ନିରାକାରପୁର ନିକଟସ୍ଥ ରାମେଶ୍ବର ଗ୍ରାମର ଇଷ୍ଟଦେବ ଶ୍ରୀ ଶ୍ରୀ ରାମନିଧିଦେବଙ୍କ ମନ୍ଦିର ପରିସରରେ କବୟତ୍ରୀ ନିରୁପମା ମହାପାତ୍ରଙ୍କ ରଚିତ ରାମୋଦୟ’ କାବ୍ୟର ଦେବାର୍ପଣ ଓ ପାଠକାର୍ପଣ ଉତ୍ସବ ଅନୁଷ୍ଟିତ ହୋଇଯାଇଛି ।
ଏହି ଉତ୍ସବରେ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ପୁରୀ ବଡଦେଉଳ ପୁରୋହିତ ଡଃ ସିଦ୍ଧେଶ୍ୱର ମହାପାତ୍ର ବାଗ୍ମୀ ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ, ଐତିହାସିକ ସତ୍ୟବାଦୀ ବଳିୟାରସିଂହ,ଶିକ୍ଷାବିତ ଡଃ ମୃତ୍ୟୁଞ୍ଜୟ ରଥ,ଡଃ କୃପାସିନ୍ଧୁ ପଣ୍ଡା,ଶିକ୍ଷାବିତ ପଣ୍ଡିତ ଦିବ୍ୟସିଂହ ତ୍ରିପାଠୀ, ଚକ୍ରଧର ତ୍ରିପାଠୀ ଓ ଗୀତାଗ୍ୟାଂନ ବିନୋନ୍ଦ ସେନାପତି ଯୋଗଦେଇ ରଚିତ କାବ୍ୟର ସମୀକ୍ଷା କରିଥିଲେ।
ଉତ୍ସବର ପ୍ରାରମ୍ଭରେ ସଂଗ୍ରାମ କେଶରୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୀରେନ୍ଦ୍ର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶେଷରେ ଦୀପ୍ତିରଂଜନ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।