ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ଭାରତ ଓ ଚୀନ ସମେତ କିଛି ଦେଶପାଇଁ ଏବେ ବେଲଗାମ ଟିକସ ଲଗାଇଛନ୍ତି । ଏହି ନୀତିକୁ ଅନେକ ଦେଶ ତୀବ୍ର ସମାଲୋଚନା କରିଛନ୍ତି । ତେବେ ଯେସାକୁ ତେସା ନୀତି ଅବଲମ୍ବନ କରିଥିବା କହିଛନ୍ତି । ଏହା ଦ୍ବାରା ଭାରତର ସେପରି କିଛି କ୍ଷତି ହେବନାହିଁ କୁହାଯାଉଛି ।
ଟ୍ରମ୍ପଙ୍କ ଆଗାମୀ ଏପ୍ରିଲ ୨ ତାରିଖଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରି କରାଯାଉଥିବା ବିଦେଶୀ ସାମଗ୍ରୀ ଉପରେ ଟ୍ୟାକ୍ସ ଲାଗୁ କରିବେ । ଆମେରିକାସ୍ଥିତ କଳକାରଖାନାରୁ ଉତ୍ପାଦିତ ସାମଗ୍ରୀ ଉପରୁ ସଂପୃକ୍ତ ଦେଶ ଯେତିକି ପରିମାଣର ଟିକସ ଆଦାୟ କରୁଛି ସେହି ଅନୁପାତରେ ଆମେରିକା ଟ୍ୟାକ୍ସ ଆଦାୟ କରିବ ।
ଟ୍ରମ୍ପ ତାଙ୍କ ଉଦ୍ବୋଧନରେ ଭାରତ, ଚୀନ, ବ୍ରାଜିଲ, ୟୁରୋପୀୟ ୟୁନିଅନ୍, ମେକ୍ସିକୋ, କାନାଡ଼ା ଭଳି କିଛି ସରକାରଙ୍କ ଆକାଶଛୁଆଁ ବହିଃଶୁଳ୍କ ଅସୁଲ ନୀତିକୁ ସମାଲୋଚନା କରିଛନ୍ତି । ସେହି ଦେଶପାଇଁ ଯେସାକୁ ତେସା ନୀତି ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି ।
ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଟ୍ରେଡ୍ ନୀତି ଭାରତର ଆର୍ଥିକତା ଉପରେ ପ୍ରଭାବ ପକାଇପାରେ ବୋଲି କିଛି ଲୋକ କହୁଥିବା ବେଳେ ଆଉ କିଛି ସଂସ୍ଥା ସେପରି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି ।
ରଫ୍ତାନି ଉପରେ ପ୍ରଭାବ: ଟ୍ରମ୍ପ ସରକାର ଯଦି ଭାରତୀୟ ପଣ୍ୟ ଉପରେ ଅଧିକ ଶୁଳ୍କ ଆରୋପ କରେ, ତେବେ ଭାରତର ରଫ୍ତାନି କମିପାରେ। ଏହା ଭାରତୀୟ ଉତ୍ପାଦକ ଓ ରଫ୍ତାନିକାରୀମାନଙ୍କ ପାଇଁ ଅସୁବିଧାଜନକ ହୋଇପାରେ।
ଆର୍ଥିକ ବୃଦ୍ଧିରେ ପ୍ରଭାବ: ରଫ୍ତାନି କମିଲେ, ଭାରତର ଜିଡିପି ବୃଦ୍ଧି ହ୍ରାସ ପାଇପାରେ। ଏହା ଦେଶର ଆର୍ଥିକ ବୃଦ୍ଧିରେ ନକାରାତ୍ମକ ପ୍ରଭାବ ପକାଇପାରେ।
ନିର୍ମାଣ ଖାତରେ ପ୍ରଭାବ: ଯଦି ଭାରତୀୟ ଉତ୍ପାଦନ କମିଯାଏ, ତେବେ ନିର୍ମାଣ ଖାତରେ ଚାକିରି ହାର କମିପାରେ, ଯାହା ବେକାରି ହାର ବୃଦ୍ଧି କରିପାରେ।
ଅମେରିକାରେ ଭାରତୀୟ କମ୍ପାନୀମାନଙ୍କ ପାଇଁ ପ୍ରଭାବ: ଯଦି ଅମେରିକା ଭାରତୀୟ କମ୍ପାନୀମାନଙ୍କୁ ଅଧିକ ଟ୍ୟାକ୍ସ ଆରୋପ କରେ, ତେବେ ସେମାନଙ୍କର ଲାଭ କମିପାରେ, ଯାହା ଭାରତର ଆର୍ଥିକତାକୁ ପ୍ରଭାବିତ କରିପାରେ।
ଟ୍ରମ୍ପଙ୍କ ଟ୍ରେଡ୍ ନୀତି ଭାରତ ପାଇଁ ସୁଯୋଗ ଆଣିବ କି ସମସ୍ୟା ତାହାକୁ ଧ୍ୟାନରେ ରଖି ଭାରତ ନୀତିଗତ ପଦକ୍ଷେପ ନେବା ଆବଶ୍ୟକ।