Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି

Ramesh Parida by Ramesh Parida
Mar 7, 2025, 03:27 pm GMT+0530
FacebookTwitterWhatsAppTelegram

କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ରାଜ୍ୟରେ ବର୍ଷ ବର୍ଷ ଧରି ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥାରେ ଦୁର୍ନୀତି ମାଡ଼ିଚାଲିଛି । ଏନେଇ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ କୋହଳ ଆଇନ ପାଇଁ ଦୁର୍ନୀତିରେ ଅଧିକାଂଶ ଅଧିକାରୀ ଲିପ୍ତ ରହୁଛନ୍ତି ।
ଗତ କିଛି ବର୍ଷ ହେଲା ଭିଜିଲାନସ , ସିବିଆଇ କିଛି ଘଟଣା ସାମନାକୁ ଆଣିଛି । ରାଜା ଚକ୍ର ମାମଲାକୁ ଦେଖିଲେ ଆଖି ଟେରା ହୋଇଯାଉଛି । ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ଜାରି ରହିଥିବା ସମୟରେ ତଦନ୍ତ ସମୟରେ ସାଙ୍ଘାତିକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।
ଶହେ କୋଟି ନୁହେଁ ବରଂ ୫ ଶହ କୋଟି ଟଙ୍କାର ହେରଫେର ହୋଇଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ । ରାଜା ଚକ୍ର ଦ୍ବାରା ପରିଚାଳିତ ହୋଉଥିବା ଟ୍ରାନ୍ସପୋର୍ଟ ଏଜେନସି ଅଧିନରେ ପ୍ରାୟ ୧୪ ଶହ ଗାଡ଼ି ରହିଥିବା ବେଳେ ସେହି ଗାଡ଼ି ଗୁଡ଼ିକର ପଞ୍ଜିକରଣ ସମୟରେ ମାତ୍ର ୧୦ଟି ମୋବାଇଲ ନମ୍ବର ଦିଆ ଯାଇ ଥିବା ଜଣା ପଡିଛି । କେବଳ ସେତିକି ନୁହେଁ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ ଡିଜେଲ ପକାଇବା ଆଳରେ ମିଥ୍ୟା ବିଲ କରି ପ୍ରାୟ ୫୦ କୋଟି ଟଙ୍କା ଚଳୁହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ତେବେ ବର୍ଷ ବର୍ଷ ଧରି ରାଜ୍ୟରେ କାହିଁକି ଦୁର୍ନୀତି ବୃଦ୍ଧି ପାଉଛି ତାହା ଉଆରେ ଆସନ୍ତୁ କିଛି ଆଲୋଚନା କରିବା । ପୋଲିସଠୁ ଆରମ୍ଭ କରି ଅନ୍ୟାନ୍ୟ ସରକାରୀ ବିଭାଗରେ ବିନା ଟଙ୍କାରେ କାମ କରିବା ଏବେ ଅସମ୍ଭବ ହେଉଛି । ତେଣୁ
ଦୁର୍ନୀତି ରୋକିବା ପାଇଁ ଏକ ସଂଗଠିତ ଏବଂ ବହୁମୁଖୀ ପଦକ୍ଷେପ ନିଆଯିବା ଆବଶ୍ୟକ। ଏହି ପଦକ୍ଷେପଗୁଡ଼ିକୁ ସରକାର, ସମାଜ, ଏବଂ ବ୍ୟକ୍ତିଗତ ଭାବେ ଅନୁଷ୍ଠାନ କରିପାରିବ।

