ମହାକୁମ୍ଭ ମେଳା ଭାରତର ଏକ ବୃହତ୍ତମ ଧାର୍ମିକ ଏବଂ ସାମାଜିକ ସମାଗମ ଅଟେ। ପ୍ରତ୍ୟେକ 12 ବର୍ଷରେ ଏହି ମେଳା ଏକ ନିର୍ଦ୍ଦିଷ୍ଟ ଚାରିଟିଏ ସ୍ଥାନରେ ଅନୁଷ୍ଠିତ ହୋଇଥାଏ: ପ୍ରୟାଗରାଜ (ଆଗରୁ ଆଲଲାହାବାଦ), ହରିଦ୍ୱାର, ଉଜ୍ଜୟିନୀ ଏବଂ ନାସିକ। ଏହି ପରମ୍ପରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତିର ଏକତ୍ରତା ଏବଂ ସମ୍ପୃକ୍ତିର ପ୍ରତିକ।
ମହାକୁମ୍ଭର ଐତିହ୍ୟ ଏବଂ ଧାର୍ମିକ ମହତ୍ତ୍ଵ
ମହାକୁମ୍ଭ ସମୁଦ୍ର ମନ୍ଥନ କଥାରେ ଉଲ୍ଲେଖିତ ଅମୃତକୁମ୍ଭ ସହ ଜଡିତ। ଏହି କଥା ଅନୁସାରେ, ଦେବତା ଏବଂ ଅସୁରମାନେ ଅମୃତ ପାଇଁ ସଂଘର୍ଷ କଲେ ଏବଂ ତାହାର ଏକ ଅଂଶ ଏହି ଚାରିଟିଏ ସ୍ଥାନରେ ପଡ଼ିଲା। ଏଥିପାଇଁ, ଏଠି ସ୍ନାନ କରିଲେ ପାପମୁଚ୍ଚିତ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ମନ୍ୟତା ଅଛି।
ମହାକୁମ୍ଭ ଏବଂ ଭାରତୀୟ ଏକତା
ଭାରତର ବିଭିନ୍ନ ପ୍ରାନ୍ତରୁ ହିନ୍ଦୁ, ଜୈନ, ବୌଦ୍ଧ ଏବଂ ଅନ୍ୟାନ୍ୟ ଧର୍ମବଳମ୍ବୀମାନେ ଏଠି ଏକତ୍ର ହୋଇଥାନ୍ତି। ଏହି ଉତ୍ସବ ସଂସ୍କୃତିର ଏକ ମିଶ୍ରଣସ୍ଥଳ ଭାବରେ କାର୍ଯ୍ୟ କରେ। ଧର୍ମ ଏବଂ ଅଧ୍ୟାତ୍ମିକତାର ନିମନ୍ତେନ: ଏଠି ସନ୍ନ୍ୟାସୀ, ମହାମଣ୍ଡଳେଶ୍ବର, ଅଖାଡ଼ା ଓ ଦର୍ଶନ ନିଷ୍ଠ ଅନେକ ଧାର୍ମିକ ବ୍ୟକ୍ତିତ୍ୱମାନେ ଆସନ୍ତି ଏବଂ ଦେଶ ଓ ବିଦେଶର ଲୋକଙ୍କୁ ଧର୍ମ ଏବଂ ଆତ୍ମଜ୍ଞାନ ଉପରେ ପ୍ରଭାବିତ କରନ୍ତି।
ଭାରତୀୟ ଅର୍ଥନୈତିକ ପ୍ରଭାବ: ଏହି ଉତ୍ସବ ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ, କାରଣ ଏଥିରେ କୋଟି ଲକ୍ଷରୁ ଅଧିକ ଲୋକ ଯୋଗଦେଇଥାନ୍ତି। ଏହା ପର୍ଯ୍ୟଟନ, ବ୍ୟବସାୟ ଏବଂ ଉଦ୍ୟୋଗ କୁ ବୃଦ୍ଧି କରିଥାଏ। ମହାକୁମ୍ଭ ସମସ୍ତ ଲୋକଙ୍କ ପାଇଁ ଖୋଲା। ଏଠି ହିନ୍ଦୁମାନଙ୍କ ସହ ଅନ୍ୟ ଧର୍ମବଳମ୍ବୀମାନେ ମଧ୍ୟ ଯୋଗ ଦେଇ ଭାରତର ଧାର୍ମିକ ସହିଷ୍ଣୁତା ପ୍ରମାଣ କରନ୍ତି।
ମହାକୁମ୍ଭ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଭାରତୀୟ ସଂସ୍କୃତି ଏବଂ ଏକତାର ଏକ ଜୀବନ୍ତ ପ୍ରତୀକ। ଏହି ଉତ୍ସବ ଭାରତୀୟ ଏକତାର ସାର୍ଥକ ଉଦାହରଣ, ଯେଉଁଥିରେ ଜାତି, ଭାଷା, ଏବଂ ଧର୍ମ ଭେଦ ଭୁଲି ଲୋକମାନେ ଏକତ୍ର ହୋଇଥାନ୍ତି।
