Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ଓଡ଼ିଶାର ପରିବର୍ତ୍ତନଶୀଳ ରାଜନୀତି : ଆଗକୁ ବିଜେଡି ଏବଂ ବିଜେପି ମଧ୍ୟରେ ହେବ ଲଢ଼େଇ

Ramesh Parida by Ramesh Parida
Mar 6, 2025, 07:55 am GMT+0530
FacebookTwitterWhatsAppTelegram

ଗତ ଦୁଇ ଦଶକ ଧରି ଓଡ଼ିଶାର ରାଜନୈତିକ ପରିଦୃଶ୍ୟରେ କେବଳ ଆଗରେ ବିଜେଡି ଥିଲା । ନବୀନ ପଟ୍ଟନାୟକ ଥିଲେ ଏହାର ମୁଖ୍ୟ । ଏବେ କିନ୍ତୁ ପରିସ୍ଥିତି ବଦଳିଛି । ବିଜେପି ନବୀନଙ୍କୁ ହରାଇ ଏବେ ରାଜ୍ୟରେ ଶାସନ କରୁଛି । ଗତ କିଛି ମାସ ଭିତରେ ଅନେକ ପରିବର୍ତ୍ତନ ଦେଖାଯାଇଛି। ଏକ ସମୟରେ କଂଗ୍ରେସ ଦଳ ଏଠି ପ୍ରଭାବଶାଳୀ ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଅନେକ ଦିନ ଧରି ରାଜ୍ୟରେ କଂଗ୍ରେସର ଆଧିପତ୍ୟ ବଜାୟ ରଖିଥିଲେ । କିନ୍ତୁ 2000 ମସିହାରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ (ବିଜେଡି) ରାଜ୍ୟରେ ପ୍ରମୁଖ ଶକ୍ତି ହିସାବରେ ଉତ୍ଥାନ କରିଥିଲା ।

ଗତ ନିର୍ବାଚନରେ ବିଜେପି ସବୁ କଳ୍ପନାକୁ ମାତ ଦେଇ ବିଜେଡିକୁ ପରାସ୍ତ କରିଛି । ଗତ କିଛି ବର୍ଷ ଭିତରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଦ୍ଵନ୍ଦୀ ଭାବରେ ଆଗକୁ ଆସିଛି । ରାଜ୍ୟରେ ତୃତୀୟ ସ୍ଥାନରୁ ଉଠି ଦ୍ବିତୀୟ ଏବେ ପ୍ରଥମ ଦଳ ହୋଇଛି । ଯାହା ଓଡ଼ିଶାର ରାଜନୈତିକ ପରିବେଶ, ପରିସ୍ଥିତିକୁ ପରିବର୍ତ୍ତନ କରିଛି। ଏହି ସମୟ ଭିତରେ  ବିଜେପିର ଭୋଟ ବୃଦ୍ଧି ଏବଂ କେନ୍ଦ୍ର ସରକାରଙ୍କ ବଳରେ ରାଜ୍ୟରେ ଦଳର ଦବଦବା ବୃଦ୍ଧି ପାଇଛି ।

ଓଡ଼ିଶାରେ ବିଜେପିର ଉତ୍ଥାନ

ଏକ ସମୟରେ ବିଜୁ ବାବୁ ବିଜେପିକୁ କହୁଥିଲେ ସାଇନ ବୋର୍ଡ ପାର୍ଟି । ଆଜି ସେହି ବିଜେପି ସରକାରରେ ଅଛି । ଖାଲି ସରକାରରେ ନାହିଁ , ବିଜୁ ବାବୁଙ୍କ ଜୟନ୍ତୀକୁ ମଧ୍ୟ ଧୂମଧାମରେ ପାଳନ କରିବାକୁ ନିଷ୍ପତ୍ତି ନେଇ ବିଜୁ ବାବୁଙ୍କ ଜୟନ୍ତୀରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ପାଳନ କରିଛି । ଦୀର୍ଘ ସମୟ ଧରି ବିଜେଡି ଏଠି ଅଗ୍ରଗାମୀ ରହିଥିଲେ ମଧ୍ୟ, 2014 ଏବଂ 2019 ମସିହା ପରେ ବିଜେପି ଶକ୍ତିଶାଳୀ ହୋଇଯାଇଛି। ଭିତରେ ଭିତରେ ବିଜେପିର ଭୋଟ ବଢ଼ିବା ସହ ଲୋକେ ମୋଦି ଫ୍ୟାକ୍ଟରକୁ ଗ୍ରହଣ କରି ରାଜ୍ୟରେ ବିଜେପିକୁ ସରକାରରେ ଆଣିଛନ୍ତି ।