ସରକାରୀ ପଦକ୍ଷେପ:
ବିଜେଡି ସରକାର କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ କହି ସରକାରକୁ ଆସିଥିଲା । ପରେ ପିସି କାରବାରକୁ ନେଇ ଦଳ ଅଡ଼ୁଆରେ ପଡିଲା । ସିଷ୍ଟମ ସାରା ବିନା ପିସିରେ କାମ ହେଲା ନାହିଁ । ମୁଖ୍ୟମନ୍ତ୍ରୀ ବଦନାମ ହେଲେନାହିଁ । କିନ୍ତୁ ଦୁର୍ନୀତି କମିଲା ନାହିଁ । ଏବେ ବିଜେପି ଦୁର୍ନୀତି ରୋକିବ କହି ଆସିଛି, କିନ୍ତୁ ଦୁର୍ନୀତି କମିବାର ନା ଧରୁନାହିଁ । କୁହାଯାଉଛି ଅଫିସର ନେତାଙ୍କ କଥା ମାନୁନାହାଁନ୍ତି । ତେଣୁ ଦୃଢ଼ ଆଇନ ହିଁ ଦରକାର । ଦୁର୍ନୀତି ବିରୋଧୀ ଆଇନ ଶକ୍ତିଶାଳୀ କରିବା ଏବଂ ଅଭିଯୁକ୍ତଙ୍କୁ ଦ୍ରୁତ ଦଣ୍ଡ ଦେବା ଆବଶ୍ୟକ ହୋଇପଡ଼ିଛି ।
ଏନ୍‌ଫୋର୍ସମେଣ୍ଟ ଏଜେନ୍ସିମାନଙ୍କୁ ସ୍ୱାଧୀନ ଏବଂ ଶକ୍ତିଶାଳୀ କରିବାର ସମୟ ଆସିଛି। ଇଡି, ସିବିଆଇ, ଭିଜିଲାନ୍ସ ଏବଂ ଲୋକାୟୁକ୍ତ ସଠିକ୍ ଭାବରେ କାମ କରିବା ଉଚିତ।
ସରକାରୀ କାର୍ଯ୍ୟାଳୟରେ ପାରଦର୍ଶିତା ଆବଶ୍ୟକ । ଅନଲାଇନ୍ ସିଷ୍ଟମ୍ ଏବଂ ଡିଜିଟାଲ ଦସ୍ତାବେଜ ଦ୍ୱାରା ଦୁର୍ନୀତି ହ୍ରାସ କରିହେବ।
ସମୟ ସୀମା ମଧ୍ୟରେ ଅନୁମୋଦନ ଏବଂ ନିଷ୍ପତ୍ତି ନିଆଯିବା ଦରକାର । ଯଦି ଯେକୌଣସି ଅନୁମୋଦନ ବା ଅଫିସିଆଲ୍ ନିଷ୍ପତ୍ତି ଦେଖିବାକୁ ବହୁତ ସମୟ ନେଉଛି, ତାହା ଦୁର୍ନୀତିକୁ ଉତ୍ସାହିତ କରେ।
ଦୁର୍ନୀତି କୁ ବିରୋଧ କରିବା ଏବଂ ସରକାରୀ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରିବା,ସମାଜରେ ସଚେତନ କରିବା, କେଉଁଠି ଦୁର୍ନୀତି ହେଉଛି ଏବଂ କେମିତି ଏହାକୁ ଅଭିଯୋଗ କରିପାରିବେ ତାହା ଉପରେ ସରକାର ଧ୍ୟାନ ଦେବା ଆବଶ୍ୟକ
ଯେମାନେ ଦୁର୍ନୀତିକୁ ଉଜାଗର କରୁଛନ୍ତି ସେମାନଙ୍କୁ ସୁରକ୍ଷା ଏବଂ ପୁରସ୍କାର ମିଳିବା ଉଚିତ।ଅଫିସ୍ ଏବଂ ଅନ୍ୟ ଅଞ୍ଚଳରେ ନ୍ୟାୟପୂର୍ଣ୍ଣ ବ୍ୟବହାର ଆବଶ୍ୟକ । ଯଦି ଦୁର୍ନୀତି ଘଟୁଛି, ତା’କୁ ଶକ୍ତିଶାଳୀ ଭାବରେ ବିରୋଧ କରିବା ଆବଶ୍ୟକ । ଦୁର୍ନୀତି ରୋକିବା ପାଇଁ ଏକ ସଂଘଟିତ ପ୍ରୟାସ ଆବଶ୍ୟକ। ସରକାର, ସମାଜ ଏବଂ ନାଗରିକମାନେ ମିଶି ଏହି ସଂସ୍କୃତିକୁ ପରିବର୍ତ୍ତନ କରିପାରିବେ। ପାରଦର୍ଶିତା, ଉତ୍ତରଦାୟିତ୍ୱ, ଏବଂ ସଚେତନତା ଦ୍ୱାରା ଦୁର୍ନୀତିକୁ ରୋକିପାରିବ। ତେବେ ନୂଆ ସରକାର ଦୁର୍ନୀତି ରୋକିବା ପାଇଁ କଣ ପଦକ୍ଷେପ ନେଉଛନ୍ତ ଅପେକ୍ଷା କରିବାକୁ ପଡ଼ିବ ।

Tags: INDIAnewsodishaTOP NEWS
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.