ବିଧାନସଭା ଠିକରେ ଚାଲିପାରୁନାହିଁ । ଗୃହରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି । ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ବିଜେଡି ସଦସ୍ୟ ହଙ୍ଗାମା କରୁଛନ୍ତି । ବାଚସ୍ପତି ସୁରମା ପାଢ଼ୀ ସଦସ୍ୟମାନଙ୍କୁ ଶାନ୍ତ ରହିବା ପାଇଁ କହିଥିଲେ ମଧ୍ୟ କେହି ଶୁଣିନଥିଲେ । ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଜୟନାରାୟଣ ମିଶ୍ର ଓ ତାରା ପ୍ରସାଦ ବାହିନୀପତିଙ୍କ ଭିତରେ ହାତାହାତି ହୋଇଥିଲେ। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।
ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ। ପରେ ସେମାନେ ଗୃହ ମଧ୍ୟକୁ ଆସି ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ।
ଏଣେ ବିଜେଡି ବିଧାୟକମାନେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ଗୃହରେ ପ୍ରବଳ ହଟ୍ଟଗୋଳ ହେବା ପରେ ମଧ୍ୟ ପ୍ରଶ୍ନକାଳ ଜାରି ରହିଥିଲା।