ବାବା କେଦାରନାଥଙ୍କ ଦର୍ଶନ ପାଇଁ ଏବେ ସହଜ ଯାତ୍ରା କିପରି ହୋଇପାରିବ ସେ ନେଇ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । କଠିନ ଯାତ୍ରାକୁ ସହଜ ସୁନ୍ଦର କିବା ପାଇଁ ମୋଦି ସରକାର ରୋପଓ୍ବେ ସିଷ୍ଟମ କରିବାକୁ ଯାଉଛନ୍ତି ।
ବାବାଙ୍କ ଦର୍ଶନ ପାଇଁ ଇଚ୍ଛା ଥିଲେ ବି କଷ୍ଟଯାତ୍ରା ହେଉଥିବାରୁ ଯିବାକୁ ମନ ବଳାଉ ନାହାନ୍ତି । ତେଣୁ ଆଗାମୀ କିଛି ଦିନ ଭିତରେ ସୋନପ୍ରୟାଗ ଠାରୁ କେଦାରନାଥ ପର୍ୟ୍ୟନ୍ତ ୧୨.୯ କିମି ରୋପ ୱେ ନିର୍ମାଣ କରିବେ କେନ୍ଦ୍ର ସରକାର । ଏଥିପାଇଁ ଖର୍ଚ୍ଚ ହେବ ୪୦୮୧ କୋଟି ଟଙ୍କା ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।
ରୋପ ୱେ ନିର୍ମାଣ ଦ୍ୱାରା କେଦାରନାଥକୁ ଯାତ୍ରା ୮/୯ ଘଣ୍ଟାରୁ ବଦଳରେ ମାତ୍ର ୩୬ ମିନିଟରେ କରିହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ପ୍ରତି ଘଣ୍ଟାରେ ୧୮ ଶହ ଯାତ୍ରୀ ଏହି ରୋପଓ୍ବେ ମାଧ୍ୟମରେ ଯାଇ ବାବାଙ୍କ ଦର୍ଶନ କରିପାରିବେ ।
ଆଉ ଦିନକରେ ମୋଟ୍ ୧୮ ହଜାର ଲୋକ ରୋପ ୱେ ରେ ଯାଇ ବାବାଙ୍କ ଦର୍ଶନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । କେବଳ କେଦାରନାଥ ଧାମ ନୁହେଁ ବରଂ ହିମକୁଣ୍ତ ସାହେବ ଯାତ୍ରା ପାଇଁ ବି ସରକାର ରୋପ ୱେ ବ୍ୟବସ୍ଥା କରିବେ ବୋଲି ଘୋଷଣା କରିଛନ୍ତି ।
ଗୋବିନ୍ଦଘାଟରୁ ହିମକୁଣ୍ତ ସାହେବ ପର୍ୟ୍ୟନ୍ତ ୧୨.୪ କିଲୋମିଟର ରୋପ ୱେ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଯେଉଁଥି ପାଇଁ ଖର୍ଚ୍ଚ ହେବ ୨୭୩୦ କୋଟି । ସାଧାରଣତଭାବେ ୨୩ କିଲୋମିଟର ପାହାଡ଼ି ରାସ୍ତା ପାର୍ କଲେ ଯାଇ ସୁରକ୍ଷିତ ଭାବେ ଶ୍ରଦ୍ଧାଳୁ କେଦାରନାଥ ଦର୍ଶନ କରିବାକୁ ଯାଇଥାନ୍ତି ।
ମୋଦି ସରକାର କେଦାରନାଥ ଧାମ ପାଇଁ ରୋପ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛନ୍ତି । ଖୁବଶୀଘ୍ର କେଦାରନାଥକୁ ରୋପ ୱେ ମାଧ୍ୟମରେ ଯାଇପାରିବେ ଶ୍ରଦ୍ଧାଳୁ । କେଦାରନାଥରେ ରୋପୱେ ପରିକଳ୍ପନା ଅଧିକ ପର୍ଯ୍ୟଟନ ସମ୍ଭାବନା ଆଣିପାରିବ।
ରୋପୱେ ଦ୍ୱାରା ଯାତ୍ରା ସୁବିଧାଜନକ ଓ ସୁରକ୍ଷିତ ହେବାରୁ ଅଧିକ ପର୍ଯ୍ୟଟକ ଆକର୍ଷିତ ହେବେ, ଯାହା ଦେଶୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟନରେ ବୃଦ୍ଧି କରିପାରେ।
ପାହାଡ଼ ରାସ୍ତାରେ ପଦଯାତ୍ରା କରିବାରୁ ରୋପୱେ ଯାତ୍ରା ଅଧିକ ତ୍ୱରିତ ଓ ସୁବିଧାଜନକ ହେବ, ଯାହା ପର୍ଯ୍ୟଟକଙ୍କ ସମୟ ଓ ଶକ୍ତି ସଂରକ୍ଷଣ କରିବ।