ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ରାଜ୍ୟରେ ଅଛନ୍ତି ମୋଟ୍ ୭୧୦ ଡଲଫିନ । ସେଥିମଧ୍ୟରୁ ରାଜନଗର ଡିଭିଜନରେ ସର୍ବାଧିକ ୫୦୫ ଡଲଫିନ ଥିବା ବେଳେ ଚିଲିକା ଡିଭିଜନରେ ୧୭୪, ବ୍ରହ୍ମପୁର ଡିଭିଜନରେ ୧୩, ପୁରୀ ଓ ବାଲେଶ୍ଵର ଡିଭିଜନରେ ୭ଟି ଲେଖାଏଁ ଓ ଭଦ୍ରକ ଡିଭିଜନରେ ଅଛନ୍ତି ୪ଟି ଡଲଫିନ ।
ସେହିପରି ରାଜ୍ୟରେ ସର୍ବାଧିକ ୪୯୮ଟି ହମ୍ପବ୍ୟାକ ଡଲଫିନ ଥିବା ବେଳେ ୧୮୮ଟି ଇରାୱାଡ଼ି ଡଲଫିନ, ୧୬ଟି ବଟଲ-ନୋଜ ଡଲଫିନ ଓ ୮ଟି ସ୍ପିନର ଡଲଫିନ ଅଛନ୍ତି । ଚିଲିକାରେ ଥିବା ଡଲଫିନକୁ ସାଧାରଣ ପର୍ଯ୍ୟଟକ ଦେଖିପାରୁଥିବା ବେଳେ ଗହୀରମଥା ଅଭୟାରଣ୍ୟରେ ଗଭୀର ସମୁଦ୍ରରେରେ ହମ୍ପବ୍ୟାକ ଡଲଫିନକୁ ସାଧାରଣ ଲୋକେ ଦେଖିବାର ସୁଯୋଗ ମିଳେ ନାହିଁ ବୋଲି ପିସିସିଏଫ କହିଛନ୍ତି।
ହୋଲିକୁ ନେଇ ଆସିଲା ଗାଇଡଲାଇନ । ହୋଲିରେ ସାବାଡ଼ ହେବେ ଅମାନିଆ । ପ୍ରେସମିଟ୍ କରି ହୋଲି ଗାଇଡଲାଇନ ନେଇ ସୂଚନା ଦେଲେ ଡିସିପି ଜଗମୋହନ ମୀନା । ତେବେ ହୋଲିରେ ଅମାନିଆଙ୍କୁ ଜଗିବ ପୋଲିସ, ମଦୁଆ ଉପରେ ରହିବ କଡ଼ା ନଜର । ମଦ ପିଇ ହୋଲି ଖେଳିନ୍ତି ତେବେ ବାନ୍ଧିବ ପୋଲିସ । ବିଭିନ୍ନ ସ୍ଥାନରେ ପୋଲିସ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।
ସେହିପରି ମଦ୍ୟପାନ କରି ନଦୀ, ପୋଖରୀରେ ନଗାଧୋଇବାକୁ ପରାମର୍ଶ ଦେଇଛନ୍ତି ଡିସିପି । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ PCR ଉଠାଇନେବ । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ରହିବ । ସୁରକ୍ଷିତ ହୋଲି ସହ ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ଅପିଲ୍ କଲେ ଡିସିପି ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନକୁ ନେଇ ଆନ୍ଦୋଳନ ମୋଡରେ କଂଗ୍ରେସ । ତାରାଙ୍କ ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ତାରାଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି । ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତି ପୂର୍ଣ୍ଣ ଭାବରେ ବସିବେ ବିଧାୟକ ବୋଲି ଦଳ ନିଷ୍ପତ୍ତି ନେଇଛି । ସେପଟେ ତାରା ପ୍ରସାଦ ବାହିନୀପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ବିଧାୟକ ସାଗର ଚରଣ ଦାସ ବି ତାରାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।
