ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପଛରେ ରହିଛି । ଏହି ମହିଳାମାନେ ଶିକ୍ଷା, ସ୍ବାସ୍ଥ୍ୟ ରୋଜଗାର ଆଦି କ୍ଷେତ୍ରରେ ବହୁ ପଛରେ ପଡ଼ିଥିବା ଭଳି ମନେ ହୁଏ । ପୂର୍ବରୁ କୁହାଯାଉଥିଲା ରାଜ୍ୟର ୮୦ ଲକ୍ଷ ମହିଳା ମିଶନ ଶକ୍ତି ସହ ଜଡିତ ଅଛନ୍ତି । ରାଜ୍ୟର ବିକାଶ ସହ ନିଜର ଆର୍ଥିକ ବିକାଶ ପାଇଁ ଘର ବାହାରକୁ ବାହାରିଛନ୍ତି । କିନ୍ତୁ ବାସ୍ତବିକ ଏହା ସତ୍ୟ ନୁହେଁ । ଏବେ ବି ମହିଳାମାନେ ବହୁ ପଛରେ ରହିଛନ୍ତି ।
ନିଜ ପରିବାର ଆର୍ଥିକ ସ୍ଥିତି ପରିବର୍ତ୍ତନରେ ମହିଳାମାନଙ୍କ ଅବଦାନ ସେତେ ପ୍ରଭାବଶାଳୀ ରହିପାରିନାହିଁ । ତେଣୁ ସେମାନଙ୍କ ହାତରେ ଏବେ ବର୍ଷକୁ ଦଶ ହଜାର ଟଙ୍କା ରାଜ୍ୟ ସରକାର ଦେଉଛନ୍ତି ।
ମହିଳାମାନଙ୍କ ଆର୍ଥିକ ବିକାଶ ଓ ସ୍ବାବଲମ୍ବନ ଦେଶର ଜିଡ଼ିପି ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ମହାରାଷ୍ଟ୍ର, ଗୁଜରାଟ, ବାଙ୍ଗାଲୋର, ଚେନ୍ନାଇରେ ମହିଳାମାନଙ୍କ ପାଇଁ । ଗତ ୧୦ବର୍ଷର୍ରେ ଓଡ଼ିଶାର ମହିଳାଙ୍କ ସେପରି ଆର୍ଥିକ ବିକାଶ ହୋଇନାହିଁ । ଅବଶ୍ୟ କାର୍ଯ୍ୟକ୍ଷେତ୍ରରେ କିଛି ମହିଳାଙ୍କ ଭାଗିଦାରୀ ୧୦ % ବୃଦ୍ଧି ପାଇଛି, ଯାହାର ପ୍ରତିଫଳନ ଦେଶର ଜିଡ଼ିପି ଉପରେ ଦେଖିବାକୁ ମିଳିଛି ।
ମହିଳା ସଶକ୍ତିକରଣ କେବଳ ଜଣେ ମହିଳାଙ୍କୁ ଶକ୍ତିଦାନ କରିବା ନୁହେଁ, ବରଂ ସମାଜର ସମ୍ପୂର୍ଣ୍ଣ ଉନ୍ନତିରେ ସାମିଲ କରାଇବା ଅଟେ । ଓଡ଼ିଶା ଏକ ପ୍ରାକୃତିକ ସମ୍ପଦରେ ସମୃଦ୍ଧ ରାଜ୍ୟ ହେଲେ ମଧ୍ୟ, ଏଠି ମହିଳାମାନଙ୍କ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସମାଜିକ ସୁରକ୍ଷା ନେଇ ଅନେକ ଅବରୋଧ ରହିଛି। ଏହି ଅବରୋଧଗୁଡ଼ିକୁ ଦୂର କରି ମହିଳା ସଶକ୍ତିକରଣ ନିଶ୍ଚିତ କରାଯାଇପାରିବ।