 ବିଜେପିର ବୃଦ୍ଧିର କିଛି ପ୍ରମୁଖ କାରଣ

ମୋଦୀ ଫ୍ୟାକ୍ଟର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଓଡ଼ିଶାରେ ବିଜେପିର ଭୋଟ ବୃଦ୍ଧି କରିଛି। 2014 ମସିହାରୁ ଓଡ଼ିଶାର ଲୋକେ ମୋଦିଙ୍କୁ ପସନ୍ଦ କରୁଛନ୍ତି । ରାଜ୍ୟରେ ତାଙ୍କ ଲୋକପ୍ରିୟତା ସବୁଠୁ ଅଧିକ ରହିଛି । ଏପରିକି ଯେତିକି ଲୋକ ନବୀନଙ୍କୁ ପସନ୍ଦ କରନ୍ତି ତାହାଠୁ ଅଧିକ ଲୋକ ମୋଦିଙ୍କୁ ପସନ୍ଦ କରୁଛନ୍ତି ।

ଆକ୍ରମଣାତ୍ମକ ପ୍ରଚାର: ବିଜେପି ଏଥର ନିଜର ପ୍ରଚାରକୁ ଅଧିକ ଶାଣିତ କରିଥିଲା ।  ଗ୍ରାମ୍ୟ ଅଞ୍ଚଳରେ ଜୋରଦାର ପ୍ରଚାର କରି, ପୂର୍ବତନ କଂଗ୍ରେସ ଏବଂ ବିଜେଡି ଭୋଟରଙ୍କୁ ଆକର୍ଷିତ କରିଥିଲା । ବିଶେଷ କରି ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଏବଂ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ପାଣ୍ଡିଆନ ପ୍ରସଙ୍ଗ ବିଜେପିକୁ ଅଧିକ ନିକଟତର କରିଛି

ମହାପ୍ରଭୁ ଜଗନ୍ନାଥଙ୍କ ନ୍ୟାରେଟିଭ୍: ବିଜେପି ଧର୍ମୀୟ ଭାବନାକୁ ଜୋରଦେଇ ଅନେକ ନ୍ୟାରେଟିଭ ତିଆର କରିଥିଲେ । ବିଜେଡି ନେତାମାନେ ଓଡ଼ିଆ ଅସ୍ମିତା ତଥା ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରୁଥିବା ପ୍ରଚାର କରିବାରୁ ବିଜେପି ଏବେ ଯୁବବର୍ଗଙ୍କ ପସନ୍ଦର ପାର୍ଟି ହୋଇଛି । ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଲୋକେ ବିଜେପିକୁ ଭରସା କରିଛନ୍ତି ।  ବିଶେଷକରି ପୁରୀ ଏବଂ ଜଗନ୍ନାଥ ମନ୍ଦିରକୁ ଗୁରୁତ୍ୱ ଦେଇ ବିଜେପି ଅଧିକ ନିକଟତର ହୋଇପାରିଛି ।

ବିଜେଡିର ପତ୍ତନ

ବିଜେଡି 1997 ମସିହାରେ ଗଠନ ହୋଇଥିଲା । ଏହି ଦଳ ଶୀଖରକୁ ଯାଇ ପୁଣି ନିମ୍ନଗାମୀ ହୋଇଛି । ଆଗାମୀ ଦିନରେ ଦଳ ଦୁଇ ଫାଳ ହେବାର ଚର୍ଚା ହେଉଛି । ନବୀନଙ୍କ ପରେ ଦ୍ବିତୀୟ ନେତା ତିଆର ହୋଇନଥିବାରୁ ଦଳ ଲୋକଙ୍କ ନିକଟରେ ସନ୍ଦେହରେ ରହିଛି । ପାଣ୍ଡିଆନ ନବୀନ ପରେ ଦ୍ବିତୀୟ କ୍ଷମତା କେନ୍ଦ୍ର ଜାଣିବା ପରେ ଓଡ଼ିଶାରେ ଲୋକେ ଦଳକୁ ପରାଜିତ କରି ଶାସନଠାରୁ ଦୂରେଇ ଦେଇଛନ୍ତି । ଆଗାମୀ ଦିନରେ ନବୀନଙ୍କୁ ଝାଳ ବୁହା ପରିଶ୍ରମ କରିବାକୁ ପଡ଼ିବ । ଯଦି ସେ ପରିଶ୍ରମ ନକରନ୍ତି ଆଉ ସରକାରକୁ ଫେରିବା କଷ୍ଟକର ହୋଇପଡ଼ିବ । ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ବିଜେଡି ଗଠିତ ହୋଇଥିବାରୁ ବିଜୁଙ୍କ ନାମରେ ଦଳ କ୍ଷମତାକୁ ଆସିଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କଂଗ୍ରେସକୁ  ମାତ ଦେବାପାଇଁ ବିଜେଡିକୁ ଆର୍ଥିକ ସହାୟତା ଦେଇ ସରକାର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଦଳ ଖୁବ ଶୀଘ୍ର ଲୋକପ୍ରିୟତା ଅଜର୍ଜନ କଲା। ନବୀନ ପଟ୍ଟନାୟକଙ୍କ ଏକ ସ୍ବଚ୍ଛ, ସରଳ, ସଫଳ ଏବଂ ପରିଶ୍ରମୀ ପ୍ରଶାସକ ଭାବରେ ପରିଚୟ ପାଇଲେ ।