ପବିତ୍ର ସହର ପ୍ରୟାଗରାଜରେ ମହାକୁମ୍ଭ ସଫଳତାର ସହ ସମାପନ ହେବାପରେ ଏହାକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି। ଏହାକୁ ଏକତାର ଏକ ବିଶାଳ ମହାଯଜ୍ଞ କୁହାଯାଉଛି । ଜାନୁଆରୀ ୧୩ରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ‘ଏକତା କା ମହାକୁମ୍ଭ’ ସାରା ବିଶ୍ବରେ ଭାରତକୁ ବିଶ୍ବଗୁରୁ ର ପରିଚୟ ଦେଇଛି ।
ପ୍ରୟାଗରାଜରେ ମହାକୁମ୍ଭ ସମୟରେ ସାଧୁ, ସନ୍ଥ, ମହିଳା, ଶିଶୁ, ଯୁବକ, ବରିଷ୍ଠ ନାଗରିକ ଏବଂ ସମାଜର ସମସ୍ତ ବର୍ଗର ଲୋକମାନେ ଏକାଠି ହୋଇଥିଲେ। ଏହା ଥିଲା ଏକତାର ମହାକୁମ୍ଭ, ଯେଉଁଠି କୋଟି କୋଟି ଭାରତୀୟଙ୍କ ଆସ୍ଥା ଏହି ପବିତ୍ର ଅବସର ପାଇଁ ଏକ ସମୟରେ, ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲା।
ପ୍ରୟାଗରାଜର ଏହି ପବିତ୍ର ଅଞ୍ଚଳ ହେଉଛି ଏକ ପବିତ୍ର ଭୂମି, ଯେଉଁଠାରେ ପ୍ରଭୁ ଶ୍ରୀରାମ ଓ ନିଶାଦରାଜଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେମାନଙ୍କର ଏହି ସାକ୍ଷାତ ଭକ୍ତି ଓ ସଦ୍ଭାବନାର ସଙ୍ଗମ ଥିଲା
ପ୍ରୟାଗରାଜରେ ନଦୀ ସଙ୍ଗମ କୂଳରେ କୋଟି କୋଟି ଲୋକ ନିଜ ଇଚ୍ଛାରେ ମହାକୁମ୍ଭ ଅଭିମୁଖେ ବାହାରିଥିଲେ ଏବଂ ପବିତ୍ର ଜଳରାଶିରେ ବୁଡ଼ ପକାଇବାର ଆନନ୍ଦ ଅନୁଭବ କରିଥିଲେ। ପବିତ୍ର ସ୍ନାନ ପରେ ସମସ୍ତଙ୍କ ମୁହଁରେ ଖୁସି ଥିଲା । ଲକ୍ଷ ଲକ୍ଷ ଲୋକ ବୁଡ଼ ପକାଇବା ପାଇଁ ଚାଲିଥିଲେ ।
ଯୁବକ, ମହିଳା, ବୃଦ୍ଧବୃଦ୍ଧା ଶିଶୁ ସମସ୍ତେ ଚାଲିଥିଲେ । ହଜାର ହଜାର ବର୍ଷ ଧରି, ମହାକୁମ୍ଭ ଭାରତର ଜାତୀୟ ଚେତନାକୁ ସୁଦୃଢ଼ କରିଛି। ୧୪୪ ବର୍ଷ ପରେ, ଏହି ମହାକୁମ୍ଭରେ, ଆମର ସନ୍ଥମାନେ ପୁଣି କୋଟି କୋଟି ସଂଖ୍ୟାରେ ସାମିଲ ହୋଇଥିଲେ ।
ଏହି ଏକତାର ମହାକୁମ୍ଭରେ ପ୍ରତ୍ୟେକ ଲୋକ ନିଜକୁ ସାମିଲ ହୋଇ ଧନ୍ୟ ମନେ କରନ୍ତି । ପ୍ରୟାଗରାଜରେ ଗଙ୍ଗା, ଯମୁନା ଏବଂ ସରସ୍ବତୀଙ୍କ ସଙ୍ଗମ ସ୍ଥଳରେ ଯିଏ ଠିଆ ହୋଇଛି ତାହାର ଅନୁଭବ ନିଆରା । ମା’ ଗଙ୍ଗା, ମା’ ଯମୁନା ଏବଂ ମା’ ସରସ୍ବତୀଙ୍କୁ ସମସ୍ତେ ପ୍ରାର୍ଥନା କରୁଥିବାର ଚିତ୍ର ନଦେଖିଲେ ବିଶ୍ବାସ କରିହେବନି । କୋଟି କୋଟି ଲୋକ ମହାକୁମ୍ଭକୁ ଆସୁଥିଲେ। ସଫେଇ କର୍ମଚାରୀ, ପୋଲିସ ଦିନରାତି କାମ କରୁଥିଲେ । ବିଶ୍ବ ମହାକୁମ୍ଭକୁ ଦେଖିବା ଦ୍ୱାରା ଭାରତ ପ୍ରତି ସେମାନଙ୍କ ଚିନ୍ତାଧାରା ନିଶ୍ଚୟ ବଦଳିଛି । ଭାରତୀୟମାନେ ଯେଉଁଭଳି ଭାବେ ଏକତାର ମହାକୁମ୍ଭକୁ ଯାଇ ବୁଡ଼ ପକାଇଲେ ତାହା ଇତିହାସରେ ଲିପିବଦ୍ଧ ହୋଇ ରହିବ