Monday, June 2, 2025
No Result
View All Result
Odisha 365

Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ବିଜୁ ପଟ୍ଟନାୟକଙ୍କ ସ୍ଵପ୍ନ ପୂରଣକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ମତଭେଦ

Ramesh Parida by Ramesh Parida
Mar 6, 2025, 03:19 pm GMT+0530
FacebookTwitterWhatsAppTelegram

ବିଜୁ ବାବୁଙ୍କ ସ୍ବପ୍ନ ପୂରଣ କରିବ ବିଜେପି । ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ବିଜୁ ବାବୁଙ୍କ ସ୍ବପ୍ନ ପୂରଣ କରିବା କଥା କହି ବିଜେଡି ରାଜ୍ୟରେ 25 ବର୍ଷ ଧରି ଶାସନ କଲା । କେତେ ପୂରଣ ହେଲା ସ୍ବପ୍ନ ତାହା ଓଡ଼ିଶାବାସୀ କହିବେ । କିନ୍ତୁ ବିଜୁ ବାବୁଙ୍କ ସ୍ବପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିବାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି ।

ବିଜୁ ବାବୁଙ୍କୁ ବିଜେଡିଠାରୁ ଛଡ଼ାଇ ଆଣିବାକୁ କିଛି ରଣନୀତି ବୋଧହୁଏ ବିଜେପି କରିଛି । ଆଉ ତାହାରି ଭିତରେ ବିଜୁବାବୁ ରହିଛନ୍ତି । ବିଜୁବାବୁଙ୍କ ନାମ ନେଇ ବିଜେଡି ଲୋକଙ୍କଠାରୁ ଇମୋସନାଲ ଭୋଟ ପାଉଛି । ବିଜୁ ବାବୁଙ୍କୁ ହାଇଜାକ୍ କରି ବିଜେପି ଏହାର କ୍ରେଡିଟ୍ ନେବାକୁ କାର୍ଯ୍ୟ ଆରମ୍ଭ କରିଛି । ଯେପରି କଂଗ୍ରେସ ଠାରୁ ଗାନ୍ଧୀ, ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ମୋଦି ହାଇଜାକ କରି ନେଇଛନ୍ତି । ସେପରି ରାଜ୍ୟ ବିଜେପି ବିଜୁ ବାବୁଙ୍କୁ ବିଜେଡିଠାରୁ ହାଇଜାକ କରିନେବା ଅସମ୍ଭବ ନୁହେଁ ।

ସବୁଠୁ ବଡ଼ କଥା ହେଲା ବିଜୁ ବାବୁଙ୍କ ସ୍ବପ୍ନ କଣ ତାହା ମୋହନ ମାଝୀ ସ୍ପଷ୍ଟ କରିଛନ୍ତି । ଯାହା ବିଜେଡି କେବେ ସ୍ପଷ୍ଟ କରିନଥିଲା । ଏବେ ସ୍ବପ୍ନ କିଛି ଜଣାପଡ଼ିବା ପରେ ତାହାରି ଲକ୍ଷ୍ୟରେ ବିଜେପିକୁ କାମ କରିବାକୁ ପଡ଼ିବ । ଆଉ ବିଜେପି କେବେ କିପରି ବିଜୁ ବାବୁଙ୍କ ସ୍ପପ୍ନ ପୂରଣ କରିବ ତାହା ସମୟ କହିବ ।

ଓଡ଼ିଶାର ରାଜନୈତିକ ପରିପେକ୍ଷୀରେ , ବିଜୁ ପଟ୍ଟନାୟକଙ୍କ ସ୍ଵପ୍ନ ପୂରଣକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ମତଭେଦ ଦେଖାଯାଉଛି। ବିଜେପି ଦାବି କରୁଛି ଯେ ସେମାନେ ବିଜୁ ବାବୁଙ୍କ ସ୍ଵପ୍ନକୁ ସାକାର କରିବାକୁ ପ୍ରତିବଦ୍ଧ, ଯେଉଁଥିରେ ଓଡ଼ିଶାର ସମଗ୍ର ଉନ୍ନତି ଓ ଆଗ୍ରଗତି ଅନ୍ତର୍ଭୁକ୍ତ। ଅନ୍ୟପଟେ, ବିଜେଡି ଏହାକୁ ନିଜର ଦାୟିତ୍ୱ ଭାବେ ଦେଖୁଛି ଏବଂ ଏହାକୁ ନେଇ ସଂଘର୍ଷ ଓ ରାସ୍ତାରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ।
ଏହି ପରିସ୍ଥିତିରେ, ଦୁଇ ଦଳ ମଧ୍ୟରେ ରାଜନୈତିକ ସଂଘର୍ଷ ବଢ଼ିବାର ସମ୍ଭାବନା ରହିଛି, ଯାହା ରାଜ୍ୟର ଆଗାମୀ ନୀତି ଓ ଉନ୍ନତି ଉପରେ ପ୍ରଭାବ ପକାଇପାରେ।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 109 ତମ ଜନ୍ମ ଜୟନ୍ତୀରେ ଏସବୁ ଘଟଣା ଆଲୋଚନାର ବିଷୟ ହୋଇଛି ।

ମୂଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ବେଶ ପ୍ରଶଂସା କରିଥିବା ବେଳେ  ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ସରକାର କରୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ବିଜୁବାବୁଙ୍କୁ ବିଜେପି ଅସମ୍ମାନ କରିଛି ।

ଏସବୁ ଭିତରେ  ମୁଖ୍ୟମନ୍ତ୍ରୀ କହିଛନ୍ତି, “ନବ ଓଡ଼ିଶାର ଜଣେ ନିର୍ମାତା ହେଉଛନ୍ତି ବିଜୁ ବାବୁ । ଓଡ଼ିଶାକୁ ପୁର୍ନଗଠନ ସେ କରିଥିଲେ । ଓଡ଼ିଶାର ଶିଳ୍ପନୀତି ପ୍ରଥମେ ଆଣିବା ସହ ଓଡିଶାର ଶିଳ୍ପକୁ ବିଜୁ ବାବୁ ବହୁତ ଆଗକୁ ନେଇଥିଲେ । ଜଣେ ବରପୁତ୍ର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହିସାବରେ ତାଙ୍କ ଅବଦାନ ଅତୁଳନୀୟ । ବିଜୁଙ୍କ ସ୍ୱପ୍ନ ଓ ଶିଳ୍ପନୀତିକୁ ଆଗକୁ ନେବା ପାଇଁ ନୂଆ ସରକାର ପ୍ରୟାସ କରୁଛି । ବିଜୁ ବାବୁଙ୍କୁ ଯଥୋଚିତ ସମ୍ମାନ ସହ ତାଙ୍କ କାର୍ଯ୍ୟକ୍ରମ ଆଗକୁ ନେବାକୁ ବିଜେପି ଚେଷ୍ଟା କରିବ ବୋଲି ସେ କହିଛନ୍ତି ।

ନବୀନ କହିଛନ୍ତି, ବିଜୁ ବାବୁ । ଏ ଦୁଇଟି ଶବ୍ଦ ଶୁଣିଲେ ପ୍ରତି ଓଡିଆଙ୍କ ଛାତି ଗର୍ବରେ ଫୁଲି ଉଠେ । ମନରେ ସାହାସ ଆସେ । ବିଜୁ ବାବୁଙ୍କ ଛବି ଦେଖିଲେ ସାହସ ଏବଂ କରୁଣାରେ ପରିପୂର୍ଣ୍ଣ ବିଶାଳ ହୃଦୟ ଥିବା ଜଣେ ଉଚ୍ଚ ପୁରୁଷଙ୍କ ଚିତ୍ର ଆମ ମନକୁ ଆସେ । ସେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ପାଇଁ ବିଶ୍ୱାସର ସ୍ତମ୍ଭ ଥିଲେ । ଓଡିଶାର ବିକାଶ, ଓଡିଶାର ଗୌରବ ଓ ଓଡିଆ ସ୍ୱାଭିମାନ ତାଙ୍କୁ ରାଜନୀତିକୁ ଆଣିଥିଲା ।

ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା UNESCO କଳିଙ୍ଗ ପୁରସ୍କାର, ଓଡିଆ ଜାତିର ପରିଚୟକୁ, ସେ ନୂଆ ଉଚ୍ଚକୁ ନେଇଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଏବଂ ସେଥିରେ ମା’ଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରି ବିଜୁ ବାବୁ ଦେଶରେ ଇତିହାସ ସୃଷ୍ଟି କରିଥିଲେ । ଲୋକଙ୍କୁ କ୍ଷମତା ଦେବା ଉପରେ ସେ ଜୋର ଦେଉଥିଲେ ।
ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜବୁତ କରିବାରେ ବିଜୁ ବାବୁଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ । ଏବେ କିଛି ବର୍ଷ ହେଲା କିଛି ଲୋକ ଇତିହାସର ବିକୃତ ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଲୋକ ସେମାନଙ୍କୁ ସଫଳ ହେବାକୁ ଦେବେନାହିଁ । ସରକାର ଆସିବ, ସରକାର ଯିବ । କିନ୍ତୁ ବିଜୁ ବାବୁ ସବୁଦିନ ପାଇଁ ସବୁ ଓଡିଆଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ । ତାଙ୍କ ଅବଦାନ ପାଇଁ ଓଡିଆ ଜାତି ଗର୍ବ କରୁଥିବ । ଭବିଷ୍ୟତ ପୀଢି ପାଇଁ ପ୍ରେରଣା ଯୋଗାଇ ଚାଲିଥିବ ।

ନବୀନଙ୍କ ଅଭିଯୋଗର ଜବାବ ରଖିଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ମନ୍ତ୍ରୀ କହିଛନ୍ତି, “ଓଡିଶା ଅସ୍ମିତା ପାଇଁ ଆମେ ସ୍ୱର ଉତ୍ତୋଳନ କରିଛୁ, ଆମ ମନରେ ପାପ ନାହିଁ । ଆମେ ଆମ ମହାପୁରୁଷଙ୍କୁ ସମ୍ମାନ ଦେଉ । ଏ ସରକାର ଥିବା ପର୍ଯ୍ୟନ୍ତ ଆମେ ଅବହେଳା କରିବୁ ନାହିଁ ।
ବିଜୁ ବାବୁ ଓଡିଶାର ନୁହେଁ ବିଶ୍ୱର ବରପୁତ୍ର । ବିଜୁ ବାବୁଙ୍କ ସ୍ବପ୍ନ ପୂରଣ ପାଇଁ ବିଗତ ଦିନରେ ପ୍ରୟାସ ହୋଇଛି । କିନ୍ତୁ ସେ ସ୍ବପ୍ନ ପୂରଣ କ୍ଷେତ୍ରରେ ବିଜୁ ବାବୁଙ୍କୁ କୁଠାରଘାତ ହୋଇଛି ।
ବିଜୁ ବାବୁଙ୍କ ପାଇଁ ନୁହେଁ ବିଜୁ ଜନତା ଦଳ ପାଇଁ ବିତୁଷ୍ଣା ଭାବ ହୋଇଥିବା ଲୋକ କହୁଛନ୍ତି । ଯେଉଁମାନେ ରାଜନୈତିକକରଣ କରୁଛନ୍ତି ତାହା ଠିକ ନୁହେଁ ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି “ସରକାରଙ୍କ ପକ୍ଷରୁ ଯେତିକି ସମ୍ମାନ ହେବା କଥା ସେଥିରେ କମି ହେବ ନାହିଁ । ତାଙ୍କ ପାଇଁ ରାଜ୍ୟ ସରକାର ଉପଯୁକ୍ତ ସମ୍ମାନ ଦେବାର ବ୍ୟବସ୍ଥା କରିଛନ୍ତି । ଇତିହାସକୁ ଆମେ ବଦଳଉନୁ ଆମେ ସମୀକ୍ଷା କରୁଛୁ । ବିଜୁ ବାବୁ ସମ୍ମାନ ଜନକ ବ୍ୟକ୍ତି । ତାଙ୍କୁ ପୂଜ୍ୟପୂଜା ହେବା ଦରକାର ।
ଇତିହାସକୁ ଆମେ ବଦଳଉନୁ ଆମେ ସମୀକ୍ଷା କରୁଛୁ । ଯେଉଁମାନେ 2011ରୁ ପଲ୍ଲୀ ସଭା ବନ୍ଦ କରିଥିଲେ, ଗଣତନ୍ତ୍ରକୁ ମାନୁ ନଥିଲେ, ଏବେ 2024 ରେ ପୁଣି ହେଉଛି କେମିତି । ପଲିସଭା ଗ୍ରାମସଭା ଗଣତନ୍ତ୍ରରେ ଅଧିକାର । ସେମାନେ ଗଣତନ୍ତ୍ରର କଣ୍ଠରୋଧ କଲେ । ସେମାନଙ୍କୁ ଲୋକ ଉଚିତ ଜବାବ ଦେଲେ । ବିଜେଡି ପାପ କଲା ପ୍ରାୟଶ୍ଚିତ୍ତ କରିବାକୁ ପଡିବ । ତେବେ କହିବାକୁ ଗଲେ ଓଡ଼ିଶାର ବିକାଶରେ  ବିଜୁ ବାବୁଙ୍କ ସ୍ବପ୍ନ ଲୁଚି ରହିଛି ବିଜେପି କେତେ ସ୍ବପ୍ନ  ପୂରଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Tags: BjdBJPINDIAmohan majhinaveennewsodishapoliticsTOP NEWS
ShareTweetSendShare

RelatedNews

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା
Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ
Latest News

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ
Latest News

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ
Latest News

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.