ରାହୁଲ ଗାନ୍ଧିଙ୍କୁ ନେଇ ବିଜେପି ଅନେକ ପ୍ରଶ୍ନ କରିଛି । ବିଜେପିର କହିବା କଥା ରାହୁଲ ଗାନ୍ଧୀ ବାରମ୍ବାର କାହିଁକି ବିଦେଶ ଯାଉଛନ୍ତି ? ବିଦେଶ ଯିବା ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଟ୍ରୋଲ ହେଉଛନ୍ତି ରାହୁଲ ।
ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ତାଙ୍କ ସଂସଦୀୟ କ୍ଷେତ୍ରକୁ ଯେତେଥର ଯାଉନାହାଁନ୍ତି ତାହାଠାରୁ ଅଧିକ ଥର ବିଦେଶ ଯାତ୍ରାରେ କାହିଁକି ଯାଉଛନ୍ତି ତାହାର ଉତ୍ତର ଦେବା ଆବଶ୍ୟକ । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାହୁଲଙ୍କ ବ୍ୟକ୍ତିଗତ କଥାରେ ବିଜେପି ମୁଣ୍ଡ ପୁରାଇବାର ଅଭ୍ୟାସ ରହିଛି । ତେଣୁ ରାହୁଲ କୁଆଡ଼େ ଗଲେ କଣ କଲେ ସବୁ ଖବର ଜାଣିବାକୁ ଚାହୁଁଛି ।
ବିଜେପି ପ୍ରଶ୍ନ କରିଛି ଯେ ରାହୁଲ ବାରମ୍ବାର ଭିଏତନାମ କଣ ପାଇଁ ଯାଉଛନ୍ତି । ଭିଏତନାମ ଗସ୍ତ ସମ୍ପର୍କରେ ବିଜେପି ନେତା କହିଛନ୍ତି ଯେ ରାହୁଲ ଗାନ୍ଧି ଦକ୍ଷିଣ-ପୂର୍ବ ଏସୀୟ ଦେଶ ପ୍ରତି ତାଙ୍କର ଅସାଧାରଣ ସମ୍ପର୍କ ସ୍ପଷ୍ଟ କରିବା ଉଚିତ। କାହିଁକି ଯାଉଛନ୍ତି , କାହାସହ ଭେଟୁଛନ୍ତି ? ସେ ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି କେଉଁଠି ଅଛନ୍ତି? ମୁଁ ଶୁଣିଛି ଯେ ସେ ଭିଏତନାମ ଯାଇଛନ୍ତି। ସେ ନିଜ ନିର୍ବାଚନ ମଣ୍ଡଳୀରେ ଅଧିକ ଦିନ ବିତାନ୍ତି ନାହିଁ। ଭିଏତନାମ ପ୍ରତି ତାଙ୍କର ହଠାତ୍ ଭଲ ପାଇବାର କାରଣ କ’ଣ?ସ୍ୱାଧୀନତା ଆନ୍ଦୋଳନ ସମୟରେ ମୁସଲମାନମାନଙ୍କ ପ୍ରତି ପୃଥକ ବ୍ୟବହାର ଦାବି ଶେଷରେ ଦେଶ ବିଭାଜନର ପରିଣାମ ହୋଇଥିଲା । କର୍ଣ୍ଣାଟକ କଂଗ୍ରେସ ସରକାରଙ୍କ ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରାଯିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ସମ୍ବିଧାନରେ ସାମାଜିକ ଓ ଶିକ୍ଷାଗତ ଅନଗ୍ରସରତା ଆଧାରରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ଏବଂ ବିଭିନ୍ନ ରାଜ୍ୟର ମୁସଲମାନମାନେ ମଧ୍ୟ ଏଥିରୁ ଉପକୃତ ହୋଇଛନ୍ତି ବୋଲି ପ୍ରସାଦ କହିଛନ୍ତି।