କାଶ୍ମୀର ଏବଂ ମଣିପୁର ସଂକ୍ରାନ୍ତରେ ଭିତ୍ତିହୀନ ଟିପ୍ପଣୀ ରଖିଥିବାରୁ ଭାରତ ଆଜି ଜାତିସଂଘ ମାନବାଧିକାର ମୁଖ୍ୟଙ୍କ ଉପରେ ବର୍ଷିଛି । ଭାରତ କହିଛି ଜାତିସଂଘ ମାନବାଧିକାର ମୁଖ୍ୟ ଭଳକର ତୁର୍କ ଭିତ୍ତିହୀନ ଟିପ୍ପଣୀ ଦେବାପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ତୁର୍କ ଜେନେଭାରେ ମାନବାଧିକାର ପରିଷଦର 58 ତମ ଅଧିବେଶନରେ କାଶ୍ମୀର ଏବଂ ମଣିପୁର ପ୍ରସଙ୍ଗରେ ଟିପ୍ପଣୀ ରଖିଥିଲେ । ସେ କହିଥିଲେ କାଶ୍ମୀରରେ ଦୀର୍ଘଦୀନ ଧରି ପାକିସ୍ତାନ ସମର୍ଥିତ ବିଦ୍ରାହୀ ଏବଂ ବିଚ୍ଛିନତବାଦୀ କାର୍ଯ୍ୟକଳାପ ଚାଲିଥିବା ବେଳେ ମଣିପୁରରେ 2023 ରୁ ହିଂସା ଜାରି ରହିଛି ।
କଥାବାର୍ତ୍ତା ମାଧ୍ୟମରେ ମଣିପୁରରେ ହିଂସା ନିୟନ୍ତ୍ରଣ ପାଇଁ ପଦକ୍ଷେପ ତ୍ବରାନ୍ବିତ କରିବାପାଇଁ ତୁର୍କ କହିଥିଲେ। କାଶ୍ମୀର ପାଇଁ ମଧ୍ୟ ସେ ଚିନ୍ତା ପ୍ରକଟ କରିଥିଲେ। ତେବେ ତାଙ୍କର ଏହି ଟିପ୍ପଣୀକୁ ଭାରତ ତୀତ୍ର ବିରୋଧ କରିଛି। ଜାତିସଂଘକୁ ଭାରତର ସ୍ଥାୟୀ ପ୍ରତିନିଧି ଅରିନ୍ଦମ ବାଗ୍ଚି ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଲଗାତାର ଭାବେ ସୁସ୍ଥ ଏବଂ ଚଳଚଞ୍ଚଳ ରହିଛି। ଏହା ଏକ ବିବିଧତା ଭରା ସମାଜ। ଜାତିସଂଘ ମାନବାଧିକାର ମୁଖ୍ୟ ଦେଇଥିବା ଭିତ୍ତିହୀନ ଟିପ୍ପଣୀ ବାସ୍ତବତାଠାରୁ ଭିନ୍ନ।