାଶଯାତ୍ରୀ ସୁନୀତା ଓବିଲିୟମ୍ସ ଓ ତାଙ୍କ ସହଯାତ୍ରୀମାନେ ୨୮୬ ଦିନ ଧରି ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ (ISS)ରେ ସଫଳତାର ସହ ଅବସ୍ଥାନ କରିବା ପରେ ପୃଥିବୀକୁ ଫେରିଥିଲେ। ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ସହିତ ସେମାନେ ଫ୍ଲୋରିଡାର ସମୁଦ୍ରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିଲେ। ISSରୁ ପୃଥିବୀ ପର୍ଯ୍ୟନ୍ତ ୧୭ ଘଣ୍ଟାର ଯାତ୍ରାରେ ସ୍ପେସକ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ତାପମାତ୍ରା ୧୯୦୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଥିଲା, ଯାହାରେ ୭ ମିନିଟର କମ୍ୟୁନିକେସନ ବ୍ଲାକଆଉଟ ଘଟିଥିଲା। ଏହି ସମୟରେ ସ୍ପେସକ୍ରାଫ୍ଟ ସହ ନାସାର ସମ୍ପର୍କ ବିଚ୍ଛିନ୍ନ ହୋଇଥାଏ, ଯାହା ଏକ ଚ୍ୟାଲେଞ୍ଜିଂପୂର୍ଣ୍ଣ ପରିସ୍ଥିତି। ତେବେ, ସେମାନେ ସୁରକ୍ଷିତ ଭାବେ ପୃଥିବୀକୁ ଫେରି ତାଜା ବାୟୁରେ ନିଃଶ୍ବାସ ନେଇଥିଲେ।
ମହାକାଶରୁ ଧରିତ୍ରୀ ପର୍ଯ୍ୟନ୍ତ ୧୭ ଘଣ୍ଟାର ଯାତ୍ରା ଥିଲା । ମାତ୍ର ଲ୍ୟାଣ୍ଡିଂର ଏହି ପ୍ରକ୍ରିୟାରେ ନିଃଶ୍ବାସ ଅଟକାଇଦେବା ଭଳି ୭ ମିନିଟର ମୁହୂର୍ତ୍ତ ଥିଲା । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ (ISS) ରୁ ପୃଥିବୀ ପର୍ଯ୍ୟନ୍ତ ୧୭ ଘଣ୍ଟାର ଯାତ୍ରା ବେଶ ଚ୍ୟାଲେଞ୍ଜିଂପୂର୍ଣ୍ଣ ରହିଥିଲା । ସ୍ପେସକ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ତା’ର ତାପମାତ୍ରା ୧୯୦୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଯାଇଥିଲା ।
ଏହା ସେହି ସମୟ ଥିଲା, ଯେତେବେଳେ କି ୭ ମିନିଟ ପାଇଁ କମ୍ୟୁନିକେସନ ବ୍ଲାକଆଉଟ ହୋଇଯାଇଥିଲା । ଏହା ସାମାନ୍ୟ ହେଲେ ହେଁ ଚ୍ୟାଲେଞ୍ଜିଂପୂର୍ଣ୍ଣ ହୋଇଥାଏ । ସେହି ସମୟରେ ନାସାର ସ୍ପେସକ୍ରାଫ୍ଟ ସହ ସମ୍ପର୍କ ରହିନଥାଏ ।
ସ୍ପେସଏକ୍ସର ଡ୍ରାଗନ ସହ ମଧ୍ୟ ଏପରି ହୋଇଥିଲା । ତେବେ ୭ ମିନିଟ ପରେ ବୁଧବାର ପାଖାପାଖି ୩.୨୦ ସମୟରେ ସ୍ପେସକ୍ରାଫ୍ଟ ସହ ପୁନର୍ବାର ସମ୍ପର୍କ ସ୍ଥାପିତ ହୋଇଥିଲା । ସାତ ମିନିଟର ଏହି ବ୍ଲାକଆଉଟର ସମୟ କୌଣସି ସ୍ପେସକ୍ରାଫ୍ଟର ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ ପାଇଁ ବହୁତ ନିର୍ଣ୍ଣାୟକ ହୋଇଥାଏ । ଏହି ଅବସରରେ ତାପମାତ୍ରା ସାମାନ୍ୟ ଠାରୁ ଅଧିକ ହେବା ଫଳରେ ସ୍ପେସକ୍ରାଫ୍ଟ କ୍ରାସ ହେବାର ସମ୍ଭାବନା ବଢ଼ିଯାଇଥାଏ ।
ଏହି ବିପଦକୁ ପାର କରି ସ୍ପେସକ୍ରାଫ୍ଟ ସମୁଦ୍ରରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା ଓ ଜଣ ଜଣ କରି ୪ ଜଣ ମହାକାଶଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଏପରି ଭାବେ ମହାକାଶରେ ୨୮୬ ଦିନ ବିତାଇବା ପରେ ସୁନୀତା ଓ ତାଙ୍କର ସାଥୀମାନେ ଧରିତ୍ରୀର ତାଜା ବାୟୁରେ ପୁଣି ଥରେ ନିଃଶ୍ବାସ ନେଇଥିଲେ ।