କିନ୍ଦୁ ଗତ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ଆର୍ବିଭାବକୁ ଲୋକେ ଗ୍ରହଣ କରିଲେ ନାହିଁ । ଯାହାର ଫଳ ବିଜେଡିକୁ ଭୋଗିବାକୁ ପଡ଼ିଲା । ଅନେକ ଯୋଜନା ରାଜ୍ୟରେ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରିବା ପରେ ମଧ୍ୟ ତାଙ୍କୁ ଏଥର ପରାଜୟ ଦେଖିବାକୁ ପଡ଼ିଲା । ବିଶେଷ କରି  କାଳିଆ ଯୋଜନା (ଚାଷୀମାନଙ୍କ ପାଇଁ), ମିଶନ୍ ଶକ୍ତି (ମହିଳା ସଶକ୍ତିକରଣ), ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ସ୍ୱାସ୍ଥ୍ୟ ସୁବିଧା) ବିଜେଡିର ଭୋଟ ଆଧାରକୁ ଶକ୍ତିଶାଳୀ କରିଥିଲେ ମଧ୍ୟ ମୋଦିଙ୍କ ଘନ ଘନ ପ୍ରଚାର ଏବଂ ଶକ୍ତି ଆଗରେ ଏସବୁ କିଛି କାମ ଦେଲାନାହିଁ । ବିଜେଡି ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇନଥିବାରୁ ବିଜେପି ଏହା ପ୍ରଚାର ପ୍ରସାର କରି ଲୋକଙ୍କ ନିକଟତର ହୋଇଥିଲା ।

ଭବିଷ୍ୟତର ଓଡ଼ିଶା ରାଜନୀତି

ଓଡ଼ିଶାର ରାଜନୀତି ଭବିଷ୍ୟତରେ ପୁଣି ଏକ ଲଢ଼େଇ ଦେଖିବ । ବିଜେପିର ସଂଗଠନ ସେତେ ଦୃଢ଼ ନାହିଁ । ବିଜେଡିର ସଂଗଠନ ପ୍ରତି ଗାଁ ଗାଁ, ଓ୍ବାର୍ଡରେ ରହିଛି । କହିବାକୁ ଗଲେ ବିଜେଡି ଏବେ ବି ଶକ୍ତିଶାଳୀ ରହିଛି । ଏହା ସତ୍ତ୍ୱେ, ବିଜେପିର ଭୋଟ ବୃଦ୍ଧି, ଆସନ ବୃଦ୍ଧି ରାଜ୍ୟରେ ରାଜନୈତିକ ଉତ୍ତାପ ବଢ଼ାଇ ଦେଉଛି। ଆଗାମୀ ଦିନରେ ଏହି ଦୁଇ ଦଳ ମଧ୍ୟରେ ଟକ୍କର ହେବ । ସିବିଆଇ, ଇଡି ଅଧିକାରୀଙ୍କୁ ଓଡ଼ିଶାରେ ଘନ ଘନ ରେଡ କରୁଥିବା ଦେଖିବାକୁ ମିଳିବ । ତେବେ ନବୀନଙ୍କ ଭାବମୂର୍ତ୍ତିରେ ଏବେ ବି କିଛି କଳା ଦାଗ ନଥିବାରୁ ତାଙ୍କୁ ଅସୁବିଧାରେ ପକାଇଲେ ତାହା ବିଜେପି ପାଇଁ ବୁମେରାଂ ହୋଇପାରେ । ତେଣୁ ବିଜେପି ମଧ୍ୟ ନୂଆ ରଣନୀତି କରି ପୁଣି ସଂଗଠନ ବୃଦ୍ଧି କରିବାକୁ ଚାହିଁବ ।

ବିଜେଡି ଏବଂ ବିଜେପି ମଧ୍ୟରେ ଏହି ରାଜନୈତିକ ଲଢ଼େଇ ଓଡ଼ିଶାର ଆଗାମୀ ନିର୍ବାଚନ ନିର୍ଣ୍ଣୟ କରିବ। ପଂଚାୟତ ନିର୍ବାଚନରେ କିଏ ବାଜି ମାରିବ ତାହା ସମୟ କହିବ । ରାଜ୍ୟର ଜନତା ଯାହା ଉପରେ ଅଧିକ ଭରସା କରିବେ, ସେହି ଦଳ ଆଗାମୀ ଦିନରେ ପୁଣି ଓଡ଼ିଶାର ଭାଗ୍ୟ ନିର୍ଧାରଣ କରିବ ।

Tags: BjdBJPnaveennewsodishaPM Modi SpeechTOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.