ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବଳୀଳା । ସପ୍ତାହେ ଭିତରେ ଦୁଇ ଦୁଇ ଥର ପ୍ରାକୃତିକ ବିପର୍ଯ୍ୟୟ । ଫେବୃୟାରୀ 27 ରେ ହିମସ୍ଖଳନ ଏବଂ ମାର୍ଚ୍ଚ 5 ରେ ଭୂସ୍ଖଳନ ପରି ଦୁଇଟି ପ୍ରାକୃତିକ ତାଣ୍ଡବ ପରେ ଚାମୋଲିବାସୀ ଏବେ ଭୟ ଏବଂ ଚିନ୍ତାରେ ।
ଗତ କିଛି ଦିନ ତଳେ ଚାମୋଲିରେ ହିମସ୍ଖଳନ ହୋଇଥିବା ବେଳେ ଆଜି ଚାମୋଲିରେ ପୁଣି ପ୍ରକୃତି ରଚିଲା ତାଣ୍ଡବ । ଚାମୋଲି ଗୋବିନ୍ଦଘାଟରେ ଆଜି ସକାଳେ ସକାଳେ ପାହାଡ ଧସିଛି ଏବଂ ଭୂସ୍ଖଳନ କାରଣରୁ ହେମକୁଣ୍ଡ ସାହିବକୁ ଯୋଡୁଥିବା ପୋଲ ଭୁଶୁ଼ଡି ପଡିଛି । ଚାମୋଲି ଜିଲ୍ଲାରେ ହିମସ୍ଖଳନର ଭୟ ଏବେବି ଥିବା ବେଳେ ଭୂସ୍ଖଳନ ପୁଣି ଲୋକଙ୍କୁ ଡରାଇଛି । ଚାମୋଲିରେ ପାଣିପାଗ ଠିକ୍ ରହୁ ନଥିବା କାରଣରୁ ପ୍ରାକୃତିକ ଅଘଟଣ ଘଟୁଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି । ତେବେ ଆଗାମୀ ମାର୍ଚ୍ଚ ୮ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ବଦ୍ରିନାଥ, ହେମକୁଣ୍ଡ ସାହିବ ଆଦି ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ଅନେକ ସ୍ଥାନରେ ବର୍ଷା ହେଉଛି ।
ସେପଟେ କିଛିଦିନ ତଳେ ଚାମୋଲିରେ ହିମସ୍ଖଳନ ସମସ୍ତଙ୍କୁ ଡରାଇ ଦେଇଥିଲା । ବରଫ ଗଦା ତଳେ ୫୪ ଜଣ ଶ୍ରମିକ ଚାପି ହୋଇଯାଇଥିବା ବେଳେ ୬୦ ଘଣ୍ଟାର ଅପରେସନ ପରେ ୪୬ ଜଣଙ୍କୁ ଉଦ୍ଧାର କରାଯାଥିବା ବେଳେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ।