ଦିଲ୍ଲୀରେ ଅବୈଧ ଭାବରେ ରହୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ତଦନ୍ତ ବେଳେ 20 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଦିଲ୍ଲୀର ଅଞ୍ଚଳରେ ହୋଇଥିଲା। ତଦନ୍ତ ସମୟରେ ମିଳିଲା ସନ୍ଦେହଜନକ କାଗଜପତ୍ର । କାହାର ଆଧାର ଜାଲ ତ କାହାର ଜନ୍ମ ପ୍ରମାଣପତ୍ର ଜାଲ ଥିବା ଦେଖିବାକୁ ମିଳିଛି ।
ଅଧିକାରୀମାନେ କହିଛନ୍ତି ଯେ ସମସ୍ତ ଅଭିଯୁକ୍ତ କୌଣସି ବୈଧ କାଗଜପତ୍ର ବିନା ଦେଶରେ ପ୍ରବେଶ କରିଥିଲେ ଏବଂ ଏଠାରେ ଅବୈଧ ଭାବରେ ରହୁଥିଲେ। ତଦନ୍ତ ସମୟରେ ପୋଲିସ ସେମାନଙ୍କଠାରୁ ଅନେକ ସନ୍ଦିଗ୍ଧ କାଗଜପତ୍ର ପାଇଥିଲା। ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ସେହି ବୈଠକରେ ଦିଲ୍ଲୀରେ ରହୁଥିବା ଅବୈଧ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ସେମାନଙ୍କୁ ଚିହ୍ନଟ କରି ଦେଶାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ।