ଓଡ଼ିଶାର ପୁରୀର ଶ୍ରୀଜଗନ୍ନାଥ ରଥଯାତ୍ରା ହେଉଛି ଦୁନିଆରେ ଅତି ବୃହତ୍ତମ ଓ ପ୍ରାଚୀନ ଧାର୍ମିକ ଉତ୍ସବ। ଏହି ରଥଯାତ୍ରାର ମୂଳ କେନ୍ଦ୍ରବିନ୍ଦୁ ହେଉଛି ତିନିଟି ରଥ, ଯେଉଁମାନେ ଭଗବାନ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଯାତ୍ରା ପାଇଁ ବ୍ୟବହୃତ ହୋଇଥାଏ।
ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ତିଥିରୁ ରଥାନୁକୂଳ ହୋଇ ଜଗନ୍ନାଥଙ୍କ ନିମିତ୍ତ ନନ୍ଦିଘୋଷ, ବଳଭଦ୍ରଙ୍କ ନିମିତ୍ତ ତାଳଧ୍ୱଜ ଓ ସୁଭଦ୍ରାଙ୍କ ନିମିତ୍ତ ଦେବଦଳନ ରଥ ନିର୍ମାଣ ଆରମ୍ଭ କରାଯାଏ । ଦେବୀ ଚର୍ଚ୍ଚିକା ହେଉଛନ୍ତି ରଥ ନିର୍ମାଣର ଇଷ୍ଟଦେବୀ ।
ଶ୍ରୀନଅର ସମ୍ମୁଖରେ ଏହି ଦେବୀ ବିରାଜିତା । ତେଣୁ ସେହି ସ୍ଥାନରେ ରଥଖଳା କରାଯାଇ ରଥ ନିର୍ମାତା ବିଶ୍ୱକର୍ମା ଓ ସହଯୋଗୀ ମହାରଣାଙ୍କଦ୍ୱାରା କରାଯାଏ । ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ରଥ ନିର୍ମାଣ ସୁରୁଖୁରୁରେ ସଂପନ୍ନ ହେଇଥାଏ ବୋଲି ବିଶ୍ୱାସ ରହିଛି । ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ୱକର୍ମା ଓ ତାଙ୍କର ସହଯୋଗୀଗଣ ରଥନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି । ପ୍ରତ୍ୟେକ ରଥନିର୍ମାଣର ବିଶେଷ ବିଧି ରହି ଆସିଛି । ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଉଚ୍ଚତା ତେତିଶହାତ ପାଞ୍ଚ ଆଙ୍ଗୁଳି । ଏହି ରଥ ନିର୍ମାଣ ନିମିତ୍ତ ଆଠଶହ ବତିଶ ଖଣ୍ଡ କାଠ ଆବଶ୍ୟକ ହୋଇ ଥାଏ ।ନନ୍ଦିଘୋ ଷ ରଥ ଆଠଶହ ବତିଶଖଣ୍ଡ । ଏହି ରଥର ଷୋହଳଗୋଟି ଚକ ନିର୍ମାଣ କରାଯାଏ ଏବଂ ପ୍ରତ୍ୟେକଟି ଚକର ବ୍ୟାସ ସାତଫୁଟ ରଖାଯାଏ । ପ୍ରତ୍ୟେକଟି ଚକରେ ଷୋହଳଟି ଲେଖାଏଁ ଅର ନିର୍ମାଣ ହୋଇ ସଂଯୁକ୍ତ ହୁଏ । ଅଖଦ୍ୱାରା ଚକଗୁଡ଼ିକୁ ସଂଯୋଗ କରାଯାଇ ତହିଁଉପରେ ପଟା ପକାଯ।ଏ । ରଥ ନିର୍ମାଣର ସୁବିଧା ଦୃଷ୍ଟିରୁ ଅପରାଜିତା ପୂଷ୍ପଂରେ ରଥର ବିଭିନ୍ନ ବିଭାଗ ନିର୍ଣ୍ଣୟ କରାଯାଇଛି ।
ସେହି ଚଉତିରିଶିଟି ବିଭାଗ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହ°ସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳନାହାକା, ମକରଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥୀ ପୀଢ଼, କୁମ୍ଭପଟି, ଆଠ ନାହାକା, ବାଙ୍କି, ପୀଢ଼, ଚାଷୀପଟା, ଦଣ୍ଡ।, ପାରାଭାଡ଼ି, ଖପୂରୀ, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଡି, ଦଣ୍ଡ, ଚକ୍ର ଓ କପିକେତନ । ବିଶ୍ୱକର୍ମ। ଓ ସେମାନଙ୍କ ସହଯୋଗୀଗଣ ଏହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କରିଥାନ୍ତି ।
ରଥ ଉପରେ ଯେଉଁ ଦେବପୀଠ ନିର୍ମାଣ କରାଯାଏ ତାହାକୁ କନକମଞ୍ଚା କୁହାଯାଏ । ଏହାର କ୍ଷେତ୍ରଫଳ ପଇଁତିରିଶି ବର୍ଗଫୁଟ ରଖାଯାଏ । ବିଶ୍ୱକର୍ମାଗଣ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଥା’ନ୍ତି । ବେଦୀ ଉପରେ ଯେଉଁ ଚନ୍ଦ୍ରାତାପ ଦିଆଯାଏ ତାହାର ନାମ କନକମୁଣ୍ଡାଇ । ରଥ ଶୀର୍ଷରେ ଦଧିନଉତି ସ୍ଥାପିତ ହୁଏ । ଏହାର ନାମ ହିରଣା ଗର୍ଭା ଦଧିନଉତିର ଦୁଇ ପାଖରେ ଦୁଇଟି ଓଲଟଶୁଆ ନିର୍ମିତ ହୋଇ ଖଞ୍ଜାଯାଏ ସେହି ଓଲଟଶୁଆ ଦୁଇଟିର ନାମ ଜୀବ ଓ ପରମ । ଦଧନଉତି ଉପରେ ତିନି ଗୋଟି କଳସ ସ୍ଥାପନ କରାଯାଏ`। ସେହି କଳସ ତିନିଗୋଟିର ନାମ ନଭ, ଦେବ୍ୟାମ ଓ ଆକାଶ । କଳସ ଉପରେ ସୁଦର୍ଶନ ଚକ୍ର ସ୍ଥାପନ ଉପରେ ଟ୍ରିଲୋକ୍ୟମୋହିନୀ ନେତ ବନ୍ଧାଯାଏ । ରଥର ଚାରିଦ୍ୱାରରେ ଚାରିଗୋଟି ନାନାପ୍ରକାର କାରୁକାର୍ଯ୍ୟରେ ବିଭୂଷିତ ଓ ହେମପଟ୍ଟ ବିମଣ୍ଡିତ ହୋଇଥାଏ । ଏହାକୁ ବାଇଶି ହାତ ଉଚ୍ଚତା ବିଶିଷ୍ଟ କରାଯ।ଇ ପତାକାମାଳାରେ ଅଳଙ୍କୃତ କରାଯାଏ ତଥା ରକ୍ତ ଚନ୍ଦନ କାଷ୍ଠ ନିର୍ମିତ ଗରୁଡ଼ଧ୍ୱଜ ଚିହ୍ନରେ ଚିହ୍ନିତ କରାଯାଏ ।
ଏହି ଗରୁଡ଼ଙ୍କର ଶରୀର ସ୍ଥୁଳ, ନାସିକା ଦୀର୍ଘ, କର୍ଣ୍ଣ ଦ୍ୱୟ କୁଣ୍ଡଳ ବିଭୂଷିତ ତଥା ସର୍ବାଙ୍ଗ ଅଳଙ୍କାରାବୃତ୍ତ ହୋଇଥାଏ ଏବଂ ସେ ଚଞ୍ଚୁପୁଟରେ ସର୍ପ ଧରିଥା’ନ୍ତି । ରଥର ସମ୍ମୁଖଦ୍ୱାରରେ କଳ୍ପବୃକ୍ଷର ଦୁଇଟି ପତ୍ର ଅଙ୍କାଯାଏ । ଏହି ନନ୍ଦିଘୋଷ ରଥକୁ ରକ୍ତପୀତ୍ତ ବର୍ଣ୍ଣ ଆବରଣରେ ଅବୃତ୍ତ କରାଯIଏ । ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ । ଏହାର ଉଚ୍ଚତା ବତିଶି ହାତ ଦଶ ଆଙ୍ଗୁଳି କରାଯାଏ । ସାତଶହ ତେଷଠି ଖଣ୍ଡ କାଠରେ ଏହି ରଥ ନିର୍ମିତ ହୋଇଥାଏ । ଏହି ରଥ ନିମିତ୍ତ ଚଉଦଟି ଚକ ନିର୍ମିତ ହୁଏ ଏବଂ ପ୍ରତେକ ଚକରେ ଚଉଦଟି ଲେଖାଏଁ ଅର ସଂଯୁକ୍ତ କରାଯାଏ । ନନ୍ଦିଘୋଷ ରଥ ସଦୃଶ ଏହି ରଥରେ ଚକରେ ଅଖ ଓ ଦଣ୍ଡା ସଂଯୁକ୍ତ କରାଯାଇ ପଟା ପକାଯାଏ ।
ଏହି ରଥରେ ଚଉତିରିଶି ବର୍ଗଫୁଟ ବିଶିଷ୍ଟ ମେରୁ କୈଳାସ ପୀଠ ନିର୍ମିତ ହୁଏ । ଉପରେ ଯେଉଁ ଦଧିନଉତି ସ୍ଥାପନା ହୁଏ ତାହାର ନାମ ଭୁବନକୋଷ । ଦଧିନଉତିର ଦୁଇ ପାର୍ଶ୍ୱରେ ଦୁଇଟି ଶୁଆ ନିର୍ମିତ ହୋଇ ରଖାଯାଏ । ଏହାଙ୍କ ନାମ ସୁପର୍ଣ୍ଣା ଓ ଦ୍ୱାସୁପର୍ଣ୍ଣା । ଦଧିନଉତି ଉପରେ ଭୁବନ, ବିଶ୍ୱ ଓ ପୃଥିବୀ ନାମକ ତିନିଗୋଟି କଳସ ସ୍ଥାପନ ହୁଏ । ତହିଁ ଉପରେ କଳ ସଂହାର ଚକ୍ର ସଂଯୋଜିତ ହୋଇ ଉନ୍ନନି ନେତ ବନ୍ଧାଯାଏ । ଧ୍ୱଜରେ ଅଷ୍ଟଦଳ ପଦ୍ମ ଓ ତାଳ ବା ଦର୍ପଣ ରଖାଯାଏ । ରଥପୀO ଉପରେ କନକମେଖଳା ଚନ୍ଦ୍ରାତପ ଟଣାଯାଏ । ରଥ ସମ୍ମୁଖ ଦ୍ୱାରରେ ପଞ୍ଚପତ୍ର ବିଶିଷ୍ଟ ତାଳ ଗଛ ଅଙ୍କିତ ହେଇଥାଏ । ନୀଳଲୋହିତ ଆବରଣରେ ଏହି ରଥ ଆବୃତ୍ତ କରାଯାଏ । ଦେବୀ ସୁଭଦ୍ରାଙ୍କ ରଥର ନାମ ଦେବଦଳନ । ଏହି ରଥ ତିରିଶ ହାତ ଉଚ୍ଚତା ବିଶିଷ୍ଟ ନିର୍ମାଣ କରାଯIଏ I ସାତଶହ ଏଗାର ଖଣ୍ଡ କାଠରେ ନିର୍ମିତ ଏହି ରଥ ନିମିତ୍ତ ବାରଗୋଟି ଚକ ନିର୍ମିତ ହୁଏ । ପ୍ରତ୍ୟେକ ଚକରେ ବାରଗୋଟି ଲେଖାଏଁ ଅର ସଂଯୁକ୍ତ ହୁଏ ।
ରଥ ଉପରେ ତେତିଶ ବର୍ଗ ଫୁଟ ବିଶିଷ୍ଟ କାମ୍ପଲ୍ୟ ପୀଠ ନିର୍ମିତ ହୁଏ । ଏହା ଉପରେ ଯେଉଁ ଚନ୍ଦ୍ରତାପ ଟଣାଯାଏ ତାହାର ନାମ ବୀରଘଣ୍ଟା । ସମ୍ମୁଖଦ୍ୱାରରେ କଳ୍ପଲତିକାର ଚିତ୍ର ଅଙ୍କନ କରାଯାଏ । ଶୀର୍ଷରେ ଯେଉଁ ଦଧିନଉତି ସଂସ୍ଥାପନ କରାଯାଏ ତାହାର ନାମ ହରିଣ୍ମୟୀ ଏବଂ ଏହା ଦୁଇ ପାର୍ଶ୍ୱରେ ଶ୍ରୁତି ଓ ସ୍ମୃତି ନାମକ ଦୁଇ ଗୋଟି ଶୁଆ ରଖାଯାଏ । ଦଧିନଉତି ଉପରେ ପରା, ଅପରା ଓ ବୈଖରୀ କଳସ ସ୍ଥାପନ ହୋଇ ଦୀପ୍ତ ନାମକ ଚକ୍ରରେ ନାଦାମ୍ବିକ ନେତ ବନ୍ଧାଯାଏ । ରଥଟିକୁ କୃଷ୍ଣ ଲୋହିତ ଆବରଣରେ ଆବୃତ୍ତ କରାଯIଏ ।