ଓଡ଼ିଶାରେ ମହିଳାମାନେ ଅଧିକାଂଶ ଗ୍ରାମୀଣ ଅଞ୍ଚଳରେ ରହୁଛନ୍ତି । ମହିଳାମାନେ ଆର୍ଥିକ ଭାବେ ସ୍ୱାଧୀନ ହେଲେ ହିଁ ସେମାନେ ସମାଜରେ ନିଜ ସ୍ଥାନ ଦୃଢ଼ କରିପାରିବେ। ଏହି ପାଇଁ ମହିଳାମାନଙ୍କୁ ଗ୍ରାମୀଣ କୃଷି, ହସ୍ତଶିଳ୍ପ, ଏବଂ ଷ୍ଟାର୍ଟଅପ ମାଧ୍ୟମରେ ରୋଜଗାର ସୃଷ୍ଟି ହେବା ଆବଶ୍ୟକ। ଗ୍ରାମ ଅଞ୍ଚଳରେ ଅନେକ ମହିଳା ଗର୍ଭାବସ୍ଥାରେ ଯଥାଞ୍ଚିତ ଚିକିତ୍ସା ନ ପାଇପାରୁଥିବାରୁ ମାତୃମୃତ୍ୟୁ ହାର ବଢ଼ୁଛି। ଓଡ଼ିଶାରେ ମହିଳାମାନେ ନିରାପଦ ଅନୁଭବ କରିପାରିବା ନିମନ୍ତେ କଡ଼ା ଆଇନ ଅତ୍ୟାବଶ୍ୟକ। ମହିଳା ନିର୍ଜାତନା ରୋକିବା ପାଇଁ ମହିଳା ହେଲ୍ପଲାଇନ ,, ଶକ୍ତି ଅପ୍, ଏବଂ ମହିଳା ଥାନା ଗୁଡ଼ିକୁ ସକ୍ରିୟ କରିବା ଆବଶ୍ୟକ।
3.ମହିଳାମାନେ ରାଜନୈତିକ ଭାବେ ଅଗ୍ରଗତି କଲେ ସମାଜ ଏବଂ ଆଇନ ପ୍ରଣାଳୀ ରେ ଏମାନଙ୍କ ସ୍ୱର ଶକ୍ତିଶାଳୀ ହେବ। ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ଅଂଶଗ୍ରହଣ ବୃଦ୍ଧି ପାଇଁ ୩୩% ରିଜର୍ଭେସନ ରହିଥିଲେ ମଧ୍ୟ, ଏହାକୁ ଅଧିକ ଉନ୍ନତ କରିବା ଦରକାର। ମହିଳାମାନଙ୍କ ପାଇଁ ମୁକ୍ତ ଶିକ୍ଷା ଏବଂ ସ୍ୱୟଂଶିକ୍ଷା କାର୍ଯ୍ୟକ୍ରମ ହେଲେ ସେମାନଙ୍କ ଭୟ ଦୂର ହେବ । ନିଜ ଉପରେ ବିଶ୍ବାସ ଆସିବ । ସେମାନଙ୍କୁ Skill Development Programs ସହ ଯୋଡ଼ିବାକୁ ପଡ଼ିବ ।
ଓଡ଼ିଶାରେ ମହିଳାମାନଙ୍କ ଉନ୍ନତି ପାଇଁ ଶିକ୍ଷା, ଆର୍ଥିକ ସ୍ୱାଧୀନତା, ସ୍ୱାସ୍ଥ୍ୟ ସେବା, ଏବଂ ସମାଜିକ ସୁରକ୍ଷା ଅତ୍ୟାବଶ୍ୟକ। ରାଜ୍ୟ ସରକାର ଏବଂ ବିଭିନ୍ନ ସଂଗଠନଗୁଡ଼ିକ ଏଦିଗରେ ନିସ୍ବାର୍ଥଭାବରେ କାମ କରିବା ଆବଶ୍ୟକ । ଏକ ସୁସ୍ଥ ଏବଂ ଅନ୍ୟାୟମୁକ୍ତ ସମାଜ ଗଠନ ପାଇଁ ମହିଳାମାନଙ୍କ ଅବଦାନ ଅପରିହାର୍ଯ୍ୟ ହୋଇଥିବାରୁ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେବା ଜରୁରୀ ।