ମହାକାଶରେ ଫସି ରହିଥିବା ମହାକାଶଚାରିଣୀ ସୁନୀତା ଓ୍ବିଲିୟମ୍ସ ଓ ବଚ ଓ୍ବିଲମୋରଙ୍କୁ ଆଣିବା ଲାଗି ଆଜିଠାରୁ ଆରମ୍ଭ ହେବ ପ୍ରକ୍ରିୟା । ଆଜି ଆନ୍ତର୍ଜାତିକ ମହାକାଶ ଷ୍ଟେସନ ଅଭିମୁଖେ ବାହାରିବ ଏଲନ ମସ୍କଙ୍କ ସ୍ପେସ ଏକ୍ସ ଡ୍ରାଗନ । ଗତବର୍ଷ ଜୁନ ୫ରେ ଫ୍ଲୋରିଡାରୁ ବୋଇଂ ଷ୍ଟାରଲାଇନରକୁ ଉତକ୍ଷେପଣ କରାଯାଇଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇ ମହାକାଶଚାରୀଙ୍କୁ ଫେରାଇ ଅଣାଯାଇପାରୁନାହିଁ । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମିସନ ଆରମ୍ଭ ହେବ ।
ପାକିସ୍ତାନ ସେନାର ଜୋରଦାର ଅପରେସନ। ବଲୁଚ୍ ଆତଙ୍କବାଦୀଙ୍କ କବଳରୁ ଶହ ଶହ ଟ୍ରେନ ଯାତ୍ରୀଙ୍କୁ ମୁକୁଳାଇବାକୁ ଜାରି ରହିଛି ଅପରେସନ। ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ମଙ୍ଗଳବାର ଜାଫର ଏକ୍ସପ୍ରେସକୁ ଅପହରଣ କରି ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ କରିଥିଲେ। ଟ୍ରେନଟି କ୍ବେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ ହୋଇଛି। ଅନ୍ୟପଟେ, ବାଲୁଚ ଲିବରେଶନ ଆର୍ମି ଦ୍ୱାରା ଅପହରଣ ଜାଫର ଏକ୍ସପ୍ରେସ ଟ୍ରେନରୁ ଅପହୃତମାନଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ସେନା ନିରନ୍ତର ଅପରେଶନ ଚଳାଇଛି। ସୂଚନାନୁଯାୟୀ, ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ୧୦୪ ଜଣ ବନ୍ଧକଙ୍କୁ ଉଦ୍ଧାର କରିଛି। ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନ ସେନା ୩୧ ମହିଳା ଏବଂ ୧୫ ଶିଶୁଙ୍କ ସମେତ ଅତି କମରେ ୧୦୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛି। ଏହି ଅପରେଶନରେ ୧୬ ଜଣ BLA ସେନା ମଧ୍ୟ ନିହତ ହୋଇଛନ୍ତି।
କିଛି ଦିନର ବିରତି ପରେ ରାଜ୍ୟକୁ ତତାଇଲା ଖରା । ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଉପରମୁହାଁ ହେଲା ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ ୩୯.୫ ସହ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଲା ବୌଦ୍ଧ । ସେହିଭଳି ୧୧ ସହରରେ ତାପମାତ୍ରା ୩୭ଡିଗ୍ରୀ ପାର କରିଛି । ଝାରସୁଗୁଡା ୩୮.୬, ବଲାଙ୍ଗୀର ୩୮.୫, ସମ୍ବଲପୁର ୩୮.୩, ଟିଟିଲାଗଡ଼ ୩୭.୫, ହୀରାକୁଦ ୩୭.୨ଡିଗ୍ରୀ ପାରା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ୩୭.୨, ପାରଳାଖେମୁଣ୍ଡି୩୭.୨, ଅନୁଗୁଳ ୩୭.୧ ମାଲକାନଗିରି ୩୭, ବାରିପଦାରେ ୩୭ ତାପମାତ୍ରା ଛୁଇଁଥିଲା ।