ବିଧାନସଭାରେ ଯେପରି ହଟ୍ଟଗୋଳ ହେଉଛି ତାହା ଏକ ଲୋକତାନ୍ତ୍ରିକ ସଂସ୍ଥା ପ୍ରତି ଅନ୍ୟାୟ । ବିଧାୟକମାନେ ନିଜ ନିଜ ମର୍ଯ୍ୟଦା ଭିତରେ ରହି କାର୍ଯ୍ୟ କରିବା ଆବଶ୍ୟକ । ଗତ ଦୁଇ ଦିନ ହେଲା ରଣକ୍ଷେତ୍ର ପାଲଟିଛି ବିଧାନସଭା । ଲୋକଙ୍କ ପାଇଁ କାମ କରିବା ଅପେକ୍ଷା ନିଜର ବାହୁବଳ ଦେଖାଇହେବା କେତେଦୂର ଠିକ୍ ।
ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଜନସମସ୍ୟା ନେଇ ଆଲୋଚନା କରନ୍ତି ଏବଂ ନୂତନ ନିୟମ ତିଆରି କରିଥାନ୍ତି। ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ବିଧାନସଭାରେ କଣ ଚାଲିଛି——ବିଧାୟକମାନଙ୍କ ମଧ୍ୟରେ ହାତାହାତି ହେବା ଲୋକତାନ୍ତ୍ରିକ ମୂଲ୍ୟବୋଧ ଓ ପ୍ରକ୍ରିୟା ପାଇଁ ଅପମାନଜନକ।
ନିର୍ବାଚିତ ପ୍ରତିନିଧିମାନେ ଜନସାଧାରଣଙ୍କ ପ୍ରତିବଦ୍ଧତା ରଖି ତାଙ୍କ ଅନୁସରଣୀୟ ଦୃଷ୍ଟାନ୍ତ ସୃଷ୍ଟି କରିବା ଉଚିତ। ଅନ୍ୟମାନେ ବିଧାୟକଙ୍କୁ ଉଦାହରଣ ଭାବରେ ଦେଖନ୍ତି, ଏବଂ ତାଙ୍କ ବ୍ୟବହାର ଓ ଶିଷ୍ଟାଚାର ଲୋକଙ୍କ ମନୋଭାବ ଉପରେ ପ୍ରଭାବ ପକାଏ। ଯଦି ବିଧାନସଭାରେ ହିଁ ନେତାମାନେ ଅସଂସଦୀୟ ବ୍ୟବହାର କରନ୍ତି, ତେବେ ସେମାନଙ୍କୁ ଉଦାହରଣ ଭାବେ ଦେଖି ଜନସାଧାରଣ ଓ ଯୁବ ପିଢ଼ି କଂଠର ଜବାବ ଦେବାକୁ ଶିଖିପାରନ୍ତି।
ଏହିପରି ଅନୁଚିତ ଆଚରଣର ବିରୋଧରେ ସାମାଜିକ ଚେତନା ସୃଷ୍ଟି କରିବା ଓ ଏହି ଅନୁଚିତ କାର୍ଯ୍ୟ ରୋକିବା ପାଇଁ ନିଜେ ବିଧାୟକମାନ ଯତ୍ନବାନ ହେବା ଆବଶ୍ୟକ । କୋଟି କୋଟି ଟଙ୍କା ଅଯଥାରେ ନଷ୍ଟ କରିବା ଅପେକ୍ଷା ଆଲୋଚନା କରିବା ଆବଶ୍ୟକ ।