ତିନିଟି ରଥ ଏବଂ ତାଙ୍କର ବୈଶିଷ୍ଠ୍ୟ:
ଦେବତାଙ୍କ ନାମ ରଥର ନାମ ଉଚ୍ଚତା ଚକ୍ର ସଂଖ୍ୟା ଯାତ୍ରାର ରଙ୍ଗ ଘୋଡ଼ାଙ୍କ ନାମ
ଶ୍ରୀଜଗନ୍ନାଥ ନନ୍ଦିଘୋଷ୍ 45 ଫୁଟ୍ 16 ପିତଳ ଏବଂ ଲାଲ୍ ଶଙ୍ଖ, ବଳାହକ, ହରିଦଶ୍ଵ
ବଳଭଦ୍ର ତାଳଧ୍ୱଜ 44 ଫୁଟ୍ 14 ଧଳା ଏବଂ ଲାଲ୍ ତ୍ରିଭ୍ରତ, ଘୋର, ଦର୍ପ
ସୁଭଦ୍ରା ଦର୍ପଦଳନା 43 ଫୁଟ୍ 12 କଳା ଏବଂ ଲାଲ୍ ରୋଚନ, ମୋଚନ
ଏହି ରଥମାନେ ପ୍ରତିବଛର ନୂଆ ମୂଦ୍ରାରେ ନିର୍ମିତ ହୋଇଥାଏ।
ରଥଗୁଡ଼ିକୁ ଏକ ପ୍ରକାର ନିର୍ଦ୍ଦିଷ୍ଟ କାଠ (ଫାସୁରା, ଅଶ୍ୱଥ, ସାଳ ଇତ୍ୟାଦି) ଦ୍ଵାରା ନିର୍ମାଣ କରାଯାଏ।
ରଥ ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହୋଇ ସ୍ନାନଯାତ୍ରା ପର୍ଯ୍ୟନ୍ତ ଚାଲିଥାଏ।
ପ୍ରତ୍ୟେକ ରଥରେ ଓଡ଼ିଆ ଚିତ୍ରକଳାର ଅତି ମନୋହର ମୂର୍ତ୍ତି ଏବଂ ପଟ୍ଟଚିତ୍ର ଅଙ୍କିତ ହୋଇଥାଏ।
ଅନେକ ପ୍ରାଚୀନ ମୂର୍ତ୍ତିକଳା ଏବଂ ହସ୍ତକଳାର ସଂଯୋଗ ରଥ ଗୁଡ଼ିକୁ ବିଶେଷ ରୂପ ଦିଏ।
ଘୋଡ଼ା ଏବଂ ତଳପଟ ନିର୍ମାଣ:
ପ୍ରତ୍ୟେକ ରଥରେ ବୈଶିଷ୍ଠ୍ୟମୟ ଘୋଡ଼ାମାନଙ୍କ ମୂର୍ତ୍ତି ଥାଏ, ଯେଉଁମାନେ ଦେବତାଙ୍କ ଯାତ୍ରା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ରଥର ଖୁଟି, ମେଖଲା ଏବଂ ବିନ୍ୟାସ ଏକ ସଠିକ୍ ଧାର୍ମିକ ନୀତି ଅନୁସାରେ ନିର୍ମିତ ହୋଇଥାଏ।
ରଥଟଣା ଏବଂ ଅନୁଷ୍ଠାନ:
ରଥଗୁଡ଼ିକୁ ଅନେକ ଭକ୍ତମାନେ ଏକାସାଥି ଟେଣ୍ଡି କରି ଗୁଣ୍ଡିଚା ମନ୍ଦିରକୁ ନେଇଯାନ୍ତି।
ଏହି ରଥଟଣାକୁ ଅତି ପୂନ୍ୟମୟ କାର୍ଯ୍ୟ ବୋଲି ବିଶ୍ୱାସ କରାଯାଏ।
ପୁରୀ ଶ୍ରୀଜଗନ୍ନାଥ ରଥଯାତ୍ରା ଦେଶ-ବିଦେଶର ଲୋକଙ୍କ ପାଇଁ ଏକ ଅତ୍ୟନ୍ତ ଉତ୍ସାହଜନକ ଧାର୍ମିକ ଏବଂ ସାଂସ୍କୃତିକ ଉତ୍ସବ। ଏହି ରଥଗୁଡ଼ିକ ଶ୍ରଦ୍ଧା, କଳା ଏବଂ ପ୍ରାଚୀନ ଐତିହ୍ୟର ଦ୍ରଷ୍ଟାନ୍ତ। ଏମିତି ନୂଆ ରଥ ନିର୍ମାଣ ଏକ ପ୍ରାଚୀନ ରୀତି ହୋଇଥିବା ସତ୍ତ୍ୱେ ଏହାର ଗୌରବ ଏବଂ ଭକ୍ତି ଆଜି ପର୍ଯ୍ୟନ୍ତ ଅଖଣ୍ଡ ରହିଛି।